Get Updates
Get notified of breaking news, exclusive insights, and must-see stories!

ବାପା ହେଲେ ବାବୁସାନ୍‌, ଘରକୁ ଆସିଲା ଜୁନିୟର ବାବୁ ‌

ବାପା ହେଲେ ଓଲିଉଡ ଇଣ୍ଡଷ୍ଟ୍ରିର ଚକଲେଟ ବୟ। ଓଡ଼ିଆ ଅଭିନେତା ତଥା ସୁପରଷ୍ଟାର ବାବୁ ସାନ୍ ମଙ୍ଗଳବାର ପୁତ୍ର ସନ୍ତାନର ବାପା ହୋଇଛନ୍ତି।

ଭୁବନେଶ୍ୱର: ବାପା ହେଲେ ଓଲିଉଡ ଇଣ୍ଡଷ୍ଟ୍ରିର ଚକଲେଟ ବୟ। ଓଡ଼ିଆ ଅଭିନେତା ତଥା ସୁପରଷ୍ଟାର ବାବୁ ସାନ୍ ମଙ୍ଗଳବାର ପୁତ୍ର ସନ୍ତାନର ବାପା ହୋଇଛନ୍ତି। ତାଙ୍କ ପତ୍ନୀ ତୃପ୍ତି ପଟିଆସ୍ଥିତ ଏକ ଘରୋଇ ହସ୍ପିଟାଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ।

Babushan

ଏନେଇ ସୋସିଆଲ୍‌ ମିଡିଆରେ ପୁଅର ଭିଡିଓ ଭାଇରାଲ୍‌ ହୋଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ସାମାଜିକ ଗଣମାଧ୍ୟମରେ ଓଲିଉଡରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରୁ ବାବୁସାନ୍‌ଙ୍କ ପରିବାରକୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଜଣେ ଓଲିଉଡ ପ୍ରଯୋଜକ ଏବଂ ଫିଲ୍ମ ପିଆର୍‌ଓ ଏନେଇ ସୂଚନା ଦେଇଛନ୍ତି। ଉଭୟେ ମା' ଏବଂ ପୁଅ ସୁସ୍ଥ ଅଛନ୍ତି । ଦୁଇଦିନ ତଳେ ବାବୁସାନଙ୍କ ପତ୍ନୀ ତୃପ୍ତି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲା ବେଳେ, ଆସନ୍ତା ୨ଦିନ ମଧ୍ୟରେ ଡିସ୍‌ଚାର୍ଜ ହେବେ । କରୋନା କଟକଣା ଥିବାରୁ କେହି ହସ୍ପିଟାଲ୍‌ ଯାଇପାରିନାହାନ୍ତି କେବଳ ଫୋନ୍‌ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି । ଗତ ୨୦୧୪ ମସିହାରେ ବାନ୍ଧବୀ ତୃପ୍ତି ଶତପଥୀଙ୍କୁ ବାବୁସାନ ବିବାହ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+