ଜଗନ୍ନାଥ ଭଜନ ଗାଇବାକୁ ମନା କରି ବିବାଦରେ ହ୍ୟୁମାନ ସାଗର
ବିବାଦରେ ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର । ଜଗନ୍ନାଥଙ୍କ ଗୀତ ଗାଇବାକୁ ମନା କରିବାରୁ ବଢିଲା ଅଡୁଆ । ସଂଗୀତ ନିର୍ଦ୍ଦେଶକ ଦେବାଶିଷ ମଲ୍ଲିକ ଓରଫ ଜାପାନୀ ତାଙ୍କୁ ଗୀତ ଗାଇବାକୁ ବାଧ୍ୟ କରିବାରୁ ସେ ତାଙ୍କୁ ହତ୍ୟା ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି ।
ଭୁବନେଶ୍ୱର: ବିବାଦରେ ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର । ଜଗନ୍ନାଥଙ୍କ ଗୀତ ଗାଇବାକୁ ମନା କରିବାରୁ ବଢିଲା ଅଡୁଆ । ସଂଗୀତ ନିର୍ଦ୍ଦେଶକ ଦେବାଶିଷ ମଲ୍ଲିକ ଓରଫ ଜାପାନୀ ତାଙ୍କୁ ଗୀତ ଗାଇବାକୁ ବାଧ୍ୟ କରିବାରୁ ସେ ତାଙ୍କୁ ହତ୍ୟା ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ଗାଇବାକୁ ମନା କରିବା ତାଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି । ଜଗନ୍ନାଥଙ୍କ ଭଜନ ଗାଇବା ତାଙ୍କ ଧର୍ମରେ ନାହିଁ ବୋଲି ହ୍ୟୁମାନ ସାଗର କହିବା ପରେ ଏହି ବିବାଦ ବଢିଛି ।
ଏପରିକି ଜାପାନୀ କଟକ ଆସିଲେ ତାଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇଛନ୍ତି । ଏନେଇ ଜାପାନୀ ଖାରବେଳନଗର ଥାନାରେ ଅଭିଯୋଗ କରିବା ପରେ ବିବାଦ ବଢିଛି । ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ କରୁଥିବାବେଳେ ହ୍ୟୁମାନ ସାଗରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।












Click it and Unblock the Notifications