'ସେ ମୋର ବି ପରୀ' : ସୋଶାଲ ମିଡ଼ିଆରେ ଅଭିନେତ୍ରୀ ରାନୀ ମାଗିଲେ 'ପରୀ' ପାଇଁ ନ୍ୟାୟ
ନୟାଗଡ଼ 'ପରୀ' ହତ୍ୟା ମାମଲାରେ ସୋଶାଲ ମିଡ଼ିଆରେ ନ୍ୟାୟ ମାଗିଛନ୍ତି ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ।
ଭୁବନେଶ୍ୱର : ନୟାଗଡ଼ 'ପରୀ' ହତ୍ୟା ମାମଲାରେ ସୋଶାଲ ମିଡ଼ିଆରେ ନ୍ୟାୟ ମାଗିଛନ୍ତି ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ । ତାଙ୍କ ଫେସବୁକ୍ ଆକାଉଣ୍ଟରେ ଏନେଇ ସେ ଏକ ଭିଡିଓ ଜାରି କରିବା ସହ କାନ୍ଦି କାନ୍ଦି ପରୀ ପାଇଁ ସିବିଆଇ ତଦନ୍ତ ଦାବି କରିଛନ୍ତି ରାନୀ । ସେ ଜାରି କରିଥିବା ଭିଡିଓରେ କହିଛନ୍ତି, "ମୋତେ ବହୁତ କଷ୍ଟ ଲାଗୁଛି । ସେ ଖାଲି ବାପା ମା' ଙ୍କ ପରୀ ନୁହେଁ । ମୋର ବି ପରୀ । ପାଞ୍ଚ ମାସ ବିତି ଗଲାଣି । ତାଙ୍କୁ ପ୍ରଥମେ କିଡନାପ୍ କରାଗଲା ତା'ପରେ ଆଖି, କିଡନି ସବୁ ନେଇ ତା' ହାଡ଼ ଦି ଖଣ୍ଡ ଆଣି ବାରି ପଛ ପଟେ ଫିଙ୍ଗାଗଲା ।

ଏତେ ପ୍ରଶାସନ, ଏତେ ପୋଲିସ, ଏତେ ମନ୍ତ୍ରୀ ଥାଇକି ବି ତଦନ୍ତ ଠିକ୍ ସେ ହୋଇ ପାରିଲା ନାହିଁ ।"
ରାନୀ ଆହୁରି ମଧ୍ୟ କହିଛନ୍ତି, "ଦୋଷୀ ଯିଏ ହେଉ ନା କାହିଁକି ତାକୁ ଧରାଯାଉ, କଠୋର ଦଣ୍ଡ ଦିଆଯାଉ । ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ । ପରୀକୁ ନ୍ୟାୟ ମିଳିଲେ ମୋତେ ଲାଗିବ ମୋତେ ନ୍ୟାୟ ମିଳିଲା ।" ଏଠାରେ କହି ରଖୁଛୁ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ବାଲେଶ୍ୱର ଉପନିର୍ବାଚନ ସମୟରେ ସ୍ୱାଧୀନ ପାର୍ଥୀ ବେଣୁ ମଉସାଙ୍କ ପାଇଁ ପ୍ରଚାର କରିଥିଲେ ।












Click it and Unblock the Notifications