Get Updates
Get notified of breaking news, exclusive insights, and must-see stories!

ଓଲିଉଡ୍‌ କଳି ପୁଣି ତୀବ୍ର: ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଥାନାରେ ଏତଲା

ଓଲିଉଡ୍‌ କଳି ପୁଣି ତୀବ୍ର ହୋଇଛି । ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ମଙ୍ଗଳବାର ଓଡ଼ିଶା ଫିଲ୍ମ ଆଣ୍ଡ୍‌ ଟିଭି ନିର୍ଦ୍ଦେଶକ ସଂଘ କଟକ ସାଇବର ଥାନାରେ ଏତଲା ଦେଇଥିବାବେଳେ ଏପଟେ ଚଳଚ୍ଚିତ୍ର ପ୍ରଯୋଜକ ଶ୍ରୀଧର ମାର୍ଥା ସାମ୍ନାକୁ ଆସି ଅସନ୍ତୋଷ ବ୍ୟକ୍ତି କରିଛନ୍ତି।

ଓଡ଼ିଆ ସିନେ ନିର୍ଦ୍ଦେଶକମାନଙ୍କୁ ଆକ୍ଷେପ କରି ମନୋଜ ସାମାଜିକ ଗଣମାଧ୍ୟମରେ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ସଂଘ ଏତଲାରେ ଅଭିଯୋଗକରି କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

ଅପରପକ୍ଷରେ ନିର୍ଦ୍ଦେଶକ ସଂଘ ବିରୋଧରେ ଶ୍ରୀଧର ଭୁବନେଶ୍ୱର ସାଇବର ଥାନାରେ ମଧ୍ୟ ଏତଲା ଦେଇଛନ୍ତି। ତାଙ୍କ ଚଳଚ୍ଚିତ୍ର ମାଇଣ୍ଡଗେମ୍‌କୁ ଫ୍ଲପ୍‌ ହୋଇଥିବା କହି ନିର୍ଦ୍ଦେଶକ ସଂଘ ଅପପ୍ରଚାର କରୁଥିବା ଶ୍ରୀଧର ଅଭିଯୋଗ କରିଛନ୍ତି। ଏପରିକି ଫିଲ୍ମର କ୍ଷତି ହେଲେ ସେ ଆତ୍ମହତ୍ୟା କରିବାକୁ ପ୍ରସ୍ତୁତ ହେଲେଣି ବୋଲି ଶ୍ରୀଧର କହିଛନ୍ତି।

ଦୀର୍ଘ ଦେଢ଼ ବର୍ଷ ହେବ ଅଭିନେତା ଶ୍ରୀ ମିଶ୍ର ରିଲିଜ୍‌ ହେଉଥିବା ପ୍ରତ୍ୟେକ ଓଡ଼ିଆ ଫିଲ୍ମ ଉପରେ ତାଙ୍କ ମନ୍ତ୍ରବ୍ୟ ରଖି ଥାଆନ୍ତି। ସେ ତାଙ୍କ ନିଜସ୍ୱ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ହେଉ କିମ୍ବା କୌଣସି ସୋସଆଲ୍‌ ମିଡ଼ିଆ ପ୍ଲାର୍ଟଫର୍ମରେ ରିଭ୍ୟୁ କରୁଥିବା ସିନେମା ସମ୍ପର୍କରେ ମତ ଦିଅନ୍ତି। କିନ୍ତୁ ସେ ସବୁ ସୀମା ସରହଦ ଟପି ସିନେ କଳାକାର, ନିର୍ଦ୍ଦେଶକ ଓ ଟେକ୍ନିସିଆନ୍‌ଙ୍କ ବ୍ୟକ୍ତିଗତସ୍ତରକୁ ଯାଇ ଆକ୍ଷେପ କରନ୍ତି। ଏହି ଭିଡ଼ିଓ ପରବର୍ତ୍ତି ସମୟରେ ଭାଇରାଲ୍‌ ହୁଏ। ଯହାକି ଓଲିଉଡର ସମ୍ମାନହାନୀ କରୁଥିବା ସଂଘ ଅଭିଯୋଗ କରିଛି।

