• search
For Quick Alerts
Turn On Notification  
For Daily Alerts

ପ୍ରବାସୀ ଓଡିଆଙ୍କ ପାଇଁ ଭୋକରେ ରହିଲେ ସବ୍ୟସାଚୀ; କହିଲେ, ତୁମେ ଖାଇଲା ପରେ ମୁଁ ଖାଇବି

|

ଭୁବନେଶ୍ୱର: ଦେଶରେ ପୁଣି ଫେରିଛି ଲକଡାଉନ, ସଟଡାଉନ । କିଛି ପ୍ରବାସୀମାନେ ଘର ବାହୁଡା ହୋଇଥିବା ବେଳେ ଆଉ କିଛି ଅନ୍ୟ ରାଜ୍ୟରେ ଲକଡାଉନ ପାଇଁ ଫସି ଯାଇଛନ୍ତି । ତେବେ ଏଭଳି ଦୁଃଖଦ ସମୟରେ ପ୍ରବାସୀ ଓଡ଼ିଆଙ୍କୁ ସାହାଯ୍ୟର ହାତ ବଢ଼ାଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର ।

Sabyasachi Mishra

ବେଙ୍ଗଳୁରୁର ଏକ କମ୍ପାନୀରେ କାମ କରୁଥିବା ୫ ଜଣଙ୍କ ପାଖରେ ଟଙ୍କା ସରିଯିବା ସହ ରୋଷେଇ ଗ୍ୟାସ୍ ସରି ଯାଇଥିଲା । ଫଳରେ ସେମାନେ ଭୋକ ଉପାସରେ ୩ ଦିନ କାଟିବା ପରେ ସବ୍ୟସାଚୀଙ୍କୁ ଟ୍ୱିଟ୍ କରିଥିଲେ । ଯାହା ପରେ ସବ୍ୟସାଚୀ ବଢ଼ାଇଥିଲେ ସହାୟତାର ହାତ । ସେମାନଙ୍କ ଲାଗି ଅନଲାଇନରେ ବିରିୟାନୀ ଅର୍ଡର କରିବା ସହ ସେମାନେ ଖାଇବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ସବ୍ୟସାଚୀ । ପ୍ରବାସୀଙ୍କ ପାଖରେ ବିରିୟାନୀ ପହଞ୍ଚିଲା । ସେମାନେ ଖାଇବା ପରେ ସବ୍ୟସାଚୀ ଖାଇଥିଲେ ।

ଏତିକି ନୁହେଁ କର୍ଣ୍ଣାଟକରେ ସଂକ୍ରମଣ ପିକରେ ରହିଥିବା ବେଳେ କାମଧନ୍ଦା ବନ୍ଦ ଥିବାରୁ ସେମାନଙ୍କୁ ଚଳିବା ଲାଗି ସବ୍ୟସାଚୀ ମିଶ୍ର ଟଙ୍କା ମଧ୍ୟ ପଠାଇଛନ୍ତି । ପୁନଶ୍ଚ କାମଧନ୍ଦା ଆରମ୍ଭ ହେବା ଯାଏ ସବ୍ୟସାଚୀ ସେମାନଙ୍କ ଖାଇବା, ପିଇବା କଥା ବୁଝିବେ ବୋଲି କହିଛନ୍ତି । ସବ୍ୟସାଚୀଙ୍କ ଠାରୁ ସାହାଯ୍ୟ ପାଇବେ ପରେ ପ୍ରବାସୀ ଓଡ଼ିଆ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
ollywood actor Sabyasachi Mishra was starving for migrants
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X