ଓଡ଼ିଆ ଭଜନକୁ ଜାତୀୟ ମାନ୍ୟତା, ‘ଜଗା ତୁ ଯାଦୁଗର’କୁ ମିଳିଲା ଇଣ୍ଡିଆନ୍ ମ୍ୟୁଜିକ୍ ଆୱାର୍ଡ

ଭୁବନେଶ୍ବର: ଓଡିଆ ଭଜନକୁ ଜାତୀୟ ସ୍ତରରେ ସମ୍ମାନ । କୋଟି ଓଡିଆଙ୍କ ମଉଡମଣୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ହୋଇଥିବା ଓଡିଆ ଆଧ୍ୟାତ୍ମିକ ଭଜନ 'ଜଗା ତୁ ଯାଦୁଗର'କୁ ମିଳିଛି ଇଣ୍ଡିଆନ୍ ମ୍ୟୁଜିକ୍ ଆୱାର୍ଡ-୨୦୨୪ । ହଙ୍ଗାମା ଆର୍ଟିଷ୍ଟ ଆଲାଉଡ୍ ପକ୍ଷରୁ ମାୟାନଗରୀ ମୁମ୍ବାଇରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଗ୍ରାଣ୍ଡ ଫିନାଲେରେ ଓଡିଆ ପୁଅ ତଥା 'ଜଗା ତୁ ଯାଦୁଗର'ର କଣ୍ଠଶିଳ୍ପୀ ଅଭିଜିତ୍ ମିଶ୍ର ସାମିଲ ହୋଇ ପୁରସ୍କାର ଗ୍ରହଣ କରିଥିଲେ । ଜାତୀୟ ସ୍ତରରେ ଓଡିଆ ଭଜନକୁ ସ୍ୱୀକୃତି ମିଳିବା ଓଡିଶା ପାଇଁ ଗର୍ବ ଏବଂ ଗୌରବର ବିଷୟ ହୋଇଥିବା ବେଳେ ଏହା ସମସ୍ତ ଜଗନ୍ନାଥପ୍ରେମୀଙ୍କ ପାଇଁ ଭଲ ଖବର । ପୁରସ୍କାର ପାଇବା ପରେ ଖୁସି ବ୍ୟକ୍ତ କରିଛନ୍ତି କଣ୍ଠଶିଳ୍ପୀ ଅଭିଜିତ୍ ମିଶ୍ର ।

Odia devotional song Jaga Tu Jadugar

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୟରେ ତିଆରି ହୋଇଥିବା ଏହି ଭାବଭକ୍ତି ଭରା ଭଜନକୁ ସଙ୍ଗୀତ ଲେଖକ ରାମକୃଷ୍ଣ ବାରିକ ଲେଖିଥିବା ବେଳେ ଏହାର କଣ୍ଠଦାନ ନିଜେ ଅଭିଜିତ୍ ମିଶ୍ର କରିଥିଲେ । 'ଜଗା ତୁ ଯାଦୁଗର' ଗୀତ କିଛି ଦିନ ତଳେ ଇଣ୍ଡିଆନ୍ ମ୍ୟୁଜିକ୍ ଆୱାର୍ଡ ପାଇଁ ଚୟନ ହୋଇଥିଲା । ଶୁକ୍ରବାର ରାତିରେ ମୁମ୍ବାଇ ଠାରେ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଏ ସମ୍ମାନ ସବୁ ମହାପ୍ରଭୁଙ୍କର ବୋଲି ଗୀତର ଲେଖକ ରାମକୃଷ୍ଣ ଏବଂ ସଂଗୀତ ନିର୍ଦ୍ଦେଶକ ଅଭିଜିତ୍ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+