ମିଳିଲାନି ହଲ୍, କଲ୍ୟାଣ ମଣ୍ଡପରେ ରିଲିଜ ହେଲା ଓଡ଼ିଆ ସିନେମା
ଓଲିଉଡରେ ଶୋଚନୀୟ ପରିସ୍ଥିତି। ମିଳିଲାନି ହଲ୍ । କଲ୍ୟାଣ ମଣ୍ଡପରେ ରିଲିଜ ହେଲା ଓଡ଼ିଆ ସିନେମା । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଓଡ଼ଗାଁ ସରକାରୀ କଲ୍ୟାଣ ମଣ୍ଡପ ପରିସରରେ ।
ଭୁବନେଶ୍ୱର: ଓଲିଉଡରେ ଶୋଚନୀୟ ପରିସ୍ଥିତି। ମିଳିଲାନି ହଲ୍ । କଲ୍ୟାଣ ମଣ୍ଡପରେ ରିଲିଜ ହେଲା ଓଡ଼ିଆ ସିନେମା । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଓଡ଼ଗାଁ ସରକାରୀ କଲ୍ୟାଣ ମଣ୍ଡପ ପରିସରରେ । ଓଡ଼ଗାଁ ସରକାରୀ କଲ୍ୟାଣ ମଣ୍ଡପ ପରିସରରେ ପ୍ରଥମଥର ପାଇଁ ରିଲିଜ୍ ହୋଇଛି 'ପ୍ରେମରେ ରିସ୍କ ହେଲା ମୋତେ ଇସ୍କ'। କଲ୍ୟାଣ ମଣ୍ଡପ ବାହାରେ ଟିକେଟ୍ ବିକ୍ରି କରାଯାଇଥିଲା ।

କେ.ମୂରଲୀକୄଷ୍ଣା ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର "ପ୍ରେମରେ ରିସ୍କ, ହେଲା ମୋତେ ଇସ୍କ" । ଓଡ଼ଗାଁ ବ୍ଲକର ସଞ୍ଜୟ କୁମାର ପାତ୍ର ଓ ଉମେଶ ସାହୁ ଏହି ଚଳଚ୍ଚିତ୍ରଟିର ପ୍ରଯୋଜକ ଥିବାବେଳେ ସଞ୍ଜୟ ସଂଗୀତ ନିର୍ଦ୍ଦେଶକ ମଧ୍ୟ ଅଛନ୍ତି । ସୀତୁ, ସୂର୍ଯ୍ୟନ୍ ରଥ, ସିନେମାଟୋଗ୍ରାଫର ନରେନ୍ଦ୍ର ଗୌଡ଼ ସହଯୋଗ କରିଥିବାବେଳେ ମୁଖ୍ୟ ଅଭିନୟରେ ଅଛନ୍ତି ଶୈଳେନ୍ଦ୍ର ଓ ଦିବ୍ୟା। ଖଳନାୟକ ଭୂମିକାରେ ଅଛନ୍ତି ଚିନ୍ତାମଣି ବିଶ୍ୱାଳ, ଚୌଧୁରୀ ଜୟପ୍ରକାଶ ଦାସ, ରତନ ମେହର, ଶୁଭ୍ରାଂଶୁ, ମୁନା, କାଳିଆ ଷଣ୍ଢ ପ୍ରମୁଖ। ସେହିପରି ପାର୍ଶ୍ଵ ଅଭିନେତ୍ରୀ ଭାବେ ଅଭିନୟ କରିଛନ୍ତି ଅନୁପା, ଅଞ୍ଜନା ମିଶ୍ର, ଦୀପ୍ତି, ରାଜଲକ୍ଷ୍ମୀ, ଦେବ୍ । ଶିଶୁ କଳାକାର ଆଲିଆ ,ତାପସ, ଆୟୁଷ ରହିଛନ୍ତି ।
ସିନେମା ଦେଖିବାକୁ ଜମିଥିଲା ଦର୍ଶକଙ୍କ ଭିଡ଼। କଲ୍ୟାଣ ମଣ୍ଡପରେ ସିନେମା ରିଲିଜ୍ କରିବାକୁ ନେଇ ପ୍ରଯୋଜକଙ୍କ ଏଭଳି ଉଦ୍ୟମକୁ ନେଇ ଚର୍ଚ୍ଚା ହୋଇଛି । ପ୍ରିମିୟରରେ ଚଳଚ୍ଚିତ୍ରର ସମସ୍ତ ଷ୍ଟାର କାଷ୍ଟ ସାମିଲ ହୋଇଥିଲେ। ତେବେ ଓଡ଼ିଆ ସିନେମା ରିଲିଜ୍ ପାଇଁ ହଲ୍ ନମିଳିବାକୁ ନେଇ ଉଦବେଗ ପ୍ରକାଶ ପାଇଛି।












Click it and Unblock the Notifications