କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ମହିଳା ଥାନାରେ ଏତଲା ଦେଲେ ଓଲିଉଡ୍ କଣ୍ଠଶିଳ୍ପୀ
କଟକ: ଓଲିଉଡରେ ଏବେ ଗୋଟିଏ ପରେ ଗୋଟିଏ ବିବାଦ ମୁଣ୍ଡ ଟେକୁଛି। ଦୁଇ ଦିନ ତଳେ ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୋଧରେ କାଷ୍ଟିଂ କାଉଚ୍ ଅଭିଯୋଗ ଆସିଥିବା ବେଳେ ଆଜି ଓଡଲିଉଡ଼ ପାଇଁ ଅନେକ ଗୀତ ଗାଇଥିବା ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ତାଙ୍କର ଜଣେ ସହ କଳାକାର ଆଣିଛନ୍ତି ସଙ୍ଗୀନ ଅଭିଯୋଗ ।
ମହିଳା ଥାନାରେ ଅଭିଯୋଗ କରିଛନ୍ତି ଜଣେ ମହିଳା କଣ୍ଠଶିଳ୍ପୀ । ମିଛ ପ୍ରଲୋଭନ ଦେଖାଇ ବିବାହ କରିବାକୁ କହି ପ୍ରତାରଣା କରିଥିବା ଅଭିଯୋଗ ହୋଇଛି । ଗାୟିକା କରିଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ସୌରିନ୍ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି ।

ଥାନାକୁ ଯିବା ସମୟରେ ମହିଳାଙ୍କ ନିକଟରୁ ପ୍ରତିକ୍ରିୟା ନେବାକୁ ଗଣମାଧ୍ୟମ ଚେଷ୍ଟା କରିଥିଲା । ମହିଳା ଜଣଙ୍କ କହିଛନ୍ତି କି ସୌରିନ ମୋ ସହ ଯାହା କରିଛନ୍ତି ସେ ବାବଦରେ ଗଣମାଧ୍ଯମରେ କୌଣସି କଥା କହିବାକୁ ସେ ଚାହୁଁନାହାଁନ୍ତି। ସବୁ କଥା ପୋଲିସକୁ କହିବେ । ଓଡିଶା ପୋଲିସ ଉପରେ ମୋର ଭରସା ଅଛି । ମୋତେ ନ୍ୟାୟ ମିଳିବ । ଯାହା କିଛି ଅଛି ସେ ବାବଦରେ ସେ ପୋଲିସକୁ ଜଣାଇବେ ବୋଲି ସ୍ପଷ୍ଟ କରିଛନ୍ତି ମହିଳା । ଏନେଇ ସୌରିନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ ।
ମିଳିଥିବା ସୂଚନାନୁସାରେ ମୁମ୍ୱାଇରେ ବ୍ୟାଙ୍କର ଭାବେ କାମ କରନ୍ତି ମହିଳା ଜଣଙ୍କ । ବ୍ୟାଙ୍କିଂ ଚାକିରି କରିଥିଲେ ମଧ୍ୟ ତାଙ୍କର କଳା ପ୍ରତି ଅହେତୁକ ରୁଚି ରହିଛି । ସେଥିପାଇଁ ନିଜ ଚାକିରି ଜୀବନରେ ଫୁରସତ ପାଇଲେ ଷ୍ଟେଜ୍କୁ ଓହ୍ଲାଇ ଆସନ୍ତି ଓ ଗୀତ ଗାଆନ୍ତି। ସେ ଅନେକ ଷ୍ଟେଜ୍ ଶୋ' କରିଛନ୍ତି । ୨୦୧୫ ମସିହାରେ ସେ ବଲିଉଡ୍ର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ସଂସ୍ପର୍ଶରେ ଆସିଥିଲେ। ପରବର୍ତ୍ତୀ ସମୟରେ ଉଭୟ ଅନେକ ଷ୍ଟେଜ୍ ଶୋ' ମଧ୍ୟ କରିଛନ୍ତି ।
ତେବେ ସୌରିନ ତାଙ୍କଠାରୁ ଟଙ୍କା ନେଇଥିଲେ। ହେଲେ ଫେରାଉ ନଥିଲେ । ଏପରିକି ଧରାଛୁଆଁ ଦେଉନଥିବା ଅଭିଯୋଗ ହୋଇଛି । ଏ ବାବଦରେ ମହିଳା ଜଣଙ୍କ ପ୍ରଥମେ ଜଗତପୁର ଥାନାରେ ଦ୍ବାରସ୍ଥ ହୋଇଥିବା ବେଳେ ଘଟଣାର ଗୁରୁତ୍ବ ଦୃଷ୍ଟିରୁ ମାମଲା ମହିଳା ଥାନାକୁ ସ୍ଥାନାନ୍ତର କରାଯାଇଛି । ଉଭୟ ଅଭିଯୁକ୍ତ ଓ ପୀଡିତା ମହିଳା ଥାନା ପୋଲିସ ଡକାଇଛି।
କହରିଖୁ କି, ସାଧବ ବୋହୁ, ସାତରୁତୁ ଗଲା ମୋତେ ଛୁଇଁ, ଏଥର ଫଗୁଣେ, କାଞ୍ଚିରେ କାଞ୍ଚିରେ, ଏମନରେ ନିଆଁ ତମେ ଲଗେଇଛ ଭଳି ଅନେକ ଓଡ଼ିଆ ଗୀତ ଗାଇଛନ୍ତି ସୌରିନ୍ ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications