‘ବୋଉ ବୁଟୁ ଭୂତ’ ବନାମ ‘ଅନନ୍ତା’ ; କିଏ କାହାକୁ ଦେଉଛି ଟକ୍କର ?

ଫିଲ୍ମ ହଲରେ ଖଚାଖଚ ଭିଡ ଦେଖିବାକୁ । ବିଶେଷକରି ଓଡିଆ ଫିଲ୍ମ ଦେଖିବା ପାଇଁ ଲୋକଙ୍କ ଭିତରେ ଆଗ୍ରହ । ନୂଆ କାହାଣୀ ଓ ନୂଆ ଢାଞ୍ଚାକୁ ନେଇ ତିଆରି ହୋଇଥିବା ଫିଲ୍ମଗୁଡିକ ବେଶ ଲୋକପ୍ରିୟ ହେବାରେ ଲାଗିଛି।

ସୁପରଷ୍ଟାର୍‌ ବାବୁସାନ୍‌ଙ୍କ ନୂଆ ଫିଲ୍ମ 'ବୋଉ ବୁଟୁ ଭୂତ' ଏବଂ ସବ୍ୟସାଚୀଙ୍କ 'ଅନନ୍ତା' ଏଥର ରଜ ବଜାରରେ ଟକ୍କର ଦେଉଥିବାବେଳେ ଉଭୟ ଭଲ ବ୍ୟବସାୟ କରିଥିବା ଜଣାପଡିଛି। ନିଜ ଫିଲ୍ମର ପ୍ରମୋଶନ ପାଇଁ ବାବୁସାନ୍‌ ଉତ୍କଳ ଗ୍ୟାଲେରିଆ ଯାଇଥିବାବେଳେ ଦର୍ଶକମାନେ ଘେରିଯାଇଥିଲେ। ବାବୁସାନ୍‌ ହାତ ହଲାଇ ସେମାନଙ୍କ ମନରେ ଉତ୍ସାହ ଭରିଥିଲେ।

ନିର୍ଦ୍ଦେଶକ ଜଗଦୀଶ ମିଶ୍ର, ପ୍ରଯୋଜିକା ତୃପ୍ତି ଶତପଥୀ, ସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦ, ଅଭିନେତ୍ରୀ ଅନିଶା, କୁକିଜ, ଅଭିନେତା କେକେ, ଉଦିତ ଗୁରୁ, କାହାଣୀକାର ଏମ୍‌. ଇମ୍ରାନ, କାର୍ଯ୍ୟକାରୀ ପ୍ରଯୋଜକ ସମ୍ବିତ ଜେନା ପ୍ରମୁଖ ହଲ୍‌କୁ ଯାଇ ପ୍ରମୋଶନରେ ସାମିଲ ହୋଇଥିଲେ।

odia film Bou Bootu Bhoot vs Ananta

ସନ୍ଧ୍ୟାରେ ହଠାତ୍‌ ବାବୁସାନ ଓ ଅନ୍ୟମାନେ ହଲ୍‌ରେ ପହଞ୍ଚତ୍ବା ପରେ କଷ୍ଟମ ପ୍ରିଣ୍ଟ ବେଲୁନ ଉପରୁ ତଳକୁ ଖସାଯାଇଥିଲା, ଯାହାକୁ ଦେଖି ଦର୍ଶକ ଅଭିଭୂତ ହୋଇଥିଲେ। ତେବେ 'ବୋଉ ବୁଟୁ ଭୂତ' ଚଳଚ୍ଚିତ୍ର ୪ଦିନରେ ୨କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିଥିବାବେଳେ ସବୁ ହଲରେ ଶୋ'ଗୁଡିକ ହାଉସଫୁଲ ରହିଥିଲା।

ସେହିପରି ସବ୍ୟସାଚୀଙ୍କ 'ଅନନ୍ତା' ଫିଲ୍ମ ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପକୁ ନେଇ ଚିତ୍ରଣ କରାଯାଇଛି। ଏହି ଗଳ୍ପ ପଢ଼ିବାକୁ ଯେତିକି ଭଲ ଲାଗେ, ଦେଖିବାକୁ ମଧ୍ୟ ଆହୁରି ଅଧିକ ଭଲ ଲାଗିବ। ଲୋକଙ୍କ ପାଖରେ ଗଳ୍ପଟିକୁ ପହଞ୍ଚାଇବା ପାଇଁ ଏକ ନିଆରା ଫିଲ୍ମ କରାଯାଇଛି। ଏହି ଫିଲ୍ମରେ ସବ୍ୟସାଚୀଙ୍କ ନିଖୁଣ ଅଭିନୟ ବେଶ ଲୋକଙ୍କ ମନ ଜିଣିପାରିଛି। ଚଳଚ୍ଚିତ୍ର 'ଅନନ୍ତା'ର ନିର୍ଦ୍ଦେଶନା ବରିଷ୍ଠ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଏବଂ ପୁଅ କୁମାର ସି ଦେବ ଦେଇଛନ୍ତି। ସେହିପରି ନବୀନ ଭଣ୍ଡାରୀ, ସୁରଜ ମହନୋତ ଏବଂ ଅର୍ଚ୍ଚିତା ସାହୁ ପ୍ରଯୋଜନା କରିଛନ୍ତି । ଅନନ୍ତା ଭୂମିକାରେ ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର, କୁନା ତ୍ରିପାଠୀ, ତାପସ ସରଘରିଆ, ଜ୍ୟୋତିର୍ମୟୀ ପଣ୍ଡାଙ୍କ ସମେତ ବହୁ କଳାକାର ଅଭିନୟ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+