ମହାଶିବରାତ୍ରୀ ଉପଲକ୍ଷେ ରୂପେଲୀ ପରଦାରେ ଆକ୍ସନ ଫିଲ୍ମ 'ତାଣ୍ଡବ'

ଆଜି ମହାଶିବରାତ୍ରୀରେ ରିଲିଜ୍ ହୋଇଛି ଓଡ଼ିଆ ଆକ୍ସନ୍ ଫିଲ୍ମ 'ତାଣ୍ଡବ' । ପୃଥ୍ୱୀରାଜ ପଟ୍ଟନାୟକଙ୍କ ନିର୍ଦ୍ଦଶନାରେ ନିର୍ମୀତ ଏହି ଫିଲ୍ମ ଦୀର୍ଘ ଦିନର ପ୍ରତୀକ୍ଷା ପରେ ମୁକ୍ତିଲାଭ କରିଛି ।

ଭୁବନେଶ୍ୱର: ଆଜି ମହାଶିବରାତ୍ରୀରେ ରିଲିଜ୍ ହୋଇଛି ଓଡ଼ିଆ ଆକ୍ସନ୍ ଫିଲ୍ମ 'ତାଣ୍ଡବ' । ପୃଥ୍ୱୀରାଜ ପଟ୍ଟନାୟକଙ୍କ ନିର୍ଦ୍ଦଶନାରେ ନିର୍ମୀତ ଏହି ଫିଲ୍ମ ଦୀର୍ଘ ଦିନର ପ୍ରତୀକ୍ଷା ପରେ ମୁକ୍ତିଲାଭ କରିଛି । ଏହି ଫିଲ୍ମରେ ଦେବାଶିଷ ପତି, ଚନ୍ଦ୍ରାଣୀ ଦାସ, ଅନୀଶା, ମିହିର ଦାସ, ପୁଷ୍ପା ପଣ୍ଡା, ମନୋଜ ମିଶ୍ର ଓ ସମ୍ଭବ ପ୍ରମୁଖଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ ।

ଏହାବାଦ୍ ଏହି ଫିଲ୍ମର ଆଇଟମ୍ ଗୀତରେ ନାଚିଛନ୍ତି ଅଭିନେତ୍ରୀ ଜିନା ସାମଲ । ଏହି ଫିଲ୍ମରେ ଅଗ୍ନିରାଜ କିଶୋର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରାଚୀନ କୁମାର ଓ ରାକେଶ ଦାଶ ଏହାର ଗୀତ ରଚନା କରିଛନ୍ତି । ହ୍ୟୁମାନ ସାଗର, ଅନ୍ତରା ଚକ୍ରବର୍ତ୍ତୀ, ବିଷ୍ଓୁମୋହନ କବି, ଲିସ୍ପା ମହାପାତ୍ର, ନନ୍ଦିତା ଭଞ୍ଜ ଏବଂ ତାରିକ୍ ଅଜିଜଙ୍କ ଭଳି କଣ୍ଠଳିଶ୍ପୀ ଗୀତ ଗାଇଛନ୍ତି । ଏହି ଫିଲ୍ମର ପ୍ରଜୋଜନା ଭାର ସମ୍ଭାଳିଛନ୍ତି ସନ୍ଦୀ ସାହୁ ।

Odia Movie Tandav

କ'ଣ ରହିଛି କାହାଣୀ ?

ଫିଲ୍ମର ନାୟିକା ନିଜ ପ୍ରେମିକାକୁ ହତ୍ୟା କରିବାର ମିଛ ଆରୋପରେ ଫସି ଜେଲ୍ ଯାଏ । ଏହାର ଅନେକ ବର୍ଷ ପରେ ସେ ଜେଲରୁ ବାହାରି ନିଜକୁ ନିର୍ଦ୍ଦୋଶ ପ୍ରମାଣ କରିବା ପାଇଁ ଏବଂ ପ୍ରେମିକାର ପ୍ରକୃତ ହତ୍ୟାକାରୀକୁ ଖୋଜିବା ପାଇଁ ଲାଗିପଡେ । ହେଲେ ଏଥିରେ ସେ କେତେ ଦୂର ସଫଳ ହେଉଛି ଏବଂ ହତ୍ୟାକାରୀକୁ ଖୋଜି ପାଉଛି କି ନାହିଁ ତାହା ଦର୍ଶକ ଫିଲ୍ମ ଦେଖିଲେ ଯାଇ ଜାଣିପାରିବେ । ପୂର୍ବରୁ ଏହି ଫିଲ୍ମର ଗୀତ ହିଟ୍ ହୋଇ ସାରିଥିବା ବେଳେ ଟ୍ରେଲରକୁ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି ଦର୍ଶକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+