ଆତ୍ମହତ୍ୟା କଲେ ଓଲିଉଡ ଅଭିନେତା ରାଇମୋହନ ପରିଡ଼ା
ଆତ୍ମହତ୍ୟା କଲେ ଓଲିଉଡ ଅଭିନେତା ରାଇମୋହନ ପରିଡ଼ା । ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।
ଭୁବନେଶ୍ୱର: ଆତ୍ମହତ୍ୟା କଲେ ଓଲିଉଡ ଅଭିନେତା ରାଇମୋହନ ପରିଡ଼ା । ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଭୁବନେଶ୍ୱର ସ୍ଥିତ ପ୍ରାଚୀ ବିହାର ଘରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ମିଳିଛି। ଖବରପାଇ ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚିଛି। ରାଇମୋହନଙ୍କ ମୃତ୍ୟୁକୁ ନେଇ ଓଲିଉଡ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି।
ଓଲିଉଡର ଲୋକପ୍ରିୟ ଅଭିନେତା ଭାବେ ରାଇମୋହନ ବେଶ୍ ଜଣାଶୁଣା। ଯାତ୍ରା ଜଗତରେ ବି ସେ ବେଶ୍ ପରିଚିତ ଥିଲେ। ଖଳ ଚରିତ୍ରରେ ତାଙ୍କ ଅଭିନୟ ଥିଲା ବେଶ ଚମତ୍କାର । ତାଙ୍କର ପ୍ରଥମ ଓଡିଆ ଫିଲ୍ମ ହେଉଛି ପକା କମ୍ବଳ ପୋତ ଛତା । ସେଥିରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ଏହା ପରେ ୧୯୯୨ ମସିହାରେ ସାଗର ଭୂମିକାରେ ଅଭିନୟ କରିଥିଲେ । ୧୦୦ ରୁ ଉର୍ଦ୍ଧ ଓଡିଆ ଫିଲ୍ମ ରେ ସେ ଅଭିନୟ କରିଛନ୍ତି । ୨୦୦୨ ମସିହାରେ ସେ ଓଡିଆ ଫିଲ୍ମ ଛାଡି ଯାତ୍ରାରେ ଅଭିନୟ ଆରମ୍ଭ କରିଥିଲେ । ସେ ଓଡିଆ ଯାତ୍ରା ଓ ଫିଲ୍ମ ସହ କିଛି ହିନ୍ଦୀ ଫିଲ୍ମ ରେ ମଧ୍ୟ ଅଭିନୟ କରିଛନ୍ତି ।












Click it and Unblock the Notifications