Get Updates
Get notified of breaking news, exclusive insights, and must-see stories!

କାଷ୍ଟିଂ କାଉଚ୍ ଅଭିଯୋଗ ପରେ ମୁହଁ ଖୋଲିଲେ ଟୁଟୁ ନାୟକ; କହିଲେ, ସେହି ଦୁଇ ଅଭିନେତ୍ରୀଙ୍କ ନାଁରେ ଲିଗାଲ ଆକ୍ସନ ନେବି

ଭୁବନେଶ୍ୱର: ଓଡ଼ିଆ ସିନେମାରେ କାଷ୍ଟିଂ କାଉଚ୍ ଅଭିଯୋଗ ନେଇ ବଢ଼ିଲା କଳି । ସଂପୃକ୍ତ ୨ ଅଭିନେତ୍ରୀଙ୍କ ନାଁରେ ଲିଗାଲ ଆକ୍ସନ ନେବେ ବୋଲି ଜଣାଶୁଣା ଚଳଚ୍ଚିତ୍ର ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକ ।

ନିଜ ବିରୋଧରେ ଆସିଥିବା ଅଭିଯୋଗ ଖଣ୍ଡନ କରି ସଞ୍ଜୟ ନାୟକ କହିଛନ୍ତି ଯେ, ପ୍ରମାଣ ନଥାଇ ଅଭିଯୋଗ କରାଯାଇଛି । ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ଖବର ପ୍ରସାରଣ କରାଯାଉ । ସେ ଏହା ମଧ୍ୟ କହିଛନ୍ତି ପୂର୍ବ ରାଗ ରଖି ଏଭଳି କରାଯାଉଛି । କିଛି ଝିଅଙ୍କ ପାଇଁ ପୂରା ଇଣ୍ଡଷ୍ଟ୍ରୀ ଖରାପ ହେଉଛି । ଓକିଲଙ୍କ ସହ କଥାବାର୍ତ୍ତା ଚାଲିଛି, ସମ୍ପୃକ୍ତ ଦୁଇ ଅଭିନେତ୍ରୀଙ୍କ ବିରୋଧରେ ଲିଗାଲ୍ ଆକ୍ସନ ନିଆଯିବ ବୋଲି ସଂଜୟ ନାୟକ କହିଛନ୍ତି ।

Casting Couch

ସୂଚନାଥାଉ କି, ଗତକାଲି ଜସ୍ମୀନ ରଥ ନାମକ ଜଣେ ଅଭିନେତ୍ରୀ ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ । ଏକ ହ୍ୱାର୍ଟସଆପ୍ ଗ୍ରୁପରେ ଅଭିନେତା ଓ ଅଭିନେତ୍ରୀଙ୍କ ଭିତରେ ଚାଲିଥିବା ଚାଟିଂରେ ଏଭଳି କିଛି ବାର୍ତା ସାମ୍ନାକୁ ଆସିଥିଲା । ଯେଉଁଠି ଅଭିନେତ୍ରୀଙ୍କୁ ପେସାଦାର ଜୀବନ ବାହାରେ ବିଳମ୍ବିତ ରାତିରେ କଥାବର୍ତା ପାଇଁ ଡକାଯାଉଥିବା ସେଥିରେ ଉଲ୍ଲେଖ ରହିଥିଲା । ଏହି ଚାଟିଂ ଭିତରେ ଅଭିନେତ୍ରୀ ଜାସ୍ମିନ ରଥ, ଫିଲ୍ମ ନିର୍ଦ୍ଦେଶକ ଟୁଟୁ ନାୟକଙ୍କ ନାଁ ନେଇ ଏକ ସାଂଘାତିକ ଅଭିଯୋଗ ଆଣିଥିଲେ ।

ତେବେ ସେହି ହ୍ୱାଟସଆପ ଚାଟିଂରେ ସଂପୃକ୍ତ ଅଭିନେତ୍ରୀ ଜଣଙ୍କ ଲେଖିଥିଲେ ଯେ, ପେସାଦାର ଜୀବନ ବାହାରେ ତାଙ୍କୁ ବିଳମ୍ବିତ ରାତିରେ ଡକାଯାଉଛି । ଏହି ନିମନ୍ତ୍ରଣ ରକ୍ଷା ନକରିବାରୁ ତାଙ୍କୁ ପରଦିନ ଫିଲ୍ମ ପ୍ରୋଜେକ୍ଟରୁ ବାହାର କରି ଦିଆଯାଇଛି । ଏମିତିରେ ଅନସ୍କ୍ରିନ ବା ସିନେ ପରଦାରେ ସେ ଚୁମ୍ବନ ଦେବେ ନା ନାହିଁ, ସେ ସମ୍ପର୍କରେ ପଚରାଯିବା କେଉଁ ବାର୍ତା ଦିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ପ୍ରତିଥର ଟୁଟୁ ନାୟକ ତାଙ୍କ ସହ କଥା ହେବା ବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ପଚାରିବା ସହ ଅବାନ୍ତର କଥାସବୁ ପ୍ରଚାରୁଥିବା ଏଥିରେ ସେ ଲେଖିଛନ୍ତି ।

