Get Updates
Get notified of breaking news, exclusive insights, and must-see stories!

ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ

ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ

ଭୁବନେଶ୍ୱର: ପରଲୋକରେ ବର୍ଷିୟାନ ଅଭିନେତ୍ରୀ ଝରଣା ଦାସ । ଗତକାଲି ବିଳମ୍ବିତ ରାତିରେ କଟକ ଚଣ୍ତି ସ୍ଥିତ ବାସଭବନରେ ସେ ୮୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପ୍ରଥମ ସିନେମା ଥିଲା ଅମଡ଼ା ବାଟ । ଫିଲ୍ମ ମଲା ଜହ୍ନରେ ଲୋକପ୍ରିୟତା ସାଉଁଣ୍ଟିଥିଲେ । ତାଙ୍କ ମୃତ୍ୟୁ ପରେ ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଆ ଇଣ୍ତଷ୍ଟ୍ରିର ବହୁ କଳାକାର ତାଙ୍କର ଶେଷ ଦର୍ଶନ କରିବା ପାଇଁ ପହଁଚିଛନ୍ତି ।

ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ

୧୯୬୪ରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ ବର୍ଷିୟାନ ଅଭିନେତ୍ରୀ । ତାଙ୍କୁ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ପ୍ରଥମ ସିନେମା ଥିଲା ଅମଡ଼ା ବାଟ ହେଲେ 'ଫିଲ୍ମ ମଲା ଜହ୍ନ' ଦେଇଥିଲା ଏକ ନୂଆ ପରିଚୟ । ଅମଡା ବାଟ, ମଲା ଜହ୍ନ, ଅଦିନ ମେଘ ଥିଲା ତାଙ୍କର ଚର୍ଚ୍ଚିତ ସିନେମା । ୧୯୪୫ ମସିହା କଟକ ଚାନ୍ଦିନି ଚୌକରେ ଅଭିନେତ୍ରୀ ଝରଣା ଦାସ ଜନ୍ମ ଗ୍ରହଣ କରିଥିଲେ । ଶ୍ରଦ୍ଧାରେ ତାଙ୍କୁ ଝୁମୁ ବୋଲି ଡାକୁଥିଲେ । ଅଭିନେତ୍ରୀଙ୍କର ୧୦ ଭାଇ ଭଉଣୀ ଥିଲେ । ଅଭିନୟ ଛଡା ଓଡ଼ିଶୀ ନୃତ୍ୟରେ ନିପୁଣା ଥିଲେ ସେ । ଫଟୋଗ୍ରାଫର ଦୀପକ ଦାସଙ୍କୁ ବିବାହ କରିଥିଲେ ଅଭିନେତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+