Get Updates
Get notified of breaking news, exclusive insights, and must-see stories!

ମେମୋରୀ ଲେନରେ ମିହିର: ଇଲେକ୍ସନ ବି କାକା କରେ.... ସିଲେକ୍ସନ ବି କାକା କରେ...

ଓଡିଆ ଚଳଚ୍ଚିତ୍ର ଜଗତରେ ମିହିର ଦାସ, ଏହା କେବଳ ଏକ ନାଁ ନୁହେଁ । ଏହି ମଣିଷଟେ ଥିଲେ ଓଡିଆ ଫିଲ୍ମ ଜଗତର ପରିଚୟ ।

Mihir Das News: "ଇଲେକ୍ସନ, ଇଲେକ୍ସନ କହି କାକାକୁ ଚମକାଇବ ନାଇଁ... କାରଣ ଇଲେକ୍ସନ ବି କାକା କରେ.... ସିଲେକ୍ସନ ବି କାକା କରେ... " । ଆଉ ଶୁଭିବନି କାକାର ଏହି ଦମଦାର ଡାଏଲକ୍ । ଓଡିଆ ଚଳଚ୍ଚିତ୍ର ଜଗତରେ ମିହିର ଦାସ, ଏହା କେବଳ ଏକ ନାଁ ନୁହେଁ । ଏହି ମଣିଷଟେ ଥିଲେ ଓଡିଆ ଫିଲ୍ମ ଜଗତର ପରିଚୟ । ଓଡିଆ ଚଳଚ୍ଚିତ୍ର ଜଗତରେ ଅନେକ ମହାନ ନାମ ରହିଛି । ମାତ୍ର ମିହିର ଦାସ, ଖୁବ୍ ନିଆରା ଆଉ ବହୁତ ମିଠା । ଅଭିନୟରେ ନିଖୁଣ ମିହିର ଚଳଚ୍ଚିତ୍ର ପ୍ରେମୀଙ୍କ ମନରେ ଏକ ଅଲିଭା ଛାପ ଛାଡି ଯାଇଛନ୍ତି । ତେବେ ତାଙ୍କ ଅବର୍ତ୍ତମାନ, କେବଳ ଯେ ଏକ ବ୍ୟକ୍ତିଗତ କ୍ଷତି ନୁହେଁ, ବରଂ ଏହା ହେଉଛି, ଏକ ଯୁଗାବସାନର ସଂକେତ।

Mihir Das News

ଏକ ଯୁଗାବସାନ:

କଳା-ଧଳା ପରଦା, ନବେ ଦଶକର ହିଟ୍ ଫିଲ୍ମ, ଏକବିଶଂ ଶତାବ୍ଦିର ମଡନ ଚଳଚ୍ଚିତ୍ର, ପରେ ଡିଜିଟାଲ ଯୁଗ, ସବୁଠି ଫିଟ୍ ହୋଇଛନ୍ତି ମିହିର । ହିରୋ, ଭିଲିଆନ, କେମିଡିଆନ ବା ଚରିତ୍ର ଅଭିନେତା ସବୁଠି ନିଜ ନିଆର ଅଭିନୟର ଯାଦୁ ଛାଡି ଯାଇଛନ୍ତି । ଦିନେ ଦର୍ଶକଙ୍କୁ ପର୍ଯ୍ୟାପ୍ତ ଆନନ୍ଦ ଦେଇଥିବା ମିହିର ଆଜି ଦର୍ଶକଙ୍କ ଆଖିରେ ଭରି ଦେଇଛନ୍ତି, ଖାଲି ଲୁହ ଆଉ ଲୁହ। ମଥୁରା ବିଜୟରୁ ଆରମ୍ଭ ହୋଇଥିଲା ତାଙ୍କ ଜୀବନରେ ଅଭିନୟର ବିଜୟ ଯାତ୍ରା। ମଥୁରା ବିଜୟ ଠାରୁ ଆରମ୍ଭ କରି ତୁ ମୋ ଲଭ ଷ୍ଟୋରୀ, ଏହି ଅଭିନୟ ଯାତ୍ରାର ପ୍ରତିଟି ଛକରେ ଆଜି ସେ ଠିଆ ହୋଇଛନ୍ତି ଚମତ୍କାର ସ୍ମାରକୀ ଟେ ହୋଇ।

ମିହିର ଦାସଙ୍କ ଫିଲ୍ମ କ୍ୟାରିୟର...

