For Quick Alerts
Turn On Notification  
For Daily Alerts
Oneindia App Download

୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଟେଲିଫିଲ୍ମ ‘କାଳିଆ କରୁଛି ଲୀଳା’

୧ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ତଥା ୮ମ ରାଜ୍ୟ ଟେଲି ପୁରସ୍କାର ଘୋଷଣା ହୋଇଛି । ଯେଉଁଥିରେ ୨୭ଟି ବିଭାଗରେ ଚଳଚ୍ଚିତ୍ର ପୁରସ୍କାର ଦିଆଯିବା ସହିତ ୨୦ଟି ବିଭାଗରେ ଟେଲି ପୁରସ୍କାର ପ୍ରଦାନ କରାଯାଇଛି ।

|

ଭୁବନେଶ୍ୱର: ୩୧ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ତଥା ୮ମ ରାଜ୍ୟ ଟେଲି ପୁରସ୍କାର ଘୋଷଣା ହୋଇଛି । ଯେଉଁଥିରେ ୨୭ଟି ବିଭାଗରେ ଚଳଚ୍ଚିତ୍ର ପୁରସ୍କାର ଦିଆଯିବା ସହିତ ୨୦ଟି ବିଭାଗରେ ଟେଲି ପୁରସ୍କାର ପ୍ରଦାନ କରାଯାଇଛି । ତେବେ ୨୦୧୯ ବର୍ଷ ପାଇଁ ଘନଶ୍ୟାମ ମହାପାତ୍ର ପାଇବେ ଜୟଦେବ ସମ୍ମାନ । ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ସହିତ ତାଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯିବ ।

Odia Film Award

୩୧ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ନୀଳମାଧବ ପଣ୍ଡାଙ୍କ ପ୍ରଯୋଜିତ କାଲିର ଅତୀତ ଫିଲ୍ମକୁ ଶ୍ରେଷ୍ଠ ଚଳଚ୍ଚିତ୍ର ଘୋଷଣା କରାଯାଇଛି । ଏହା ସହିତ ନୀଳମାଧବ ପଣ୍ଡା ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମଧ୍ୟ ମନୋନୀତି ହୋଇଛନ୍ତି । ସେହିପରି ସରଗମ ଶ୍ରେଷ୍ଠ ଟେଲି ସିରିଏଲ ପାଇବ । ସରଗମ ଟେଲି ଫିଲ୍ମ ପାଇଁ ଚଣ୍ଡୀ ପରିଜା ପାଇବେ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ।

କାଳିଆ କରୁଛି ଲୀଳା ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବେ ଦେବାଶିଷ ପାତ୍ର । ସେହିପରି ରଙ୍ଗିଲା ବୋହୂ ପାଇଁ ଲିପସା ମିଶ୍ର ପାଇବେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର । କାଳିଆ କରୁଛି ଲୀଳା ପାଇଁ ଶ୍ରେଷ୍ଠ ପାର୍ଶ୍ବ ଅଭିନେତା ପୁରସ୍କାର ପାଇବେ ଜୀବନ ପଣ୍ଡା । ରଙ୍ଗିଲା ବୋହୂ ପାଇଁ ମଧୁସ୍ମିତା ପ୍ରଧାନ ପାଇବେ ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ ପୁରସ୍କାର । ସରଗମ ପାଇଁ ଶ୍ରେଷ୍ଠ ଖଳ ଅଭିନେତା ପୁରସ୍କାର ପାଇବେ ସୁରେଶ ମିଶ୍ର, ସେହିପରି ରଙ୍ଗିଲା ବୋହୂ ପାଇଁ ଶ୍ରେଷ୍ଠ ଖଳ ଅଭିନେତ୍ରୀ ପାଇବେ ଉଷଶୀ ମିଶ୍ର । ଶ୍ରେଷ୍ଠ ହାସ୍ୟକଳାକାର ଭାବେ ବିବେଚିତ ହୋଇଛନ୍ତି ଶଙ୍କର ପ୍ରଧାନ ।

ସେହିପରି ସରୋଜ ପରିଡାଙ୍କୁ ଶ୍ରେଷ୍ଠ ଅଭିନେତା ଓ କାବ୍ୟା କିରଣଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଏବଂ କପିଳେଶ୍ୱର ପ୍ରସାଦ ମହାପାତ୍ରଙ୍କୁ ଶଲାବୁଢାର କାହାଣୀ ପାଇଁ ଶ୍ରେଷ୍ଠ କାହାଣୀ ପୁରସ୍କାର ଘୋଷଣା କରାଯାଇଛି । ସେହିପରି ସ୍ୱୟମ୍ ପାଢୀ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ଓ ଦୀପ୍ତିରେଖା ପାଢୀ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ମନୋନୀତ ହୋଇଛନ୍ତି । ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶନା ପାଇଁ ବାଳକୃଷ୍ଣ ସମ୍ମାନ ପାଇବେ ବୈଦ୍ୟନାଥ ଦାସ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha: 31st State Film Awards Announced
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X