manoj mishra

ଓଲିଉଡ୍‌ ଏବେ ତାର ପୁରୁଣା ଧାରାକୁ ଫେରୁଥିବାବେଳେ ପୁଣି ଏଭଳି ବିବାଦ ମୁଣ୍ଡ ଟେକିଥିବାରୁ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
ନିର୍ଦ୍ଦେଶକ ସଂଘ ଅଭିଯୋଗ ଅନୁଯାୟୀ, ମନୋଜଙ୍କ ଏଭଳି ମନ୍ତବ୍ୟ ଓଡ଼ିଆ ସିନେ ନିର୍ଦ୍ଦେଶକମାନଙ୍କ ପ୍ରତି ଅପମାନସୂଚକ ହୋଇଛି। ଏଥିସହ ସିନେମାକୁ ଭଲ ପାଉଥିବା ଦର୍ଶକଙ୍କ ନିକଟକୁ ଏକ ଖରାପ ବାର୍ତ୍ତା ପ୍ରସାରିତ ହେଉଛି। ମନୋଜଙ୍କୁ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଦାବି ହୋଇଛି। ସଂଘ ପକ୍ଷରୁ ସବ୍ୟସାଚୀ ମହାପାତ୍ର, ବସନ୍ତ ସାହୁ, ଅବ୍‌ତାର ସିଂ, ହରିଶ ମହାନ୍ତି, ତାପସ ସରଘରିଆ, ଜ୍ୟୋତି ଦାସ, ଦେବୁ ପଟ୍ଟନାୟକ, ଗିରିଶ ମହାନ୍ତି, ବବି ଇସ୍‌ଲାମ, ସଂଗ୍ରାମ ମହାନ୍ତି ପ୍ରମୁଖ ମେଳି ହୋଇ ମନୋଜଙ୍କ ବିରୋଧରେ ବାହାରିଛନ୍ତି। ଏନେଇ କଟକ ସାଇବର ଥାନା ଆଇଆଇସି ରଶ୍ମିତା ଜେନା କହିଛନ୍ତି, ନିର୍ଦ୍ଦେଶକ ସଂଘ ପକ୍ଷରୁ ଏତଲା ସହ ପେନ୍‌ ଡ୍ରାଇଭ୍‌ରେ କିଛି ଭିଡିଓ ସମ୍ବଳିତ ତଥ୍ୟ ପ୍ରଦାନ କରାଯାଇଛି। ଉକ୍ତ ପେନ୍‌ ଡ୍ରାଇଭ ତଥ୍ୟକୁ ଦେଖିବା ପରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ତେବେ ଏତଲା ନେଇ ମନୋଜଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଅପରପକ୍ଷରେ ପ୍ରଯୋଜକ ମାର୍ଥା ଅଭିଯୋଗ କରିଛନ୍ତି ଯେ, ନିର୍ଦ୍ଦେଶକ ସଂଘ ପକ୍ଷରୁ ମନୋଜଙ୍କ ନାଁରେ ଏତଲା ଦିଆଯିବା ସହ ଗଣମାଧ୍ୟମରେ ବାଇଟ୍‌ ଦିଆଯାଉଛି। ଗଣମାଧ୍ୟମରେ ମାଇଣ୍ଡଗେମ୍‌ ଫ୍ଲପ୍‌ ହୋଇଛି ବୋଲି ସଂଘ ଅପପ୍ରଚାର କରୁଛି। ବବି ଇସ୍‌ଲାମ୍‌ ନାମକ ଜଣେ ନିର୍ଦ୍ଦେଶକ ସଂଘ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ମିଡିଆରେ ମାଇଣ୍ଡଗେମ୍‌କୁ ଫ୍ଲପ୍‌ ବୋଲି କହିଛନ୍ତି। ମାଇଣ୍ଡଗେମ୍‌ ଚଳଚ୍ଚିତ୍ର ଆଗକୁ ହିନ୍ଦୀ ଓ ତେଲୁଗୁ ଭାଷାରେ ରିଲିଜ୍‌ ହେବାକୁ ଅଛି। ଏଥିରେ ସେ ବହୁତ ଟଙ୍କା ବିନିଯୋଗ କରିଛନ୍ତି। ଏହି ଅପପ୍ରଚାର ପାଇଁ ତାଙ୍କର ଯେଉଁ କ୍ଷତି ହେବ ସେଥିପାଇଁ କିଏ ଦାୟୀ ହେବ ବୋଲି ମାର୍ଥା ପ୍ରଶ୍ନ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+