ଗାୟକ ଏପି ଧିଲନଙ୍କ ଘରେ ଗୁଳି ମାଡ଼: ଅଭିଯୁକ୍ତ ଗିରଫ
AP Dhillon House Firing: କାନାଡାରେ ଗାୟକ ଏପି ଧିଲନଙ୍କ ଘରେ ଗୁଳି ଚଳାଇଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । କାନାଡା ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବ୍ରିଟିଶ କଲମ୍ବିଆରେ ଥିବା ଏପି ଧିଲନଙ୍କ ବାସଭବନରେ ଗୁଳି ମାଡ଼ କରାଯାଇଥିଲା ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ଏକ ଅଭିଯୁକ୍ତ ଭାରତ ପଳାଇଥିବାର ସନ୍ଦେହ କରାଯାଉଛି ।

ସେହିପରି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ କାନାଡାର ଧିଲନଙ୍କ ଘରେଙ୍କ ଘରେ ଗୁଳି ଚଳାଇବାର ଦାୟିତ୍ୱ ନେଇଛି । କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର ଭାନକୋଭରରେ ଅବସ୍ଥିତ ଏପି ଧିଲନଙ୍କ ଘରେ ଏହି ଗୁଳି ବିନିମୟ ହୋଇଥିଲା। ଅକ୍ଟୋବର 30 ରେ, କାନାଡା ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଜଣକ କାନାଡାର ମଣିଟୋବା ପ୍ରଦେଶର ବିଚ୍ଛିନ୍ନାଞ୍ଚଳର ବାସିନ୍ଦା ଅବଜିତ କିଙ୍ଗ୍ରା ବୋଲି ଜଣାପଡିଛି। ଯାହାର ବୟସ 25 ବର୍ଷ ବୋଲି ସୂଚନା ରହିଛି ।












Click it and Unblock the Notifications