ଓଡ଼ିଶାର ଜଣାଶୁଣା ଅଭିନେତ୍ରୀ ରାଜେଶ୍ୱରୀ ରାୟଙ୍କ ପରଲୋକ
Odia Actress Rajeswari Ray Mohapatra Passed Away .ଓଡ଼ିଶାର ଜଣାଶୁଣା ଅଭିନେତ୍ରୀ ରାଜେଶ୍ୱରୀ ରାୟଙ୍କ ପରଲୋକ ବ୍ରେନ୍ ଓ ଲଗ୍ସ କ୍ୟାନସରରେ ପୀଡିତ ଥିଲେ ଅଭିନେତ୍ରୀ
ଭୁବନେଶ୍ୱର: ଓଡ଼ିଶାର ଜଣାଶୁଣା ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କ ପରଲୋକ । ସିଏ ନିଜ ଖଳନାୟିକା ଅଭିନୟ ପାଇଁ ଓଡି଼ଶାର ଘରେ ଘରେ ଏକ ପରିଚିତ ଚେହେରା ଥିଲେ । ଗତକାଲି ବିଳମ୍ବିତ ରାତିରେ ସେ ହଟାତ ହଠାତ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଭୁବନେଶ୍ୱର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ରାଜେଶ୍ୱରୀ ବ୍ରେନ୍ ଓ ଲଙ୍ଗସ୍ କ୍ୟାନସରରେ ପୀଡ଼ିତ ଥିଲେ , ହେଲେ ସେ କ୍ୟାନସରରୁ ସୁସ୍ଥ ହୋଇଯାଇଥିଲେ । କିନ୍ତୁ ପୁଣିଥରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା ।

ବାଲେଶ୍ୱରର ଝିଅ ରାଜେଶ୍ୱରୀ ପ୍ରଥମେ ଆଙ୍କରିଂ ଜରିଆରେ ଓଡ଼ିଆ ଇଣ୍ତଷ୍ଟ୍ରିରେ ପାଦ ଦେଇଥିଲେ। ହେଲେ ତାଙ୍କୁ ନୂଆ ପରିଚୟ ଦେଇଥିଲା ଖଳନାୟିକା ଭୂମିକା ।ବସୁନ୍ଧରା, ସଂସ୍କାର, ସ୍ୱାଭିମାନ, ଭଲି ଧାରାବାହିକରେ ତାଙ୍କୁ ଦେଖିବା ପାଇଁ ମିଳିଥିଲା । ସେ ସରିଏଲରେ ଖଳନାୟିକା ଭୂମିକାରେ କାମ କରିବା ପରେ ତାଙ୍କୁ ଅନେକ ସିନେମାରେ କାମ କରିବାର ମୌକା ମଧ୍ୟ ମିଳିଥିଲା । ରାଜେଶ୍ୱରୀଙ୍କ ପ୍ରଥମେ ଓଡ଼ିଆ ସିନେମା ଥିଲା 'ସତ୍ୟମେବ' ଏହା ପରେ ସେ 'ଆରେ ସାଥୀ ଆ', ବ୍ଲାକମେଲ୍ ଭଳି ଫିଲ୍ମରେ ନିଜ ଅଭିନୟରେ ଦର୍ଶକଙ୍କ ମନ ଜିଣିପାରିଥିଲେ ।ରାଜେଶ୍ୱରୀଙ୍କ ପରଲୋକରେ ଟେଲିଦୁନିଆ ଓ ଓଡ଼ିଆ ସିନେମା ଜଗତରେ ଶୋକ ଖେଳିଯାଇଛି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications