Get Updates
Get notified of breaking news, exclusive insights, and must-see stories!

ବାବୁଙ୍କ ବଡ ପଣିଆ: କୁନି ପ୍ରଶଂସକଙ୍କ ଇଚ୍ଛା ପୂରଣ କଲେ ବାବୁସାନ୍

ନିଜର କୁନି ପ୍ରଶଂସକର ଇଛା ପୂରଣ କରିବା ପାଇଁ ଆଜି ଅଚାନକ ପହଞ୍ଚିଥିଲେ କଟକ ବଡ଼ ମେଡିକାଲରେ। ଆଉ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ତାଙ୍କର ଜଣେ କୁନି ପ୍ରଶଂସକଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

କଟକ: ସେ ବାବୁ ଭାଇଜାନ ! ପରଦାରେ ସେ ଲୋଫର, ଇଡିଅଡ, ଡାହା ବାଳୁଙ୍ଗା । ସୁପରହିଟ ଓଡିଆ ସିନେମାରେ ଅଭିୟନ କରି ଅଗଣିତ ସିନେପ୍ରେମୀଙ୍କ ମନ ଜିତିଥିବା ଓଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତି ରିୟଲ ଲାଇଫରେ ମଧ୍ୟ ନିଜ ମହାନତା ଦେଖାଇଛନ୍ତି । ନିଜ ପ୍ରଶଂସକଙ୍କୁ ସେ କେତେ ଭଲ ପାଅନ୍ତି ତାହା ଆଜି ପ୍ରମାଣ କରିଛନ୍ତି । ନିଜର କୁନି ପ୍ରଶଂସକର ଇଛା ପୂରଣ କରିବା ପାଇଁ ଆଜି ଅଚାନକ ପହଞ୍ଚିଥିଲେ କଟକ ବଡ଼ ମେଡିକାଲରେ। ଆଉ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ତାଙ୍କର ଜଣେ କୁନି ପ୍ରଶଂସକଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

କଟକ ବଡ଼ ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ବାବୁସାନଙ୍କର କୁନି ଫ୍ୟାନ୍ ଚିଣ୍ଟୁ। ତାଙ୍କ ଘର ଢ଼େଙ୍କାନାଳର କାମାକ୍ଷାନଗର ଅଞ୍ଚଳରେ । କିଛି ଦିନ ତଲେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଗୁରୁତର ଆହତ ହୋଇଥିଲେ ଚିଣ୍ଟୁ। ତାଙ୍କ ଦୁଇ ଗୋଡ଼ ଦୁଇ ହାତରେ କରେଣ୍ଟ ଲାଗି ଜଳି ଯାଇଛି । ପ୍ରଥମେ ଭୁବନେଶ୍ଵରରେ ଏକ ଘରୋଇ ହସ୍ପିଟାଲରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ପରେ ଏବେ କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବର୍ତ୍ତମାନ ତାଙ୍କର ଦୁଇଟି ଯାକ ହାତ ଓ ଗୋଟିଏ ଗୋଡ଼ କାଟିବାକୁ ପଡ଼ିଛି।

Babushaan Mohanty

ସେପଟେ ନିଜର ପ୍ରିୟ ହିରୋକୁ ରୋଗଶଯ୍ୟା ନିକଟରେ ଦେଖି ଚକିତ ଓ ଆନନ୍ଦିତ ହୋଇଛି ଚିଣ୍ଟୁ। ଆଉ ଚିଣ୍ଟୁଙ୍କ ଖୁସି ତାଙ୍କ ମୁହଁରୁ ସ୍ପଷ୍ଟ ବାରି ହେଇ ପଡୁଥିଲା। ହସ୍ପିଟାଲ ବେଡ଼ରେ ବାବୁସାନ୍ ସହ ସେଲଫି ନେଇଛନ୍ତି ଏହି କୁନି ଫ୍ୟାନ ଜଣଙ୍କ । ତେବେ କୁନି ଫ୍ୟାନକୁ ଦେଖା କରିବା ସହ ତାଙ୍କର ଚିକିତ୍ସା ପାଇଁ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ କରିବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବାବୁସାନ୍।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+