For Quick Alerts
For Daily Alerts
ବାପା ହେଲେ ବାବୁସାନ୍, ଘରକୁ ଆସିଲା ଜୁନିୟର ବାବୁ
ଭୁବନେଶ୍ୱର: ବାପା ହେଲେ ଓଲିଉଡ ଇଣ୍ଡଷ୍ଟ୍ରିର ଚକଲେଟ ବୟ। ଓଡ଼ିଆ ଅଭିନେତା ତଥା ସୁପରଷ୍ଟାର ବାବୁ ସାନ୍ ମଙ୍ଗଳବାର ପୁତ୍ର ସନ୍ତାନର ବାପା ହୋଇଛନ୍ତି। ତାଙ୍କ ପତ୍ନୀ ତୃପ୍ତି ପଟିଆସ୍ଥିତ ଏକ ଘରୋଇ ହସ୍ପିଟାଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ।

ଏନେଇ ସୋସିଆଲ୍ ମିଡିଆରେ ପୁଅର ଭିଡିଓ ଭାଇରାଲ୍ ହୋଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ସାମାଜିକ ଗଣମାଧ୍ୟମରେ ଓଲିଉଡରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରୁ ବାବୁସାନ୍ଙ୍କ ପରିବାରକୁ ଶୁଭେଚ୍ଛାର ସୁଅ ଛୁଟିଛି ।
ଜଣେ ଓଲିଉଡ ପ୍ରଯୋଜକ ଏବଂ ଫିଲ୍ମ ପିଆର୍ଓ ଏନେଇ ସୂଚନା ଦେଇଛନ୍ତି। ଉଭୟେ ମା' ଏବଂ ପୁଅ ସୁସ୍ଥ ଅଛନ୍ତି । ଦୁଇଦିନ ତଳେ ବାବୁସାନଙ୍କ ପତ୍ନୀ ତୃପ୍ତି ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲା ବେଳେ, ଆସନ୍ତା ୨ଦିନ ମଧ୍ୟରେ ଡିସ୍ଚାର୍ଜ ହେବେ । କରୋନା କଟକଣା ଥିବାରୁ କେହି ହସ୍ପିଟାଲ୍ ଯାଇପାରିନାହାନ୍ତି କେବଳ ଫୋନ୍ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି । ଗତ ୨୦୧୪ ମସିହାରେ ବାନ୍ଧବୀ ତୃପ୍ତି ଶତପଥୀଙ୍କୁ ବାବୁସାନ ବିବାହ କରିଥିଲେ ।