ଓଲିଉଡ୍‌ର କାକା ଭାବେ ପରିଚିତ ଭେଟ୍‌ରାନ୍‌ ଅଭିନେତା ମିହିର ଦାସ ୧୯୫୯ ମସିହା ଫେବୃଆରୀ ୧୧ ତାରିଖରେ ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଜନ୍ମଗ୍ରହଣ କରିଥିଲେ। ପିଲା ବେଳେ କଳା ପ୍ରତି ତାଙ୍କର ଦୁର୍ବଳତା ଥିଲା। ସେ ପ୍ରଥମେ ଆର୍ଟ ଫିଲ୍ମରେ ଅଭିନୟ କରିଥିଲେ। ତାହା ଥିଲା 'ସ୍କୁଲ୍‌ ମାଷ୍ଟର'। ଯାହା ତାଙ୍କୁ ଆଗକୁ ବଢ଼ିବା ପାଇଁ ରାସ୍ତା ଦେଖାଇଥିଲା। ତା'ପରେ ସେ ଗୋଟିଏ ପରେ ଗୋଟିଏ ହିଟ୍‌ ବ୍ୟବସାୟିକ ଫିଲ୍ମରେ ଅଭିନୟ କରି ଓଲିଉଡ୍‌ରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

ମିହିର ଦାସଙ୍କ ପ୍ରଥମ ବ୍ୟବସାୟିକ ଫିଲ୍ମ 'ମଥୁରା ବିଜୟ' ୧୯୭୯ ମସିହାରେ ରିଲିଜ ହୋଇଥିଲା। ସେହି ଫିଲ୍ମ ତାଙ୍କୁ ରାତାରାତି ଷ୍ଟାର ସଜାଇ ଦେଇଥିଲା। ସେ ତିନି ଦଶନ୍ଧି ଧରି ଓଲିଉଡ୍‌ରେ ରାଜ୍‌ କରୁଛନ୍ତି। 'ଲକ୍ଷ୍ମୀ ପ୍ରତିମା' ପାଇଁ ୧୯୯୮ ଓ 'ଫେରିଆ ମୋ ସୁନା ଭଉଣୀ' ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ମିଳିଥିଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଠିକ୍‌ ସେହିପରି ଶ୍ରେଷ୍ଠ ସହକଳାକାର ଭାବେ ମଧ୍ୟ ଅନେକ ଫିଲ୍ମ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଛି। ୨୦୦୨ରେ 'ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ' ଓ ୨୦୧୦ରେ ପ୍ରେମ ଅଢ଼େଇ ଅକ୍ଷର ପାଇଁ ତାଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି।

ଏହାଛଡ଼ା ୧୯୯୯ରେ ବିଧାତା ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଓ ୨୦୦୭ରେ 'ମୁଁ ତତେ ଲଭ୍‌ କରୁଛି' ଫିଲ୍ମ ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଛି। ସେ କେବଳ ଓଡ଼ିଆ ଫିଲ୍ମ କରିନାହାନ୍ତି ବରଂ ବେଙ୍ଗଲୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ପୂର୍ବରୁ ତାଙ୍କ ସ୍ତ୍ରୀ ସଂଗୀତା ଦାସଙ୍କର ଦେହାନ୍ତ ହୋଇଥିଲା।

ଏଯାବତ୍ ମିହିର ଦାସଙ୍କ ଅଭିନୀତ ମୁକ୍ତିଲାଭ କରିଥିବା ଶେଷ ଚଳଚ୍ଚିତ୍ର ଥିଲା ଏନ୍.ପାଢ଼ୀଙ୍କ ନିର୍ଦ୍ଦେଶିତ 'ମନେମନେ ମନ ଖୋଜୁ୍‌ଥିଲା'। ଏଥିରେ ମିହିର ଚରିତ୍ର ଅଭିନୟ କରିଥିଲେ। ଫିଲ୍ମଟି ୨୦୨୧ ଅକ୍ଟୋ ବରରେ ପରଦାକୁ ଆସିଥିଲା।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+