Get Updates
Get notified of breaking news, exclusive insights, and must-see stories!

ବିବାଦ ପରେ ପ୍ରଥମ ଥର ଅସୁସ୍ଥ ବାବୁସାନଙ୍କୁ ଭେଟିଲେ ପତ୍ନୀ ତୃପ୍ତି

ଅସୁସ୍ଥ ବାବୁସାନଙ୍କୁ

ଭୁବନେଶ୍ୱର: ଅସୁସ୍ଥ ବାବୁସାନଙ୍କୁ ଭେଟିବା ପାଇଁ ମେଡିକାଲରେ ପହଁଚିଲେ ପତ୍ନୀ ତୃପ୍ତି । ବିବାଦ ପରେ ପ୍ରଥମ ଥର ସେ ଅଭିନେତାଙ୍କୁ ଭେଟିଛନ୍ତି । ସ୍ୱାମୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ପାଇଁ ଘରୋଇ ହସ୍ପିଟାଲରେ ପହଁଚିଥିଲେ ତୃପ୍ତି ।

Actor Babushan Mohanty
ଅସୁସ୍ଥ ଅଭିନେତା ବାବୁସାନ ମହାନ୍ତି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ଶରୀରରେ ଅକ୍ସିଜେନ ସ୍ତର କମିଯିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗତ ୭ ଦିନ ହେବ ସେ ଚିକିତ୍ସାଧୀନ ଅଛନ୍ତି ।

ସୂଚନା ଅନୁସାରେ, ନିଜ ଆଗାମୀ ଫିଲ୍ମ 'ଦମନ୍'ର ପ୍ରମୋସନ ପାଇଁ ଲଦାଖ ପହଁଚିଥିଲେ ଅଭିନେତା । ଯେଉଁଠି ସେ ପ୍ରାୟ ୨୮୦ କିଲୋମିଟର ବାଇକ୍ ଚଳାଇବା ପରେ ଅସୁସ୍ଥ ହୋଇ ପଡିଥିଲେ । ଅକ୍ସିଜେନ୍ ସ୍ତର କମି ଯିବା ପରେ ତାଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା । ୭ ଦିନ ହେବ ତାଙ୍କ ଚିକିତ୍ସା ଚାଲିଥିଲା । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ବୋଲି ସୂଚନା ରହିଛି । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ସ୍ୱାମୀ-ସ୍ତ୍ରୀ ବିବାଦ ପରେ ବାବୁସାନ୍ ଓ ପତ୍ନୀ ତୃପ୍ତି ଅଲଗା ଅଲଗା ରହି ଆସୁଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+