୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଟେଲିଫିଲ୍ମ ‘କାଳିଆ କରୁଛି ଲୀଳା’
୧ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ତଥା ୮ମ ରାଜ୍ୟ ଟେଲି ପୁରସ୍କାର ଘୋଷଣା ହୋଇଛି । ଯେଉଁଥିରେ ୨୭ଟି ବିଭାଗରେ ଚଳଚ୍ଚିତ୍ର ପୁରସ୍କାର ଦିଆଯିବା ସହିତ ୨୦ଟି ବିଭାଗରେ ଟେଲି ପୁରସ୍କାର ପ୍ରଦାନ କରାଯାଇଛି ।
ଭୁବନେଶ୍ୱର: ୩୧ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ତଥା ୮ମ ରାଜ୍ୟ ଟେଲି ପୁରସ୍କାର ଘୋଷଣା ହୋଇଛି । ଯେଉଁଥିରେ ୨୭ଟି ବିଭାଗରେ ଚଳଚ୍ଚିତ୍ର ପୁରସ୍କାର ଦିଆଯିବା ସହିତ ୨୦ଟି ବିଭାଗରେ ଟେଲି ପୁରସ୍କାର ପ୍ରଦାନ କରାଯାଇଛି । ତେବେ ୨୦୧୯ ବର୍ଷ ପାଇଁ ଘନଶ୍ୟାମ ମହାପାତ୍ର ପାଇବେ ଜୟଦେବ ସମ୍ମାନ । ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ସହିତ ତାଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯିବ ।

୩୧ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ନୀଳମାଧବ ପଣ୍ଡାଙ୍କ ପ୍ରଯୋଜିତ କାଲିର ଅତୀତ ଫିଲ୍ମକୁ ଶ୍ରେଷ୍ଠ ଚଳଚ୍ଚିତ୍ର ଘୋଷଣା କରାଯାଇଛି । ଏହା ସହିତ ନୀଳମାଧବ ପଣ୍ଡା ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମଧ୍ୟ ମନୋନୀତି ହୋଇଛନ୍ତି । ସେହିପରି ସରଗମ ଶ୍ରେଷ୍ଠ ଟେଲି ସିରିଏଲ ପାଇବ । ସରଗମ ଟେଲି ଫିଲ୍ମ ପାଇଁ ଚଣ୍ଡୀ ପରିଜା ପାଇବେ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ।
କାଳିଆ କରୁଛି ଲୀଳା ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବେ ଦେବାଶିଷ ପାତ୍ର । ସେହିପରି ରଙ୍ଗିଲା ବୋହୂ ପାଇଁ ଲିପସା ମିଶ୍ର ପାଇବେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର । କାଳିଆ କରୁଛି ଲୀଳା ପାଇଁ ଶ୍ରେଷ୍ଠ ପାର୍ଶ୍ବ ଅଭିନେତା ପୁରସ୍କାର ପାଇବେ ଜୀବନ ପଣ୍ଡା । ରଙ୍ଗିଲା ବୋହୂ ପାଇଁ ମଧୁସ୍ମିତା ପ୍ରଧାନ ପାଇବେ ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ ପୁରସ୍କାର । ସରଗମ ପାଇଁ ଶ୍ରେଷ୍ଠ ଖଳ ଅଭିନେତା ପୁରସ୍କାର ପାଇବେ ସୁରେଶ ମିଶ୍ର, ସେହିପରି ରଙ୍ଗିଲା ବୋହୂ ପାଇଁ ଶ୍ରେଷ୍ଠ ଖଳ ଅଭିନେତ୍ରୀ ପାଇବେ ଉଷଶୀ ମିଶ୍ର । ଶ୍ରେଷ୍ଠ ହାସ୍ୟକଳାକାର ଭାବେ ବିବେଚିତ ହୋଇଛନ୍ତି ଶଙ୍କର ପ୍ରଧାନ ।
ସେହିପରି ସରୋଜ ପରିଡାଙ୍କୁ ଶ୍ରେଷ୍ଠ ଅଭିନେତା ଓ କାବ୍ୟା କିରଣଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଏବଂ କପିଳେଶ୍ୱର ପ୍ରସାଦ ମହାପାତ୍ରଙ୍କୁ ଶଲାବୁଢାର କାହାଣୀ ପାଇଁ ଶ୍ରେଷ୍ଠ କାହାଣୀ ପୁରସ୍କାର ଘୋଷଣା କରାଯାଇଛି । ସେହିପରି ସ୍ୱୟମ୍ ପାଢୀ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ଓ ଦୀପ୍ତିରେଖା ପାଢୀ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ମନୋନୀତ ହୋଇଛନ୍ତି । ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶନା ପାଇଁ ବାଳକୃଷ୍ଣ ସମ୍ମାନ ପାଇବେ ବୈଦ୍ୟନାଥ ଦାସ ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ ! -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା












Click it and Unblock the Notifications