ମୁମ୍ୱାଇ କ୍ରୁଜ ରେଭ୍ ପାର୍ଟିରେ ଓଡିଶା ଲିଙ୍କ୍, ଡ୍ରଗ୍ସ ଯୋଗାଇ ଥିବା ଓଡ଼ିଆ ଯୁବକ ଗିରଫ
ମୁମ୍ୱାଇ କ୍ରୁଜ ରେଭ୍ ପାର୍ଟି ମାମଲାରେ ଓଡିଶା ଲିଙ୍କ । ଡ୍ରଗ୍ସ କାରବାରରେ ଜଣେ ଓଡ଼ିଆଙ୍କ ଲିଙ୍କ୍ ଥିବା ନେଇ ସୂଚନା ମିଳିଛି । ଆଜି ଗରିଫ ହୋଇଥିବା ଅନ୍ୟ ଦୁଇ ଜଣଙ୍କ ମଧ୍ୟରେ ଜଣେ ଓଡିଶାର ବାସିନ୍ଦା ବୋଲି ଜଣାପଡିଛି। ତାଙ୍କ ନାଁ ହେଉଛି ଅବୁଦୁଲ କାଦିର୍ ।
ମୁମ୍ବାଇ: ମୁମ୍ୱାଇ କ୍ରୁଜ ରେଭ୍ ପାର୍ଟି ମାମଲାରେ ଓଡିଶା ଲିଙ୍କ । ଡ୍ରଗ୍ସ କାରବାରରେ ଜଣେ ଓଡ଼ିଆଙ୍କ ଲିଙ୍କ୍ ଥିବା ନେଇ ସୂଚନା ମିଳିଛି । ଆଜି ଗରିଫ ହୋଇଥିବା ଅନ୍ୟ ଦୁଇ ଜଣଙ୍କ ମଧ୍ୟରେ ଜଣେ ଓଡିଶାର ବାସିନ୍ଦା ବୋଲି ଜଣାପଡିଛି। ତାଙ୍କ ନାଁ ହେଉଛି ଅବୁଦୁଲ କାଦିର୍ ।

କ୍ରୁଜ୍ ପାର୍ଟିର 4 ଜଣ ଆୟୋଜକଙ୍କୁ ଏପର୍ଯ୍ୟନ୍ତ ପଚରାଉଚରା ପାଇଁ ଅଟକ ରଖାଯାଇଛି। ଏହି ପାର୍ଟି ପ୍ରକୃତରେ କ୍ରୁଜ୍ ଭିତରେ କିପରି ଘଟିଲା ଏବଂ ଡ୍ରଗ୍ସ ସେଠାରେ କିପରି ପହଞ୍ଚିଲା ସେ ବିଷୟରେ ସେମାନଙ୍କୁ ପ୍ରଶ୍ନ କରାଯାଇଛି।ଏହାପୂର୍ବରୁ ଏହି ମାମଲାରେ ଜଡିତ ଆର୍ଯ୍ୟନଙ୍କ ସମେତ 8 ଜଣଙ୍କୁ ଗିରଫ କରାଯାଇଥିଲା। ଗତକାଲି ରାତିରେ ଆଉ ଦୁଇଜଣଙ୍କୁ ଗିରଫ କରାଯାଇଥିଲା।
ପ୍ରଥମେ ଆର୍ଯ୍ୟନ ଖାନ, ମୁନମୁନ ଧମେଚା ଓ ଅରବାଜ ମର୍ଚ୍ଚାଣ୍ଟଙ୍କୁ ଗିରଫ କରିବା ପରେ ଅନ୍ୟ ୮ଜଣଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୧୧ ଜଣଙ୍କୁ ଗିରଫ କଲାଣି ଏନସିବି । ଅଭିଯୁକ୍ତଙ୍କଠାରୁ ଚରସ, ହାସିସ, କୋକେନ, ଏମଡିଏମ ଆଦି ଜବତ ହୋଇଥିଲା । ସେପଟେ ଆସନ୍ତା ୭ ତାରିଖ ଯାଏଁ ଏନସିବି ହେପାଜତକୁ ଯାଇଥିବା ଆର୍ଯ୍ୟନ ଖାନଙ୍କଠାରୁ ଅଧିକରୁ ଅଧିକ ତଥ୍ୟ ମିଳିଥିବା ସୂଚନା ମିଳିଛି । ଆର୍ଯ୍ୟନଙ୍କୁ ଏହି ପାର୍ଟିରେ ଯୋଗ ଦେବା ଲାଗି କିଏ ଅନୁରୋଧ କରୁଥିଲେ ସେହି ବ୍ୟକ୍ତିଙ୍କ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରୁଛି ଏନସିବି ।












Click it and Unblock the Notifications