ଓଲିଉଡ ଷ୍ଟାର ବାବୁସାନ୍ ମହାନ୍ତି ଅସୁସ୍ଥ, ଚାଲିଛି ଚିକିତ୍ସା
ଓଲିଉଡ ଷ୍ଟାର ବାବୁସାନ୍ ମହାନ୍ତି ଅସୁସ୍ଥ, ଚାଲିଛି ଚିକିତ୍ସା
ଭୁବନେଶ୍ୱର: ଅସୁସ୍ଥ ହୋଇ ପଡିଛନ୍ତି ଓଲିଓଡ୍ ଅଭିନେତା ବାବୁସାନ ମହାନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା । ଶରୀରରେ ଅକ୍ସିଜେନ ସ୍ତର କମିଯିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତ ୫ ଦିନ ହେବ ସେ ଚିକିତ୍ସାଧୀନ ଅଛନ୍ତି । ପୂର୍ବ ଅପେକ୍ଷା ତାଙ୍କ ସ୍ୱାସ୍ଥ୍ୟରେ ଏବେ ଉନ୍ନତି ଘଟିଛି ବୋଲି ସୂଚନା ରହିଛି ।

ସୂଚନା ଅନୁସାରେ, ନିଜ ଆଗାମୀ ଫିଲ୍ମ 'ଦମନ୍'ର ପ୍ରମୋସନ ପାଇଁ ଲଦାଖ ପହଁଚିଥିଲେ ଅଭିନେତା । ଯେଉଁଠି ସେ ପ୍ରାୟ ୨୮୦ କିଲୋମିଟର ବାଇକ୍ ଚଳାଇବା ପରେ ସେ ଅସୁସ୍ଥ ହୋଇ ପଡିଥିଲେ । ଅକ୍ସିଜେନ୍ ସ୍ତର କମି ଯିବା ପରେ ତାଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା । ୫ ରୁ ୬ ଦିନ ହେବ ତାଙ୍କ ଚିକିତ୍ସା ଚାଲିଛି । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଏକ ୬ ଜଣିଆ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି । ସୋଶାଲ ମିଡିଆରେ ବାବୁସାନଙ୍କ ଫଟୋ ଭାଇରାଲ ହେବା ପରେ ଆଶୁ ଆରୋଗ୍ୟ କାମନା କରିଛନ୍ତି ଫ୍ୟାନ୍ସ ।
ତେବେ ସେପ୍ଟେମ୍ବର ୩୦ରେ ଅଭିନେତା ବାବୁସାନଙ୍କ ଫିଲ୍ମ 'ଦମନ୍' ରିଲିଜ୍ ହେବାପାଇଁ ଯାଉଛି । ଏହା ଏକ ସତ୍ୟ କାହାଣୀ ଉପରେ ଆଧାରିତ । ଯେଉଁଥିରେ ବାବୁସାନ୍ ଜଣେ ଡାକ୍ତର ଭୂମିକାରେ ନଜର ଆସିବେ ।












Click it and Unblock the Notifications