ବରିଷ୍ଠ ହାସ୍ୟ ଅଭିନେତା ଜୀମୂତ ପଟ୍ଟନାୟଙ୍କର ପରଲୋକ

ବର୍ଷିୟାନ କଳାକାର ଜିମୂତ ପଟ୍ଟନାୟକଙ୍କର ପରଲୋକ ହୋଇଛି ।

ଭୁବନେଶ୍ୱର : ଲୋକପ୍ରିୟ ଧାରାବାହିକ 'ଲକ୍ଷ୍ମୀପୁରାଣ'ର ନାରଦ ଚରିତ୍ର ଆଜି ବି ଜୀବନ୍ତ । ଏହି ନାରଦ ଚରିତ୍ରରେ ଅଭିନୟ କରିଥିବା ଜିମୂତ ପଟ୍ଟନାୟକ ଏହି ଧାରବାହିକ ଜରିଆରେ ଘରେ ଘରେ ପରିଚିତ ହୋଇଥିଲେ । କଳାଧଳା ଟିଭିରେ ଡିଡି ଓଡ଼ିଆରେ ମେଗା ଧାରବାହିକମାନଙ୍କରେ ତାଙ୍କର ଅଭିନୟ ଲୋକଙ୍କୁ ସବୁ ସମୟରେ ହସାଉଥିଲା । ସେହି ବର୍ଷିୟାନ କଳାକାର ଜିମୂତ ପଟ୍ଟନାୟକଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କ 62 ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାନରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସେ ପ୍ରାୟ କିଛିଦିନ ହେବ ନିମୋନିଆ ରୋଗରେ ଆକ୍ରାନ୍ତ ଥିଲେ ।

ଜିମୂତ ପଟ୍ଟନାୟକ

ଶନିବାର ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଥିଲା । ଜିମୂତଙ୍କର ମୃତ୍ୟୁ ଖବର ଜଣାପଡିବା ପରେ ଅନେକ କଳାକାର ତାଙ୍କ ଶେଷ ଦର୍ଶନ ପାଇଁ ଆସିଥିଲେ । ନିକଟରେ ଆରମ୍ଭ ହୋଇଥିବା 'ମହାଦେବୀ' ଧାରାବାହିକରେ ସେ ଅଭିନୟ କରୁଥିଲେ । 'କଥା କହୁଥିଲେ ସରିବନି', 'ମା', 'ସିନ୍ଦୂର', 'ଲକ୍ଷ୍ମୀ ପୁରାଣ' ଭଳି ବହୁ ଧାରାବାହିକରେ ତାଙ୍କର ଅଭିନୟ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା । ଆଜି ବି 'ଲକ୍ଷ୍ମୀପୁରାଣ'ରେ 'ନାରଦ' ଚରିତ୍ରରେ ତାଙ୍କର ଅଭିନୟ ସତେଜ ହୋଇ ରହିଛି । ସ୍ୱର୍ଗତ ଜିମୂତ ପ୍ରାୟ 10ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । କ୍ୟାରିୟରର ଆରମ୍ଭରୁ ଅନ୍ନପୂର୍ଣ୍ଣା ବି ଗ୍ରୁପରେ ମଞ୍ଚ ନାଟକରେ ଅଭିନୟ କରି ଲୋକପ୍ରିୟ ହୋଇ ପାରିଥିଲେ । ହାସ୍ୟ ଅଭିନେତା ବାଦ୍ ଅନେକ ଚରିତ୍ରରେ ତାଙ୍କର ଅଭିନୟର ଯାଦୁ ଦେଖିବାକୁ ମିଳେ । ତାଙ୍କ ମୃତ୍ୟୁରେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+