Elina Samantray : ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ଅଭିନେତ୍ରୀ ଏଲିନା ସାମନ୍ତରାୟ

ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ଅଭିନେତ୍ରୀ ଏଲିନା ସାମନ୍ତରାୟ । ଏହା ଶୁଣି ଲୋକେ ତଥା ଓଲିଉଡ଼ ଜଗତ ଆଶ୍ଚର୍ଯ୍ୟ ହୋଇଛି । ସେ ବିବାହ କରିବେ ବୋଲି କାହାରିକୁ କିଛି ଜଣାଇନଥିଲେ । କିନ୍ତୁ ତାଙ୍କର ଏହି ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଏଲିନା ଏକ ରିଅଲିଟି ସୋରୁ ବିଜେତା ହୋଇ ୨୦୧୫ରେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଇସ୍କୁ ତୁହି ତୁ । ଏହାପରେ ଅନେକ ଓଡ଼ିଆ ଓ ବଙ୍ଗଲା ଫିଲ୍ମରେ ଅଭିନୟ କରି ଢେର ପ୍ରଶଂସା ସାଉଁଟିଛନ୍ତି । ଓଲିଉଡର ବଡ଼ ବଡ଼ ସୁପରଷ୍ଟାରଙ୍କ ସହ ଫିଲ୍ମ କରିଛନ୍ତି । ତେବେ ବର୍ତ୍ତମାନ ସେ ଲୁଚି ଲୁଚି ସିକ୍ରେଟ ମ୍ୟାରେଜ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱରର ବ୍ୟବସାୟୀ ଅନୁରାଗ ପଣ୍ଡାଙ୍କୁ ସେ ନିଜ ଜୀବନ ସାଥୀ ରୂପେ ବାଛିଛନ୍ତି। ଏଲିନା ଇଣ୍ଡୋନେସିଆ ବାଲିରେ ହିନ୍ଦୁ ରୀତିରେ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେବେ ଏଲିନା ନିଜେ ସୋସିଆଲ ମିଡିଆରେ ବିବାହର ଫଟୋ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।

Elina Samantray

ଦୀର୍ଘ ବର୍ଷ ଧରି ଏଲିନା ଏବଂ ଅନୁରାଗ ଘନିଷ୍ଠ ବନ୍ଧୁ ଥିଲେ। ଉଭୟଙ୍କର ବିବାହକୁ ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଦୁଇ ଲଭ ବାର୍ଡଙ୍କର ବିବାହକୁ ନେଇ କୌଣସି ଖବର କି ଚର୍ଚ୍ଚା ନଥିଲା, ଯାହା ସମସ୍ତଙ୍କୁ ବେଶ୍ ଆଶ୍ଚର୍ଯ୍ୟ କରିଛି। ଏହା ମଧ୍ୟ ଓଲିଉଡ଼ର କାହାରିକୁ ଜଣାନଥିଲା। ସୋସିଆଲ ମିଡିଆରେ ପୋଷ୍ଟ ପରେ ଏଲିନା ଏବଂ ଅନୁରାଗକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। 'କିଏ ହେବ ମୋ ହିରୋଇନ' ରିଆଲିଟି ଶୋ'ରେ ବିଜେତା ହେବା ପରେ 'ଇସ୍କ ତୁ ହି ତୁ' ଫିଲ୍ମ ଜରିଆରେ ଏଲିନା ଓଡିଉଡରେ ଏଣ୍ଟ୍ରି ମାରିଥିଲେ। ଏହାପରେ ଏକାଧିକ ଫିଲ୍ମରେ ଅଭିନୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଏଲିନା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+