ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ

ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ ଘଟିଛି । ଆଜି ଭୋର ୫ଟା ସମୟରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବାର ସୂଚନା ମିଳିଛି।

ଭୁବନେଶ୍ବର: ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ ଘଟିଛି । ଆଜି ଭୋର ୫ଟା ସମୟରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବାର ସୂଚନା ମିଳିଛି। ତାଙ୍କ ଝିଅ ଅନ୍ୱେଷା ମହାନ୍ତି ଏହି ସୂଚନା ଦେଇଛନ୍ତି।

Amarendra Mohanty

ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ଅନ୍ୱେଷା କହିଛନ୍ତି ଯେ ତାଙ୍କ ବାପା ଏପ୍ରିଲ ୨୪ ତାରିଖରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଜ୍ୱର ଆସିବା ପରେ ସେ ଟେଷ୍ଟ କରାଇଥିଲେ। ତା'ପରେ ଘରେ ଆଇସୋଲେସନରେ ରହି ଔଷଧ ଖାଉଥିଲେ। କିନ୍ତୁ ଜ୍ୱର ନ ଛାଡ଼ିବାରୁ ମେ' ୩ ତାରିଖରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତିନି ଦିନ ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା। ଭେଣ୍ଟିଲେଟରରୁ ବାହାରିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା। ତେବେ ଗତକାଲି ଠାରୁ ପୁଣି ତାଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା। ଆଉ ଆଜି ଭୋର ପ୍ରାୟ ୫ଟା ବେଳେ ତାଙ୍କର ପରଲୋକ ହୋଇଯାଇଥିବା ନେଇ ଆମକୁ ସୂଚନା ମିଳିଥିଲା। ତେବେ ଅମରେନ୍ଦ୍ର ମହାନ୍ତିଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି ।

ଓଲିଉଡରେ ସେ 'ବୁଲୁ' ନାଁରେ ଅଧିକ ଲୋକପ୍ରିୟ ଥିଲେ। ଆକାଶବାଣୀରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଅମରେନ୍ଦ୍ର। ଏହାପରେ ସେ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ। 'ଶ୍ରଦ୍ଧାଞ୍ଜଳି' ଥିଲା ତାଙ୍କର ପ୍ରଥମ ଓଡ଼ିଆ ଚଳଚିତ୍ର। ଏହାପରେ ସେ ସୁନା ପଞ୍ଜୁରୀ, ଭାଇ ହେଲା ଭଗାରି, ବସୁଧା, ଅଣ୍ଟି ଛୁରି ତଣ୍ଟି କାଟେ, ସିଂହବାହିନୀ, ପବିତ୍ର ବନ୍ଧନ, ହେ ସଖା, ପ୍ରେମ ଅଲଗା ପ୍ରକାର, ଏବଂ ରଙ୍ଗ ବରଷିବ ଟୁପୁରୁ ଟାପୁରୁ ଆଦି ସମେତ କେତେକ ଓଡ଼ିଆ ଚଳଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ସେହିପରି ଓଡିଶା ଚଳଚିତ୍ର ପ୍ରେମରୋଗୀର ସୁପର ହିଟ ଗୀତ "ହଳଦୀ ରଙ୍ଗ ଝିଅଟି ତୋ ହଳଦୀ ଲୋଡ଼ା ନାହିଁ" ଗୀତର ସ୍ବର ସଂଜୋଯନା କରିଥିଲେ ।

ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ଅକାଳ ବିୟୋଗରେ ସିନେ ଓ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+