For Quick Alerts
For Daily Alerts
ଓଡିଆ ଚଳଚ୍ଚିତ୍ର ସମ୍ପାଦକ ରବିଶଙ୍କର ପଟ୍ଟନାୟକଙ୍କ ପରଲୋକ
ଭୁବନେଶ୍ୱର: ଓଲିଉଡ ପାଇଁ ଦୁଃଖଦ ଖବର । ବରିଷ୍ଠ ଓଡିଆ ସିନେ ସମ୍ପାଦକ ରବିଶଙ୍କର ପଟ୍ଟନାୟକଙ୍କ ପରଲୋକ ଘଟିଛି । ତାଙ୍କ ମୃତ୍ୟୁ ପରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି।

ରବିଶଙ୍କର ପଟ୍ଟନାୟକ ଜଣେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ସମ୍ପାଦକ ଥିଲେ। ସେ ୨୦୧୭ ବର୍ଷ ପାଇଁ ଓଡ଼ିଶା ଚଳଚ୍ଚିତ୍ର ଜଗତର ସର୍ବଶ୍ରେଷ୍ଠ ପୁରସ୍କାର "ଜୟଦେବ ପୁରସ୍କାର' ମଧ୍ୟ ଲାଭ କରିଥିଲେ। ଚଳଚ୍ଚିତ୍ର ସମ୍ପାଦନା କ୍ଷେତ୍ରରେ ନିଜ ଜୀବନବ୍ୟାପୀ ଅବଦାନ ପାଇଁ ସେ ଏହି ପୁରସ୍କାର ପାଇଥିଲେ। ଜୟଦେବ ପୁରସ୍କାରପ୍ରାପ୍ତ ରବି ପଟ୍ଟନାୟକ 'ଦଣ୍ଡାବାଳୁଙ୍ଗା' ଓ 'ଯାହାକୁ ରଖିବେ ଅନନ୍ତ' ଆଦି ଭଳି ସୁପର୍ହିଟ୍ ଚଳଚ୍ଚିତ୍ରର ସମ୍ପାଦନା କରିଥିଲେ । ଓଡ଼ିଶାର ପ୍ରଥମ ଚଳଚ୍ଚିତ୍ର ସମ୍ପାଦକ ଥିଲେ ରବିଶଙ୍କର ପଟ୍ଟନାୟକ । ୧୯୭୭ ମସିହାର ଚଳଚ୍ଚିତ୍ର ଅଭିମାନରୁ ସେ ସମ୍ପାଦନା ଆରମ୍ଭ କରିଥିଲେ ରବିଶଙ୍କର ।
English summary
Odia Film Editor Ravi Shankar Patnaik Passed away
Story first published: Thursday, April 22, 2021, 16:00 [IST]


Click it and Unblock the Notifications