କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଅସୁସ୍ଥ, ICUରେ ଭର୍ତ୍ତି
ଓଡିଶା ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀର ଉଦିତ୍ ନାରାୟଣ ଭାବେ ପରିଚିତ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର । ସ୍ଥାନୀୟ କିମ୍ସ ହସ୍ପିଟାଲ୍ରେ ସେ ଚିକିତ୍ସିତ ହେଉଛନ୍ତି।
ଭୁବନେଶ୍ବର: ଓଡିଶା ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀର ଉଦିତ୍ ନାରାୟଣ ଭାବେ ପରିଚିତ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର । ସ୍ଥାନୀୟ କିମ୍ସ ହସ୍ପିଟାଲ୍ରେ ସେ ଚିକିତ୍ସିତ ହେଉଛନ୍ତି। ସେ ଦୀର୍ଘ ବର୍ଷେ ହେଲା ବୃକକ୍ଜନିତ ସମସ୍ୟାରେ ପୀଡ଼ିତ ଥିଲେ। ଗତକାଲି ଶରୀର ଅଧିକ ଅସୁସ୍ଥ ହେବାରୁ ସେ କିମ୍ସରେ ଭର୍ତ୍ତି ହୋଇଥିଲେ। ଆଜି ଅପରାହ୍ନ ୨ଟା ବେଳକୁ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ତାଙ୍କୁ ଆଇସିୟୁକୁ ନିଆଯାଇଛି।

ଶକ୍ତି ମିଶ୍ର ୯୦ଦଶକରୁ ଅଦ୍ୟାବଧି ଓଡ଼ିଆ ସିନେ ଜଗତ ଓ ଆଲବମ ଜଗତରେ କଣ୍ଠଶିଳ୍ପୀ ଭାବରେ ଦବଦବା ଜାହିର କରି ଆସିଛନ୍ତି । 'ମୋର ଭୂଗୋଳରେ ଭଲ ହେଉଥିଲା', 'ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା', 'ବୟସର ରାଜପଥରେ', 'ତୋର ଲମ୍ବା ବେଣୀ' ଓ ପ୍ରଭୃତି ଅନେକ ହିଟ୍ ଆଲବମ୍ରେ କଣ୍ଠଦାନ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ଶକ୍ତି ମିଶ୍ର।












Click it and Unblock the Notifications