Get Updates
Get notified of breaking news, exclusive insights, and must-see stories!

ପୁଣି ଚର୍ଚ୍ଚାରେ ସବ୍ୟସାଚୀ, ନିର୍ଯାତନାର ଶିକାର ପ୍ରବାସୀ ଓଡିଆ ଶ୍ରମିକଙ୍କୁ କଲେ ଉଦ୍ଧାର

ତାମିଲନାଡ଼ୁରେ ନିର୍ଯାତନା ସହୁଥିବା ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କଲେ ସବ୍ୟସାଚୀ । ଲକଡାଉନ ଯୋଗୁଁ ତାମିଲନାଡ଼ୁରେ ଫସି ରହିଥିଲେ ସଂପୃକ୍ତ ଶ୍ରମିକ ।

ଭୁବନେଶ୍ୱର: ପୁଣି ପ୍ରବାସୀ ଓଡିଆ ଶ୍ରାମିକଙ୍କ ପାଇଁ ଭଗବାନ ସାଜିଲେ ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର । ତାମିଲନାଡ଼ୁରେ ନିର୍ଯାତନା ସହୁଥିବା ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କଲେ ସବ୍ୟସାଚୀ । ଲକଡାଉନ ଯୋଗୁଁ ତାମିଲନାଡ଼ୁରେ ଫସି ରହିଥିଲେ ସଂପୃକ୍ତ ଶ୍ରମିକ । ସେମାନେ ଯେଉଁଠାରେ କାମ କରୁଥିଲେ ସେଠାରେ ତାଙ୍କୁ ମାଡ଼ ମରାଯାଉଥିବାର ଭିଡିଓରେ ଦେଖିବାକୁ ମିଳିଥିଲା ।

Sabyasachi Mishra

ସେଠାରେ ସେମାନେ ନାନା ନିର୍ଯାତନା ସହୁଥିବା ସହ ସେଠାକାର ଜଣେ ବ୍ୟକ୍ତି ମାଡ଼ ମାରୁଥିବା ଦୃଶ୍ୟ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିଲା । ତେବେ ଜନୈକ ବ୍ୟକ୍ତି ଜଣଙ୍କ ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରିଥିଲେ । ଯେଉଁଥିରେ ତାମିଲନାଡ଼ୁରେ ରହୁଥିବା କିଛି ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ମାଡ଼ ମାରୁଥିବା ଦେଖିବାକୁ ମିଳିଥିଲା ।

ମାଡ଼ ମାରୁଥିବା ବ୍ୟକ୍ତି ଜଣଙ୍କ ତାମିଲ ଭାଷାରେ କଥା ହେଉଥିବାରୁ ବ୍ୟକ୍ତି ଜଣଙ୍କ ସେଠାକାର ବୋଲି ଅନୁମାନ କରାଯାଉଛି । ତେବେ ଭିଡିଓ ସେୟାର କରିଥିବା ବ୍ୟକ୍ତି ଜଣଙ୍କ ସୋସିଆଲ ମିଡିଆରେ ଭିଡିଓ ସେୟାର କରିବା ସହ ଏହାକୁ ସବ୍ୟସାଚୀଙ୍କୁ ଟ୍ୟାଗ୍ କରିଥିଲେ ।

ଏହା ପରେ ସବ୍ୟସାଚୀ ସେଠାରେ ଫସିରହିଥିବା ଯୁବକଙ୍କ ଫୋନ୍ ନମ୍ୱର ସଂଗ୍ରହ କରି ସେମାନଙ୍କୁ ଯୋଗାଯୋଗ କରିଥିଲେ । ପରେ ସେମାନଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ । ପରେ ଓଡ଼ିଶା ପୋଲିସ ଓ ତାମିଲନାଡ଼ୁ ପୋଲିସ ସହାୟତାରେ ମାଡ଼ ମାରୁଥିବା ବ୍ୟକ୍ତି ଜଣଙ୍କୁ ଗିରଫ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+