ତେବେ ଏହି ହ୍ୱାଟସଆପ ଚାଟିଂ ଭାଇରାଲ ହେବା ପରେ ଆଜି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ଟୁଟୁ ନାୟକଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଛନ୍ତି ଜଣାଶୁଣା ଅଭିନେତ୍ରୀ ପ୍ରକୃତି ମିଶ୍ର । ସେ କହିଛନ୍ତି, ଏକ ପ୍ରତିଷ୍ଠିତ ବ୍ୟାନରର ପ୍ରଯୋଜକଙ୍କ ପୁଅ ଚଳଚ୍ଚିତ୍ରରେ କାମ ଦେବାର ପ୍ରଲୋଭନ ଦେଖାଇ ଅନେକ ନବାଗତା ଝିଅଙ୍କୁ ଶୋଷଣ କରିଛନ୍ତି । ସେ ସବୁବେଳେ ନୂଆ ନୂଆ ଝିଅଙ୍କୁ ଟାର୍ଗେଟ୍ କରିଥା'ନ୍ତି। କେଳବ ସେ ନୁହଁନ୍ତି, ତାଙ୍କ ସହ କିଛି ଅଭିନେତା ଓ ଇଣ୍ଡଷ୍ଟ୍ରିର ବଡ଼ବଡ଼ିଆ ମଧ୍ୟ ଏହି କୁକର୍ମରେ ସାମିଲ ଥିବା କହିଛନ୍ତି । ପୀଡ଼ିତା ଝିଅମାନେ କିଭଳି ଟୁଟୁ ନାୟକଙ୍କ ଶୋଷଣର ଶିକାର ହୋଇଛନ୍ତି ଏନେଇ ତାଙ୍କୁ ମେସେଜ୍ ମଧ୍ୟ କରିଛନ୍ତି । ଟୁଟୁ ନାୟକ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ଅଭ୍ୟାସଗତ ଶୋଷଣକାରୀ ଓ ସବୁବେଳେ ନୂଆ ଝିଅମାନଙ୍କୁ ଟାର୍ଗେଟ୍ କରିଥାନ୍ତି ।

ଓଡ଼ିଆ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚର ଶିକାର ସେ ନିଜେ ହୋଇନଥିଲେ ମଧ୍ୟ ଟୁଟୁ ନାୟକ କିଭଳି ନବାଗତ ଝିଅମାନଙ୍କୁ ଶୋଷଣ କରନ୍ତି ତାହା ସମସ୍ତେ ଜାଣିଛନ୍ତି ବୋଲି ପ୍ରକୃତି କହିଛନ୍ତି । ଏପରିକି ତାଙ୍କ ସହ ଅତୀତ ଏକ ଦୁଃଖଦ ଘଟଣା ବେଳେ ଟୁଟୁ ନାୟକ ନିଜେ କହିଥିଲେ ଯେ, ଭଲ ପୁଅମାନଙ୍କୁ ଫସାଇବା ଝିଅମାନଙ୍କ କାମ । ଟୁଟୁ ନାୟକ କିପରି ବ୍ୟକ୍ତି ତାହା ତାଙ୍କର ଏଭଳି ଛୋଟ ଚିନ୍ତାଧାରାରୁ ଜଣାପଡ଼ି ଯାଉଛି। ଟୁଟୁ ନାୟକ ଓଡ଼ିଆ ଇଣ୍ଡଷ୍ଟ୍ରିକୁ ନିଜର ଖେଳ ପଡ଼ିଆ ଭାବି ନିଜର ଏକ ଟିମ୍ ମାଧ୍ୟମରେ ଯାହା ଇଚ୍ଛା କରୁଛନ୍ତି । ଟୁଟୁ ନାୟକ ଇଣ୍ଡଷ୍ଟ୍ରିକୁ ଆସୁଥିବା ନବାଗତ ଝିଅମାନଙ୍କୁ ଶୋଷଣ କରିବା କଥା ସମସ୍ତେ ଜାଣନ୍ତି। ଯେଉଁ ଝିଅ ସେମାନଙ୍କ କଥାରେ ରାଜି ନହୁଏ ତାକୁ ରାତାରାତି ଫିଲ୍ମରୁ ବିଦା କରିବାର ନଜିର ମଧ୍ୟ ରହିଛି ବୋଲି ପ୍ରକୃତି ମିଶ୍ର ଅଭିଯୋଗ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+