For Quick Alerts
Turn On Notification  
For Daily Alerts
Oneindia App Download

'ସେ ମୋର ବି ପରୀ' : ସୋଶାଲ ମିଡ଼ିଆରେ ଅଭିନେତ୍ରୀ ରାନୀ ମାଗିଲେ 'ପରୀ' ପାଇଁ ନ୍ୟାୟ

ନୟାଗଡ଼ 'ପରୀ' ହତ୍ୟା ମାମଲାରେ ସୋଶାଲ ମିଡ଼ିଆରେ ନ୍ୟାୟ ମାଗିଛନ୍ତି ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ।

|

ଭୁବନେଶ୍ୱର : ନୟାଗଡ଼ 'ପରୀ' ହତ୍ୟା ମାମଲାରେ ସୋଶାଲ ମିଡ଼ିଆରେ ନ୍ୟାୟ ମାଗିଛନ୍ତି ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ । ତାଙ୍କ ଫେସବୁକ୍ ଆକାଉଣ୍ଟରେ ଏନେଇ ସେ ଏକ ଭିଡିଓ ଜାରି କରିବା ସହ କାନ୍ଦି କାନ୍ଦି ପରୀ ପାଇଁ ସିବିଆଇ ତଦନ୍ତ ଦାବି କରିଛନ୍ତି ରାନୀ । ସେ ଜାରି କରିଥିବା ଭିଡିଓରେ କହିଛନ୍ତି, "ମୋତେ ବହୁତ କଷ୍ଟ ଲାଗୁଛି । ସେ ଖାଲି ବାପା ମା' ଙ୍କ ପରୀ ନୁହେଁ । ମୋର ବି ପରୀ । ପାଞ୍ଚ ମାସ ବିତି ଗଲାଣି । ତାଙ୍କୁ ପ୍ରଥମେ କିଡନାପ୍ କରାଗଲା ତା'ପରେ ଆଖି, କିଡନି ସବୁ ନେଇ ତା' ହାଡ଼ ଦି ଖଣ୍ଡ ଆଣି ବାରି ପଛ ପଟେ ଫିଙ୍ଗାଗଲା ।

ରାନୀ ପ୍ରିୟଦର୍ଶିନୀ

ଏତେ ପ୍ରଶାସନ, ଏତେ ପୋଲିସ, ଏତେ ମନ୍ତ୍ରୀ ଥାଇକି ବି ତଦନ୍ତ ଠିକ୍ ସେ ହୋଇ ପାରିଲା ନାହିଁ ।"
ରାନୀ ଆହୁରି ମଧ୍ୟ କହିଛନ୍ତି, "ଦୋଷୀ ଯିଏ ହେଉ ନା କାହିଁକି ତାକୁ ଧରାଯାଉ, କଠୋର ଦଣ୍ଡ ଦିଆଯାଉ । ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ । ପରୀକୁ ନ୍ୟାୟ ମିଳିଲେ ମୋତେ ଲାଗିବ ମୋତେ ନ୍ୟାୟ ମିଳିଲା ।" ଏଠାରେ କହି ରଖୁଛୁ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ବାଲେଶ୍ୱର ଉପନିର୍ବାଚନ ସମୟରେ ସ୍ୱାଧୀନ ପାର୍ଥୀ ବେଣୁ ମଉସାଙ୍କ ପାଇଁ ପ୍ରଚାର କରିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odia Actress Rani Panda Share a Video Demanding CBI Enquiry on Nayagarh Pari Murder Case
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X