For Quick Alerts
Turn On Notification  
For Daily Alerts
Oneindia App Download

ଥାନାରେ ହାଜର ଗାୟକ ହ୍ୟୁମାନ୍‌ ସାଗର

କଟକ ମହିଳା ଥାନାରେ ହାଜର ହେଲେ ଗାୟକ ହ୍ୟୁମାନ୍‌ ସାଗର । ତାଙ୍କ ବିରୋଧରେ ପାରିବାରିକ ହିଂସା ଓ ନିର୍ଯାତନା ଅଭିଯୋଗ କରିଥିଲେ ପତ୍ନୀ ।

|

କଟକ: କଟକ ମହିଳା ଥାନାରେ ହାଜର ହେଲେ ଗାୟକ ହ୍ୟୁମାନ୍‌ ସାଗର । ତାଙ୍କ ବିରୋଧରେ ପାରିବାରିକ ହିଂସା ଓ ନିର୍ଯାତନା ଅଭିଯୋଗ କରିଥିଲେ ପତ୍ନୀ । ହେଲେ ଅଭିଯୋଗ ବିଷୟରେ ଜାଣି ନଥିବା ହ୍ୟୁମାନ୍‌ କହିଛନ୍ତି । ପୋଲିସ ସମନ ପାଇ ଆସିଛି ଓ କାଉନସେଲରଙ୍କୁ ଭେଟିବି ବୋଲି ସେ କହିଛନ୍ତି ।

Odia Singer Human Saga

ଆଜି ଦୁଇ ଜଣଙ୍କୁ ହାଜର ହେବା ପାଇଁ ସମନ କରିଛି ପୋଲିସ । ଉଭୟ ପତି ପତ୍ନୀଙ୍କୁ ଥାନାରେ କାଉନସେଲିଂ କରାଯିବ ବୋଲି ସୂଚନା ମିଳିଛି । ଆପୋସ ଆଲୋଚନା ଫଳପ୍ରଦ ହେଲେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇପାରିବ । ଆଲୋଚନା ଫଳପ୍ରଦ ନହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।

କହିରଖୁ କି, ପତ୍ନୀ ଶ୍ରୀୟା ମିଶ୍ର ହ୍ୟୁମାନଙ୍କ ବିରୋଧରେ ମାନସିକ ଏବଂ ଶାରୀରିକ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ପତ୍ନୀଙ୍କୁ କେଉଁ ଭଳି ମାନସିକ ଓ ଶାରିରୀକ ନିର୍ଯାତନା ଦେଇଛନ୍ତି ହ୍ୟୁମାନ୍‌, ସେନେଇ ସ୍ପଷ୍ଟ ସୂଚନା ମିଳି ନଥିଲେ ବି ପୋଲିସ, କିନ୍ତୁ ଅଭିଯୋଗ ଉପରେ ତତ୍ପରତା ଦେଖାଇଛି ।

ତେବେ ପାରିବାରିକ ଅଶାନ୍ତି ଯୋଗୁଁ ପତ୍ନୀ କିଛି ମାସ ହେବ ବାଲେଶ୍ୱରରେ ଥିବା ବାପଘରକୁ ଚାଲିଯାଇଛନ୍ତି । ମଙ୍ଗଳବାର ଡିସିପିଙ୍କ ଅଫିସକୁ ଯାଇ ଏନେଇ ଅଭିଯୋଗ କରିଥିଲେ ପତ୍ନୀ ଶ୍ରୀୟା । ଡିସିପି ଏହି ଘଟଣାର ତଦନ୍ତ ପାଇଁ ମହିଳା ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି ।

କହିରଖୁ କି, ୨୦୧୭ ରିୟଲିଟି ଶୋ 'ଭିଏସ୍‌ ଅଫ୍‌ ଓଡ଼ିଶା ସିଜ-୨'ରେ ଉଭୟ ଶ୍ରେୟା ଓ ହ୍ୟୁମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଦୁହେଁ ବିବାହ ମଧ୍ୟ କରିଥିଲେ। ଗାୟକ ଦମ୍ପତିଙ୍କର ଏକ ଛୋଟ ଝିଅ ବି ରହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odia Singer Human Sagar Appeared at Cuttack Women Police Station
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X