For Quick Alerts
Turn On Notification  
For Daily Alerts
Oneindia App Download

ମୋ ପତ୍ନୀ ଓ ଝିଅ ମୋ ପାଖକୁ ଫେରି ଆସନ୍ତୁ: ଗାୟକ ହ୍ୟୁମାନ୍‌ ସାଗର

ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ଓଡ଼ିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର । ବୋହୂକୁ ଧର୍ମ ପରିବର୍ତ୍ତନ କରିବାପାଇଁ ବାଧ୍ୟ କରାଯାଉଥିଲା ବୋଲି ହେଉଥିବା ଚର୍ଚ୍ଚାକୁ ଖଣ୍ତନ କରିଛନ୍ତି ହ୍ୟୁମାନ୍‌ ସାଗରଙ୍କ ମା' ଶେଫାଳି ।

|
Odia Singer Human Sagar Controversy

ଭୁବନେଶ୍ୱର: ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ଓଡ଼ିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର । ଉଭୟ ପତି ପତ୍ନୀଙ୍କୁ ଥାନାରେ କାଉନସେଲିଂ କରାଯାଇଛି । ଆପୋସ ଆଲୋଚନା ଫଳପ୍ରଦ ହେଲେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇପାରିବ । ଏନେଇ ଉଭୟଙ୍କୁ ଦୁଇଦିନର ସମୟ ଦିଆଯାଇଛି ।

ମୋ ପତ୍ନୀ ଓ ଝିଅ ମୋ ପାଖକୁ ଫେରି ଆସନ୍ତୁ:ହ୍ୟୁମାନ୍‌ ସାଗର

ସେପେଟେ ଏହି ବିବାଦକୁ ନେଇ ଗାୟକ ହ୍ୟୁମାନ୍‌ ସାଗର କହିଛନ୍ତି, ମୁଁ ଚାହୁଁଛି ମୋ ପତ୍ନୀ ଓ ଝିଅ ମୋ ପାଖକୁ ଫେରି ଆସନ୍ତୁ । ଗତକାଲି ମିହିଳା ଥାନାରେ ମୁଁ ୫ ମିନିଟ୍ ମଧ୍ୟରେ ହିଁ ମୋ ନିଷ୍ପତ୍ତି ଜଣାଇଦେଇଛି । ମୁଁ ଏକାଠି ରହିବା ପାଇଁ ଚାହୁଁଛି । ଆଶା କରୁଛି ଆମକୁ ମିଳିଥିବା ୨ ଦିନ ସମୟ ମଧ୍ୟରେ ଶ୍ରେୟା ଠିକ୍ ନିଷ୍ପତ୍ତି ନିଅନ୍ତୁ ଓ ଘରକୁ ଫେରି ଆସନ୍ତୁ ' ।

ଧର୍ମ ପରିବର୍ତ୍ତନ କରିବାପାଇଁ ବାଧ୍ୟ କରାଯାଉଥିଲା

ସେପଟେ ବୋହୂକୁ ଧର୍ମ ପରିବର୍ତ୍ତନ କରିବାପାଇଁ ବାଧ୍ୟ କରାଯାଉଥିଲା ବୋଲି ହେଉଥିବା ଚର୍ଚ୍ଚାକୁ ଖଣ୍ତନ କରିଛନ୍ତି ହ୍ୟୁମାନ୍‌ ସାଗରଙ୍କ ମା' ଶେଫାଳି । ସେ କହିଛନ୍ତି ଯେ, ବୋହୂକୁ କେବେ ଧର୍ମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରାଯାଇ ନାହିଁ । ସେ ନିଜ ହିସାବରେ ଘରେ ପୂଜାର୍ଚ୍ଚନା କରେ । ଠାକୁରଙ୍କ ମୂର୍ତ୍ତି ରଖି ସେ ପୂଜା କରେ, ଏପରିକି ତା ପରିବାର ଲୋକେ ଘରକୁ ଆସିଲେ ସେ ମଧ୍ୟ ପୂଜା କରନ୍ତି । ସେ ଆହୁରି କହିଛନ୍ତି, ପୁଅ ବୋହୂ ଏକାଠି ରୁହନ୍ତୁ ମୁଁ ଏତିକି ହିଁ ଚାହୁଁଛି ।

ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିଲେ ହ୍ୟୁମାନ୍‌ ସାଗର!

ସୂଚନାଥାଉ ଯେ, ପତ୍ନୀ ଶ୍ରୀୟା ମିଶ୍ର ହ୍ୟୁମାନଙ୍କ ବିରୋଧରେ ମାନସିକ ଏବଂ ଶାରୀରିକ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ପତ୍ନୀଙ୍କୁ କେଉଁ ଭଳି ମାନସିକ ଓ ଶାରିରୀକ ନିର୍ଯାତନା ଦେଇଛନ୍ତି ହ୍ୟୁମାନ୍‌, ସେନେଇ ସ୍ପଷ୍ଟ ସୂଚନା ମିଳି ନଥିଲେ ବି ପୋଲିସ, କିନ୍ତୁ ଅଭିଯୋଗ ଉପରେ ତତ୍ପରତା ଦେଖାଇଛି । ତେବେ ପାରିବାରିକ ଅଶାନ୍ତି ଯୋଗୁଁ ପତ୍ନୀ କିଛି ମାସ ହେବ ବାଲେଶ୍ୱରରେ ଥିବା ବାପଘରକୁ ଚାଲିଯାଇଛନ୍ତି । ମଙ୍ଗଳବାର ଡିସିପିଙ୍କ ଅଫିସକୁ ଯାଇ ଏନେଇ ଅଭିଯୋଗ କରିଥିଲେ ପତ୍ନୀ ଶ୍ରୀୟା । ଡିସିପି ଏହି ଘଟଣାର ତଦନ୍ତ ପାଇଁ ମହିଳା ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରେମ ବିବାହ କରିଥିଲେ ଶ୍ରେୟା ଓ ହ୍ୟୁମାନ

୨୦୧୭ ରିୟଲିଟି ଶୋ 'ଭଏସ୍‌ ଅଫ୍‌ ଓଡ଼ିଶା ସିଜନ୍-୨'ରେ ଉଭୟ ଶ୍ରେୟା ଓ ହ୍ୟୁମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଦୁହେଁ ବିବାହ ମଧ୍ୟ କରିଥିଲେ। ଗାୟକ ଦମ୍ପତିଙ୍କର ଏକ ଛୋଟ ଝିଅ ବି ଅଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odia Singer Human Sagar Controversy
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X