ଯଶ ଦାସଗୁପ୍ତାଙ୍କ ସହ ଥାଇଲାଣ୍ତରେ ଛୁଟି କାଟୁଛନ୍ତି ନୁସରତ୍

ଯଶ ଦାସଗୁପ୍ତାଙ୍କ ସହ ଥାଇଲାଣ୍ତରେ ଛୁଟି କାଟୁଛନ୍ତି ନୁସରତ୍ , ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାଁ । ନୁସରତଙ୍କ ବିବାଦକୁ ନେଇ ମଧ୍ୟ ବିବାଦ ଦେଖିବା ପାଇଁ ମିଳିଥିଲା । ଏବେ ଦୁଇଟି କାରଣ ପାଇଁ ପୁଣି ଲାଇମ୍ ଲାଇଟରେ ଅଛନ୍ତି ନୁସରତ । ରିପୋର୍ଟ ଅନୁସାରେ ବିଗ୍ ବସ ୧୬ରେ ନଜର ଆସିପାରନ୍ତି ନୁସରତ୍ । ହେଲେ ଅଭିନେତ୍ରୀ ଏ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ଦେଇ ନାହଁନ୍ତି । ତେବେ ଯଦି ନୁସରତ୍ ବିଗ ବସରେ ନଜର ଆସନ୍ତି ତାଙ୍କ ବିଷୟରେ ଅନେକ କିଛି ଜାଣିବା ପାଇଁ ପାଇବେ ଦର୍ଶକ ।

nusrat.yash Dasgupta

ସୋସିଆଲ ମିଡିଆରେ ଆକ୍ଟିଭ୍ ରହୁଥିବା ଅଭିନେତ୍ରୀ ନୁସରତଙ୍କ ପ୍ରେମ୍ ଓ ବିବାହକୁ ନେଅ ବେଶ୍ ଚର୍ଚ୍ଚାରେ ହୋଇଥାଏ । ଏହାକୁ ନେଇ ଅନେକ ବିବାଦ ମଧ୍ୟ ଦେଖିବା ପାଇଁ ମିଳିଥିଲା । ବର୍ତ୍ତମାନ ଅଭିନେତ୍ରୀ ନୁସରତ ଜାହାଁ ଥାଇଲାଣ୍ତରେ ଅଭିନେତା ଓ ତାଙ୍କ ବୟଫ୍ରେଣ୍ତ ୟଶ୍ ଦାସଗୁପ୍ତାଙ୍କ ସହ ଛୁଟି କାଟୁଛନ୍ତି । ସୋସିଆଲ ମିଡିଆରେ ସେ ନିଜ ଭ୍ୟାକେସନର ଫଟୋ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । ଯାହା ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ଫଟୋରେ ହଟ୍ ଅନ୍ଦାଜରେ ନଜର ଆସୁଛନ୍ତି ନିସରତ । କିଛି ପ୍ରଶଂସକ ଏହି ଫଟୋକୁ ପସନ୍ଦ କରୁଥିବା ବେଳେ କିଛି ଏହି ଫଟୋକୁ ସମାଲୋଚନା ମଧ୍ୟ କରୁଛନ୍ତି । ଫଟୋରେ ନୁସରତ ଏବଂ ଯଶ ହଳଦିଆ ରଙ୍ଗର ଡ୍ରେସରେ ନଜର ଆସୁଛନ୍ତି । ଡେନିମ୍ ପ୍ୟାଣ୍ଟ ସହ ୟେଲୋ ଟପସ୍ ରେ ନଜର ଆସୁଛନ୍ତି ୟସ୍ । କେଉଁଠି ଉଭୟ ବାଘ ସହ ପୋଜ୍ ଦେଉଛନ୍ତି ତ କେଉଁଠି ହାତୀ ଉପରେ ବସିଥିବାର ନଜର ଆସୁଛନ୍ତି ।

ସୋସିଆଲ ମିଡିଆରେ ନୁସରତଙ୍କ ଫଟୋକୁ ନେଇ ଏବେ ତାଙ୍କୁ ଟ୍ରୋଲ କରାଯାଉଛି । ରିପୋର୍ଟ ଅନୁସାରେ ବିଗ୍ ବସ ମେକର୍ସ ତାଙ୍କୁ ଶୋ'ପାଇଁ ଆପ୍ରୋଚ୍ କରିଛନ୍ତି । ତେବେ ଏହି ଶୋ ପାଇଁ ଅଭିନେତ୍ରୀଙ୍କୁ ସପ୍ତାହକୁ ୧୬ ଲକ୍ଷ ଟଙ୍କା ପ୍ରଦାନ କରାଯିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+