Get Updates
Get notified of breaking news, exclusive insights, and must-see stories!

ପ୍ରକୃତି ମିଶ୍ରଙ୍କୁ ବଡ ଝଟକା: ମାମଲାରେ ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ

ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ବଡ ଝଟକା । ଅଭିନେତା ବାବୁସାନ ମହାନ୍ତିଙ୍କ ସମ୍ପର୍କ ତଥା ପାରିବାରିକ କହଳ ମାମଲାରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ ।

Prakruti Mishra

କଟକ: ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ବଡ ଝଟକା । ଅଭିନେତା ବାବୁସାନ ମହାନ୍ତିଙ୍କ ସମ୍ପର୍କ ତଥା ପାରିବାରିକ କହଳ ମାମଲାରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ । ହାଇକୋର୍ଟଙ୍କ କହିବା କଥା ଡିସିପି ଯାହା ନିଷ୍ପତ୍ତି ନେବେ ତାହା ହିଁ ମାନିବାକୁ ପଡ଼ିବ। ଏହି ମାମଲାରେ ହସ୍ତକ୍ଷେପ ନକରିବା ସହ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ ।

ସୂଚନାଯୋଗ୍ୟ, ପ୍ରକୃତିଙ୍କ ଉପରେ ଆକ୍ରମଣ ଘଟଣାରେ ବାବୁସାନଙ୍କ ପତ୍ନୀ ଓ ଶ୍ୱଶୁରଙ୍କ ନାଁରେ ଏତଲା କରିଥିଲେ ପ୍ରକୃତି ମିଶ୍ର । ସଠିକ୍ କାର୍ଯ୍ୟାନୁଷ୍ଠାନ ସହ ଘଟଣାରେ ସ୍ବତନ୍ତ୍ର ତଦନ୍ତକାରୀ ସଂସ୍ଥା ଯାଞ୍ଚ କରୁ ବୋଲି କୋର୍ଟରେ ମାମଲା ଦାୟର କରି ପିଟିସନରେ ପ୍ରାର୍ଥନା କରିଥିଲେ ପ୍ରକୃତି। ଏହି ମାମଲାରେ ଖାରବେଳ ନଗର ଥାନା ଆଇସିସି ଓ ଗୃହ ସଚିବଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଥିଲା । ତେବେ ଆଜି ହାଇକୋର୍ଟ ଯାହା ରାୟ ଦେଇଛନ୍ତି, ତାହା ପ୍ରକୃତି ମିଶ୍ରଙ୍କୁ ଏକ ବଡ଼ ଝଟକା ଦେଇପାରେ ।

ଉଲ୍ଲେଖଥାଉ କି, ରାସ୍ତା ଉପରେ ବାବୁସାନ-ପ୍ରକୃତି ମିଶ୍ରଙ୍କୁ ରେଡ ହ୍ୟାଣ୍ଡ ଧରିଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି । ରାସ୍ତା ଉପରେ ଟଣାଓଟରା ଭିଡାଭିଡି ହୋଇଥିଲେ ତିନିଜଣ। ଆଉ ଏହି ଘଟଣାର ପୂରା ଦେଶରେ ବି ଚର୍ଚ୍ଚାକୁ ଆସିଥିଲା । ପରେ ପାରିବାରିକ ବୁଝାମଣା ପରେ ତୃପ୍ତିଙ୍କ ପାଖକୁ ବାବୁସାନ ଫେରିଥିଲେ । ହେଲେ ତାଙ୍କୁ ବିଚ୍ ବଜାରରେ ଗୁଣ୍ଡା ମାନେ ମାଡ଼ ମାରିବା ସହ ତାଙ୍କ ପ୍ରତି ଅନ୍ୟାୟ ହେଇଛି ବୋଲି କହି ପ୍ରକୃତି ମିଶ୍ର ହାଇକୋର୍ଟରେ ପିଟିସନ ଦାୟର କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+