For Quick Alerts
Turn On Notification  
For Daily Alerts
Oneindia App Download

ଆର ପାରିରେ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର

ଓଡିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ବୁଧବାର ଦେହାନ୍ତ ଘଟିଛି । ଆଜି ପ୍ରାୟ ବିଳମ୍ବିତ ରାତିରେ ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବସା ତ୍ୟାଗ କରିଛନ୍ତି ଶାନ୍ତନୁ ।

|

ଭୁବନେଶ୍ବର: ଓଡିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ବୁଧବାର ଦେହାନ୍ତ ଘଟିଛି । ଆଜି ପ୍ରାୟ ବିଳମ୍ବିତ ରାତିରେ ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବସା ତ୍ୟାଗ କରିଛନ୍ତି ଶାନ୍ତନୁ । ମୃତ୍ୟ ବେଳକୁ ତାଙ୍କୁ 82 ବର୍ଷ ହୋଇଥିଲା । ତେବେ ଶାନ୍ତନୁଙ୍କ ପରଲୋକ ନେଇ ପୁଅ କୌଶିକ ମହାପାତ୍ର ସୂଚନା ଦେଇଛନ୍ତି। ନିମୋନିଆରେ ପୀଡ଼ିତ ହୋଇ ସେ ଚିକିତ୍ସାଧୀନ ଥିଲେ।

shantanu mohapatra

ଓଡିଆ ଭାଷାରେ ଅନେକ ଲୋକପ୍ରିୟ ଗୀତର ରଚନା ସହ ସଙ୍ଗୀତ ନିର୍ଦ୍ଦେଶନା ଏବଂ କଣ୍ଠଦାନ ମଧ୍ୟ କରିଛନ୍ତି । ଓଡିଆ ବ୍ୟତିତ ହିନ୍ଦୀ, ଆସାମୀ, ବେଙ୍ଗଲୀ ଏବଂ ତେଲୁଗ ଭାଷାରେ ମଧ୍ୟ ଅନେକ ଗୀତର ରଚନା କରିଛନ୍ତି ଶାନ୍ତନୁ ମହାପାତ୍ର । ଓଡିଶା ସରକାରରେ ଖଣି ଏବଂ ଭୂତତ୍ତ୍ୱ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ସହ ସେ ଦୂରଦର୍ଶନରେ ମଧ୍ୟ ଦୀର୍ଘ ଦିନର କାର୍ଯ୍ୟ ସମ୍ପାଦନା କରିଛନ୍ତି।

'ସୂର୍ଯ୍ୟମୁଖୀ', 'ଅରୁନ୍ଧତୀ', 'ଚିଲିକା ତୀରେ', 'ଡୋରା' ଭଳି ଅନେକ ଓଡିଶା ଚଳଚିତ୍ରର ସେ ସଙ୍ଗୀତ ନିର୍ଦ୍ଦେଶକ ଥିଲେ। 'ଚିଲିକା ତୀରେ', 'ପ୍ରିୟତମା', 'ଅଗ୍ନି ପରୀକ୍ଷା', 'ମେଘମୁକ୍ତି', 'ଶୀତ ରାତି', 'ଜୀବନ ସଂଗ୍ରାମ' ପାଇଁ ତାଙ୍କୁ ଜାତୀୟ ପୁରସ୍କାର ମିଳିଥିଲା। ବଙ୍ଗାଳୀ ଭାଷାରେ 'ମହାପୃଥିବୀ' ଏବଂ ହିନ୍ଦୀ ଫିଲ୍ମ 'ଶୋଧ' ଲାଗି ଶାନ୍ତନୁ ମହାପାତ୍ରଙ୍କୁ ଜାତୀୟ ପୁରସ୍କାର ମିଳିଥିଲା।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
music director shantanu mohapatra passes away
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X