ଏହି ତାରିଖରେ ହେବ ଆଥିଆ- କେ ଏଲ୍ ରାହୁଲଙ୍କ ବିବାହ !
ଜାନୁଆରୀ ୨୩ରେ ବିବାହ କରିବେ ଆଥିଆ-ରାହୁଲ ! ହେବ ୩ ଦିନିଆ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଖୁବ ଶୀଘ୍ର ବିବାହ କରିବେ ଆଥିଆ-ରାହୁଲ । ଉଭୟଙ୍କ ବିବାହକୁ ନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ଚଳିତ ମାସ ଅର୍ଥାତ୍ ଜାନୁଆରୀ ୨୩ ତାରିଖରେ ହୋଇପାରେ ଏହି ଗ୍ରାଣ୍ତ୍ ସେଲିବ୍ରେସନ । ବିବାହ ତିନି ଦିନ ଧରି ଚାଲିବ । ହଲଦୀ, ମେହେନ୍ଦି ସଙ୍ଗୀତ ଆଦି କାର୍ଯ୍ୟକ୍ରମର ଆୟୋଜନ କରାଯିବାର ସୂଚନା ରହିଛି ।

ଅଭିନେତା ସୁନୀଲ ଶେଟ୍ଟୀଙ୍କ ଖଣ୍ତାଲା ସ୍ଥିତ ବଙ୍ଗଳାରେ ବିବାହ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ । ତେବେ ଏ ନେଇ ଶେଟ୍ଟୀ ପରିବାର ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ଘୋଷଣା କରାଯାଇ ନାହିଁ । ଏହି ଗ୍ରାଣ୍ତ ୱେଣ୍ତିଂରେ କେବଳ ପରିବାର ଲୋକ ଏବଂ କିଛି ବନ୍ଧୁହିଁ ଯୋଗ ଦେବେ । ତେବେ ଅତିଥିଙ୍କ ତାଲିକା ମଧ୍ୟ ପ୍ରସ୍ତୁତ ହୋଇ ସାରିଛି । ବଲିଉଡ ଓ କ୍ରିକେଟ୍ ଦୁନିଆର କିଛି ଜଣାସୁଣା ବ୍ୟକ୍ତିତ୍ୱ ଏହି ବିବାହରେ ଯୋଗ ଦେଇ ପାରନ୍ତି । ତେବେ ଚର୍ଚ୍ଚା ଏହା ମଧ୍ୟ ହେଉଛି ଯେ, ସଲମାନ ଖାନ, ଅକ୍ଷୟ କୁମାର, ଜ୍ୟାକି ଶ୍ରଫ୍, ମହେନ୍ଦ୍ର ସିଂ ଧୋନି କୋହଲିଙ୍କ ପରି ସେଲିବ୍ରିଟି ଆଥିଆ-ରାହୁଲଙ୍କ ବିବାହରେ ଯୋଗ ଦେଇ ପାରନ୍ତି ।












Click it and Unblock the Notifications