ସଲମାନଙ୍କୁ ଅଟକାଇଥିବା ଓଡିଆ ଯବାନ ସୋମନାଥଙ୍କୁ ନେଇ ଆସିଲା ନୂଆ ଟ୍ୱିଷ୍ଟ
ମୁମ୍ବାଇ ବିମାନବନ୍ଦରରେ ସଲମାନ ଖାନଙ୍କୁ ଅଟକାଇଥିବା ନୟାଗଡର ସିଆଇଏସ୍ଏଫ୍ ଯବାନ ସୋମନାଥ ମହାନ୍ତି ପୁଣି ଏବେ ଚର୍ଚ୍ଚାରେ । ବିବାଦ ବଢ଼ିବା ପରେ ଭିନ୍ନ ମୋଡ ନେଲା ମାମଲା। ସତ କ’ଣ ନିଜେ ସ୍ପଷ୍ଟ କଲା ସିଆଇଏସ୍ଏଫ୍।
ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରେ ସଲମାନ ଖାନଙ୍କୁ ଅଟକାଇଥିବା ନୟାଗଡର ସିଆଇଏସ୍ଏଫ୍ ଯବାନ ସୋମନାଥ ମହାନ୍ତି ପୁଣି ଏବେ ଚର୍ଚ୍ଚାରେ । ବିବାଦ ବଢ଼ିବା ପରେ ଭିନ୍ନ ମୋଡ ନେଲା ମାମଲା। ସତ କ'ଣ ନିଜେ ସ୍ପଷ୍ଟ କଲା ସିଆଇଏସ୍ଏଫ୍।

ମୁମ୍ବାଇ ବିମାନବନ୍ଦରରେ ସଲମାନଙ୍କୁ ଅଟକାଇଥିବା ଓଡ଼ିଆ ଯବାନଙ୍କ ଉପରେ ନିଆଯାଇନି କୌଣସି କାର୍ଯ୍ୟାନୁଷ୍ଠାନ । ଏନେଇ ଟ୍ୱିଟ କରି ସିଆଇଏସଏଫ ପକ୍ଷରୁ ସୂଚନା ଦିଆଯାଇଛି । ଯବାନଙ୍କ ଡ୍ୟୁଟିକୁ ସିଆଇଏସଏଫ ପକ୍ଷରୁ ପ୍ରଶଂସା କରାଯାଇଛି ।
ସିଆଇଏସ୍ଏଫ୍ ଟୁଇଟ୍ କରି କହିଛି ଯେ, 'ପ୍ରକୃତରେ ଯବାନ ସୋମନାଥ ମହାନ୍ତିଙ୍କୁ ଦଣ୍ଡିତ କରିଯାଇ ନାହିଁ, ବରଂ ତାଙ୍କୁ ସମ୍ମାନିତ କରାଯାଇଛି। ଏକ ଟୁଇଟ୍କୁ ରି-ଟୁଇଟ୍ କରି ସିଆଇଏସ୍ଏଫ୍ କହିଛି, ଏଥିରେ ଦିଆଯାଇଥିବା ସମସ୍ତ ସୂଚନା ଭୁଲ ଏବଂ ନିରାଧାର। ସତ କଥା ହେଉଛି ଯେ, ସୋମନାଥ ମହାନ୍ତି ତାଙ୍କ କର୍ତ୍ତବ୍ୟକୁ ସଠିକ ଢ଼ଙ୍ଗରେ ପାଳନ କରିଥିବା ଯୋଗୁଁ ତାଙ୍କୁ ପୁରସ୍କୃତ କରାଯାଇଛି।'
ସୂଚନାଯୋଗ୍ୟ, ସିଆଇଏସ୍ଏଫ୍ ଯବାନ ସୋମନାଥ ମହାନ୍ତି ସଲମାନ ଖାନଙ୍କୁ ମୁମ୍ବାଇ ବିମାନବନ୍ଦରରେ ଯାଞ୍ଚ ପାଇଁ ଅଟକାଇଥିଲେ ଯେତେବେଳେ ସଲମାନ ତାଙ୍କ ନୂଆ ଚଳଚ୍ଚିତ୍ର 'ଟାଇଗର ୩ ' ର ସୁଟିଂ ପାଇଁ ରୁଷିଆ ଯାଉଥିଲେ। କେବଳ ସେତିକି ନୁହେଁ, ସଲମାନଙ୍କୁ ଯାଞ୍ଚରେ ସହଯୋଗ କରିବାକୁ କହିଥିଲେ ସୋମନାଥ । ସଲମାନ ଖାନ ମଧ୍ୟ ମୁହଁରୁ ମାସ୍କ ଖୋଲି ଯାଞ୍ଚରେ ସହଯୋଗ କରିଥିଲେ। ଯାଞ୍ଚ ସରିବା ପରେ ବିମାନ ବନ୍ଦର ଭିତରକୁ ପ୍ରବେଶ କରିଥିଲେ ସଲମାନ ଖାନ୍ ଓ ତାଙ୍କ ପୂରା ଟିମ୍।
ଏହି ଘଟଣା ପରେ ସିଆଇଏସ୍ଏଫ୍ ଯବାନ ସୋମନାଥ ମହାନ୍ତି ଓଡିଶାର ଏକ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଥିଲେ, ପରେ ତାଙ୍କୁ ପ୍ରୋଟୋକଲ୍ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ କରାଯାଇଥିଲା ଏବଂ ସଂପୃକ୍ତ ବିଭାଗ ତାଙ୍କ ମୋବାଇଲ୍ ଜବତ କରି ବୋୱି ଖବର ପ୍ରକାଶ ପାଇଥିଲା ।












Click it and Unblock the Notifications