Get Updates
Get notified of breaking news, exclusive insights, and must-see stories!

ଗରିବର ଭଗବାନ ସବ୍ୟସାଚୀ ! ବୃଦ୍ଧାଙ୍କୁ ଦେବେ ହ୍ୱିଲ ଚେୟାର

ପକ୍ଷାଘାତ ରୋଗରେ ପୀଡିତ ବୃଦ୍ଧାଙ୍କୁ ହ୍ୱିଲ ଚେୟାର ଦେବେ ଅଭିନେତା ସବ୍ୟସାଚୀ ମିଶ୍ର । ଟ୍ୱିଟରରେ ଏନେଇ ପ୍ରତିକ୍ରିୟା ରଖିଲେ ସବ୍ୟ ।

ଭୁବନେଶ୍ୱର : ବିଗତ କରୋନା ମହାମାରୀ ସମୟରେ ଯିଏ ଓଡିଆ ଲୋକଙ୍କ ପାଖରେ ଛିଡା ହୋଇ ଭରପୁର ଆର୍ଶୀବାଦ ସାଉଁଟିଛନ୍ତି ସେ ଅଭିନେତା ସବ୍ୟସାଚୀ ମିଶ୍ର । ପ୍ରବାସୀ ଓଡିଆଙ୍କୁ ଓଡିଶା ଫେରାଇ ଆଣିବା ହେଉ ଅବା ଓଡିଶା ଲୋକଙ୍କ ବିପଦ ସମୟରେ ସହାୟତା ହେଉ ସବ୍ୟସାଚୀ ସବୁ ସମୟରେ ଲୋକଙ୍କୁ ସହାୟତାର ହାତ ବଢାଉଥିବା ଦେଖା ଦେଇଛି ।

ସବ୍ୟସାଚୀ ମିଶ୍ର

ଏବେ ଆଉ ଏକ ସହାୟତାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ସବ୍ୟସାଚୀ । ଜଣେ ଗରିବ ବୃଦ୍ଧାଙ୍କୁ ହ୍ୱିଲ୍ ଚେୟାର ଯୋଗାଇ ଦେବେ ସବ୍ୟସାଚୀ । ପକ୍ଷାଘାତ ରୋଗ ଯୋଗୁଁ ଚାଲି ପାରୁନଥିବା ଜଣେ ବୃଦ୍ଧାଙ୍କୁ ହ୍ୱିଲ ଚେୟାର ଯୋଗାଇ ଦେବାକୁ ସବ୍ୟସାଚୀ କହିଛନ୍ତି । ଉକ୍ତ ବୃଦ୍ଧାଙ୍କ ନାମ ଉମା ସାହୁ ଓ ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଗାଁରେ ବୋଲି ଜଣାପଡିଛି । ଉମାଙ୍କ ସ୍ୱାମୀ ଅର୍ଥାଭାବରୁ ହ୍ୱିଲ ଚେୟାର କିଣିପାରୁ ନଥିବା ବେଳେ ତାଙ୍କ ପତ୍ନୀ ଚଲାବୁଲା କରି ପାରୁନାହାନ୍ତି । ଏନେଇ ଟୁଇଟରରେ ବିଶ୍ୱଜିତ୍ ନାୟକ ନାମକ ଜଣେ ବ୍ୟକ୍ତି ସବ୍ୟସାଚୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯେଉଁଥିରେ ଉତ୍ତର ଦେଇ ସବ୍ୟସାଚୀ ଲେଖିଛନ୍ତି ତାଙ୍କର ଏପରି ଅବସ୍ଥା ଦେଖି ଦୁଃଖିତ । ଆପଣ ମୋତେ ମେସେଜ୍ କରନ୍ତୁ, ମୁଁ ଯେମତି ତାଙ୍କୁ ଯୋଗାଯୋଗ କରିପାରିବି । ଆଉ ସେ ଆବଶ୍ୟକ କରୁଥିବା ସବୁ ସାମଗ୍ରୀ ଯୋଗାଇ ଦେଇ ପାରିବି । କରୋନା ସମୟରେ କେତେବେଳେ ବସରେ ତ ଆଉ କେତେବେଳେ ଟ୍ରେନ ଓ ବିମାନରେ ପ୍ରବାସୀମାନଙ୍କୁ ଓଡିଶା ଫେରାଇ ଆଣିବାର ଦୃଶ୍ୟ ସମସ୍ତେ ଦେଖିଥିଲେ । ଯାହାର ମୁଖ୍ୟପୁରୋଧା ସାଜିଥିଲେ ସବ୍ୟସାଚୀ । କେହି କେହି ତାଙ୍କୁ ଗରିବର ଭଗବାନ କହୁଥିବା ବେଳେ ଆଉ କେହି ତାଙ୍କୁ ଓଡିଶାର ସୋନୁ ସୁଦ୍ କହିବାକୁ ପଛାଇ ନାହାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+