ଓଡିଆ ଟିଭି ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସୁଇସାଇଡାଲ ନୋଟ୍ ଜବତ
ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କର ଆତ୍ମହତ୍ୟା । ଜୁନ୍ 18 ବିଳମ୍ବିତ ରାତିରେ ନୟାପଲ୍ଲୀ ଥାନା ଅନ୍ତର୍ଗତ ଗଦାସାହି ଅଞ୍ଚଳରେ ଥିବା ତାଙ୍କ ଘରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ଭୁବନେଶ୍ୱର: ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କର ଆତ୍ମହତ୍ୟା । ଜୁନ୍ 18 ବିଳମ୍ବିତ ରାତିରେ ନୟାପଲ୍ଲୀ ଥାନା ଅନ୍ତର୍ଗତ ଗଦାସାହି ଅଞ୍ଚଳରେ ଥିବା ତାଙ୍କ ଘରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ରାତି ପ୍ରାୟ 10.30 ସମୟରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ କିଛି ପ୍ରଶଂସକ ଛାତ ଉପରୁ ଦେଖିଥିଲେ । ଘଟଣା ବିଷୟରେ ପୋଲିସକୁ ସୂଚନା ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଥିଲା । ଏକ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି।
ଅପରପକ୍ଷରେ, ପୋଲିସ ମୃତଦେହ ନିକଟରେ ଥିବା ଏକ ଟେବୁଲ ଉପରେ ରଖାଯାଇଥିବା ଏକ ନୋଟ୍ ଜବତ କରିଛି । ଏହି ନୋଟ୍ ଅଭିନେତ୍ରୀ ନିଜେ ଲେଖିଥିବା ସନ୍ଦେହ କରାଯାଉଛି। ନୋଟରେ ଉଲ୍ଲେଖ କରାଯାଇଛି ଯେ ତାଙ୍କ ମୃତ୍ୟୁ ପାଇଁ ସେ କାହାକୁ ଦାୟୀ କରୁ ନାହାଁନ୍ତି। ଅଭିନେତ୍ରୀଙ୍କର ହଠାତ ଏପରି ଚରମ ପଦକ୍ଷେପ ନେବା ପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ବର୍ତ୍ତମାନ ସୁଦ୍ଧା ରଶ୍ମିଙ୍କ ବାପା ଘଟଣା ଆତ୍ମହତ୍ୟା ନୁହେଁ , ହତ୍ୟା ବୋଲି ଦାବି କରିଛନ୍ତି । ଝିଅ ଲିଭ-ଇନରେ ରହୁଥିବା କହିଛନ୍ତି । ରଶ୍ମିଙ୍କ ପ୍ରେମିକ ଏପରି କାଣ୍ଡ ଭିଆଇଥିବା ଅଭିନେତ୍ରୀଙ୍କ ବାପା କହିଛନ୍ତି। ଏପଟେ ବ୍ୟବଚ୍ଛେଦ ରିପୋର୍ଟ ଦାଖଲ କରିବା ପରେ ମୃତ୍ୟୁର କାରଣ ଜଣାପଡିବା ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ଅଧିକ ଅନୁସନ୍ଧାନ କରାଯିବା ନେଇ ପୋଲିସ ସୂଚନା ଦେଇଛି ।
ରଶ୍ମି ଜଗତସିଂପୁର ଜିଲ୍ଲାର ତିର୍ତ୍ତୋଲର ସଙ୍କେତପଟଣା ଅଞ୍ଚଳରବୋଲି ଜଣା ପଡିଛି । ପିଲାଟି ବେଳୁ ଅଭିନୟରେ କ୍ୟାରିୟର କରିବା ତାଙ୍କର ଇଚ୍ଛା ଥିଲା । ସେଥିପାଇଁ +2 ପାଠ୍ୟକ୍ରମ ସମାପ୍ତ କରିବା ପରେ ସେ ଭୁବନେଶ୍ୱର ଆସିଥିଲେ। ଅନେକ ସଂଘର୍ଷ ପରେ ସେ ଧାରାବାହିକ 'କେମିତି କାହିବି କହ'ରେ ଲୋକପ୍ରିୟ ହୋଇଥିଲେ।












Click it and Unblock the Notifications