ମୋ ପତ୍ନୀ ଓ ଝିଅ ମୋ ପାଖକୁ ଫେରି ଆସନ୍ତୁ: ଗାୟକ ହ୍ୟୁମାନ୍ ସାଗର
ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ଓଡ଼ିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର । ବୋହୂକୁ ଧର୍ମ ପରିବର୍ତ୍ତନ କରିବାପାଇଁ ବାଧ୍ୟ କରାଯାଉଥିଲା ବୋଲି ହେଉଥିବା ଚର୍ଚ୍ଚାକୁ ଖଣ୍ତନ କରିଛନ୍ତି ହ୍ୟୁମାନ୍ ସାଗରଙ୍କ ମା' ଶେଫାଳି ।

ଭୁବନେଶ୍ୱର: ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ଓଡ଼ିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର । ଉଭୟ ପତି ପତ୍ନୀଙ୍କୁ ଥାନାରେ କାଉନସେଲିଂ କରାଯାଇଛି । ଆପୋସ ଆଲୋଚନା ଫଳପ୍ରଦ ହେଲେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇପାରିବ । ଏନେଇ ଉଭୟଙ୍କୁ ଦୁଇଦିନର ସମୟ ଦିଆଯାଇଛି ।
ମୋ ପତ୍ନୀ ଓ ଝିଅ ମୋ ପାଖକୁ ଫେରି ଆସନ୍ତୁ:ହ୍ୟୁମାନ୍ ସାଗର
ସେପେଟେ ଏହି ବିବାଦକୁ ନେଇ ଗାୟକ ହ୍ୟୁମାନ୍ ସାଗର କହିଛନ୍ତି, ମୁଁ ଚାହୁଁଛି ମୋ ପତ୍ନୀ ଓ ଝିଅ ମୋ ପାଖକୁ ଫେରି ଆସନ୍ତୁ । ଗତକାଲି ମିହିଳା ଥାନାରେ ମୁଁ ୫ ମିନିଟ୍ ମଧ୍ୟରେ ହିଁ ମୋ ନିଷ୍ପତ୍ତି ଜଣାଇଦେଇଛି । ମୁଁ ଏକାଠି ରହିବା ପାଇଁ ଚାହୁଁଛି । ଆଶା କରୁଛି ଆମକୁ ମିଳିଥିବା ୨ ଦିନ ସମୟ ମଧ୍ୟରେ ଶ୍ରେୟା ଠିକ୍ ନିଷ୍ପତ୍ତି ନିଅନ୍ତୁ ଓ ଘରକୁ ଫେରି ଆସନ୍ତୁ ' ।
ଧର୍ମ ପରିବର୍ତ୍ତନ କରିବାପାଇଁ ବାଧ୍ୟ କରାଯାଉଥିଲା
ସେପଟେ ବୋହୂକୁ ଧର୍ମ ପରିବର୍ତ୍ତନ କରିବାପାଇଁ ବାଧ୍ୟ କରାଯାଉଥିଲା ବୋଲି ହେଉଥିବା ଚର୍ଚ୍ଚାକୁ ଖଣ୍ତନ କରିଛନ୍ତି ହ୍ୟୁମାନ୍ ସାଗରଙ୍କ ମା' ଶେଫାଳି । ସେ କହିଛନ୍ତି ଯେ, ବୋହୂକୁ କେବେ ଧର୍ମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରାଯାଇ ନାହିଁ । ସେ ନିଜ ହିସାବରେ ଘରେ ପୂଜାର୍ଚ୍ଚନା କରେ । ଠାକୁରଙ୍କ ମୂର୍ତ୍ତି ରଖି ସେ ପୂଜା କରେ, ଏପରିକି ତା ପରିବାର ଲୋକେ ଘରକୁ ଆସିଲେ ସେ ମଧ୍ୟ ପୂଜା କରନ୍ତି । ସେ ଆହୁରି କହିଛନ୍ତି, ପୁଅ ବୋହୂ ଏକାଠି ରୁହନ୍ତୁ ମୁଁ ଏତିକି ହିଁ ଚାହୁଁଛି ।
ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିଲେ ହ୍ୟୁମାନ୍ ସାଗର!
ସୂଚନାଥାଉ ଯେ, ପତ୍ନୀ ଶ୍ରୀୟା ମିଶ୍ର ହ୍ୟୁମାନଙ୍କ ବିରୋଧରେ ମାନସିକ ଏବଂ ଶାରୀରିକ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ପତ୍ନୀଙ୍କୁ କେଉଁ ଭଳି ମାନସିକ ଓ ଶାରିରୀକ ନିର୍ଯାତନା ଦେଇଛନ୍ତି ହ୍ୟୁମାନ୍, ସେନେଇ ସ୍ପଷ୍ଟ ସୂଚନା ମିଳି ନଥିଲେ ବି ପୋଲିସ, କିନ୍ତୁ ଅଭିଯୋଗ ଉପରେ ତତ୍ପରତା ଦେଖାଇଛି । ତେବେ ପାରିବାରିକ ଅଶାନ୍ତି ଯୋଗୁଁ ପତ୍ନୀ କିଛି ମାସ ହେବ ବାଲେଶ୍ୱରରେ ଥିବା ବାପଘରକୁ ଚାଲିଯାଇଛନ୍ତି । ମଙ୍ଗଳବାର ଡିସିପିଙ୍କ ଅଫିସକୁ ଯାଇ ଏନେଇ ଅଭିଯୋଗ କରିଥିଲେ ପତ୍ନୀ ଶ୍ରୀୟା । ଡିସିପି ଏହି ଘଟଣାର ତଦନ୍ତ ପାଇଁ ମହିଳା ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରେମ ବିବାହ କରିଥିଲେ ଶ୍ରେୟା ଓ ହ୍ୟୁମାନ
୨୦୧୭ ରିୟଲିଟି ଶୋ 'ଭଏସ୍ ଅଫ୍ ଓଡ଼ିଶା ସିଜନ୍-୨'ରେ ଉଭୟ ଶ୍ରେୟା ଓ ହ୍ୟୁମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଦୁହେଁ ବିବାହ ମଧ୍ୟ କରିଥିଲେ। ଗାୟକ ଦମ୍ପତିଙ୍କର ଏକ ଛୋଟ ଝିଅ ବି ଅଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ










Click it and Unblock the Notifications