ପରଲୋକରେ ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ର
ପରଲୋକରେ ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ର
ଭୁବନେଶ୍ୱର । କୋଭିଡ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ପରବର୍ତ୍ତୀ ଜଟିଳତା ପାଇଁ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଓଲିଉଡର ଆଗଧାଡୀର ଗାୟୀକା ତାପୁ ମିଶ୍ରଙ୍କ ପରଲୋକ ହୋଇଛି । ଶନିବାର ରାତି ପ୍ରାୟ 11 ଟା ସମୟରେ ତପୁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତପୁଙ୍କ ମେ 10 ରେ କୋଭିଡ ଆକ୍ରାନ୍ତ ହୋଇଥିଲେ ।ପରେ ସେ ଘରେ ସଙ୍ଗରୋଧରେ ଥିଲେ । ମେ 31 ରେ, ତାଙ୍କର ଅମ୍ଳଜାନ ସ୍ତର 45 କୁ ଖସି ଆସିଥିଲା । ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ହେଲେ ତାଙ୍କ ଅବସ୍ଥାରେ କୌଣସି ଉନ୍ନତି ନହେବା ଫଳରେ ଏହି 36 ବର୍ଷିୟା କଣ୍ଠଶିଳ୍ପୀଙ୍କୁ ପ୍ରାୟ 10 ଦିନ ପୂର୍ବରୁ IMS & SUM ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଯଦିଓ ତାଙ୍କର କୋଭିଡ ରିପୋର୍ଟ ନେଗେଟିଭ୍ ଥିଲା ସଂକ୍ରମଣ ହେତୁ ତାଙ୍କ ଫୁସଫୁସ ଗଭୀର ପ୍ରଭାବିତ ହୋଇଥିଲା । ତପୁଙ୍କ ଭଉଣୀ ଧ୍ରୁତିଦୀପା ମିଶ୍ର ଜୁନ୍ 17 ରେ ଗଣମାଧ୍ୟମକୁ କହିଥିଲେ ଯେ ସେ ଗତ କିଛି ଦିନ ହେବ ତପୁଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ପରିବାର ସାମୂହିକ ପ୍ରାର୍ଥନା ପାଇଁ ଆବେଦନ କରିଥିଲେ ଏବଂ ତାଙ୍କ ଚିକିତ୍ସା ପାଇଁ ପାଣ୍ଠି ସଂଗ୍ରହ କରୁଥିଲେ। ଶୁକ୍ରବାର ଦିନ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ତାଙ୍କ ଚିକିତ୍ସା ପାଇଁ କଳାକାର କଲ୍ୟାଣ ପାଣ୍ଠିରୁ 1 ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ ।












Click it and Unblock the Notifications