'ଅବତାର ୨' ଦେଖିବା ବେଳେ ହୃଦଘାତର ଚାଲିଗଲା ଦର୍ଶକଙ୍କ ଜୀବନ

'ଅବତାର ୨' ଦେଖିବା ବେଳେ ହୃଦଘାତର ଚାଲିଗଲା ଦର୍ଶକଙ୍କ ଜୀବନ

ହାଇଦ୍ରାବାଦ: ଜେମ୍ସ କ୍ୟାମେରନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଅବତାର: ଦ ୱେ ଅଫ୍ ୱାଟର' ପ୍ରେକ୍ଷାଳୟରେ ରିଲିଜ୍ ହୋଇସାରିଛି । ଏହି ଫିଲ୍ମ ଦର୍ଶକଙ୍କ ଜବରଦସ୍ତ ଭଲ ପାଇବା ସାଉଁଟୁଛି । ଚଳଚ୍ଚିତ୍ରର VFX ସହିତ ସମସ୍ତ ଟେକ୍ନୋଲୋଜି ଦର୍ଶକଙ୍କୁ ଆକୃଷ୍ଟ କରୁଛି । ଏଥି ସହିତ, ଓପନିଂ ଦିନରେ ଏହି ସିନେମାକୁ ବେଶ୍ ଭଲ ପ୍ରତିକ୍ରିୟା ମଧ୍ୟ ମିଳିଛି । ହେଲେ 'ଅବତାର ୨' କୁ ନେଇ ଆଶ୍ଚର୍ଯ୍ୟ କଲାପରି ଘଟଣା ଏବେ ସାମ୍ନାକୁ ଆସିଛି ।

ଆନ୍ଧ୍ରପ୍ରଦେଶର କାକିନାଡା ଜିଲ୍ଲାର ପେଡାପୁରାମ ସହରରେ 'ଅବତାର ୨' ଚଳଚ୍ଚିତ୍ର ଦେଖିବା ସମୟରେ ଜଣେ ବ୍ୟକ୍ତିଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ଲକ୍ଷ୍ମୀରେଡ୍ଡି ସ୍ରିନୁ । ନିଜ ସାନ ଭାଇଙ୍କ ସହ ସେ ସିନେମା ହଲକୁ 'ଅବତାର ୨' ଦେଖିବା ପାଇଁ ଯାଇଥିଲେ । ଫିଲ୍ମ ଦେଖିବା ବେଳେ ସେ ହଠାତ୍ ଟଳି ପଡିଥିଲେ । ତାଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ଡାକ୍ତର ତାଙ୍କୁ ମୃତ ଘଷୋଣା କରିଥିଲେ । ମୃତ ଲକ୍ଷ୍ମୀରେଡ୍ଡି ସ୍ରିନୁଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି ।

 avatar 2

ସୂଚନାଥାଉ ଯେ, ତାଇୱାନରେ ମଧ୍ୟ ସମାନ ଘଟଣା ଦେଖିବା ପାଇଁ ମିଳିଥିଲା । ୨୦୦୯ ରେ ମୁକ୍ତିଲାଭ କରିଥିବା ଅବାତରର ପ୍ରଥମ ଭାଗ ଦେଖିବା ସମୟର ଜଣେ ୪୨ ବର୍ଷ ବୟସ୍କ ବ୍ୟକ୍ତିଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା । ଏହି ରିପୋର୍ଟ ଫ୍ରାନ୍ସ ପ୍ରେସ ଏଜେନ୍ସିରେ ପ୍ରକାଶ ପାଇଥିଲା । ଡାକ୍ତରଙ୍କ ସୂଚନା ଅନୁସାରେ, ବ୍ୟକ୍ତି ପୂର୍ବରୁ ଉଚ୍ଚ ରକ୍ତଚାପ ରୋଗରେ ଆକ୍ରାନ୍ତ ଥିଲେ । ଅତିରିକ୍ତ ଉତ୍କଣ୍ଠା, ଉତ୍ସାହ ଏପରି ପରିସ୍ଥିତିର କାରଣ ।

'ଅବତାର: ଦ ୱେ ଅଫ୍ ୱାଟର' ଡିସେମ୍ବର ୧୬ରେ ଇଂରାଜୀ ବ୍ୟତୀତ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ ଭଳି ଭାଷାରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରଟି ୨୦୦୯ ହିଟ୍ ଫିଲ୍ମ 'ଅବତାର'ର ସିକ୍ୱେଲ୍ ଅଟେ । ୧୩ ବର୍ଷ ପରେ, ଚଳଚ୍ଚିତ୍ରର ଦ୍ୱିତୀୟ ଭାଗ ରିଲିଜ୍ କରାଯାଇଛି । ରିପୋର୍ଟ ଅନୁସାରେ ଏହି ଚଳଚ୍ଚିତ୍ରଟି ପ୍ରାୟ ୪୦୦ ମିଲିୟନ୍ ଡଲାରରେ ନିର୍ମାଣ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+