ଇସ୍ରାଏଲରୁ ଭାରତ ଫେରିବା ପରେ ସେଠିକାର ଭୟଙ୍କର ସ୍ଥିତି ବିଷୟରେ କହିଲେ ନୁଶରତ, ଅଳ୍ପକେ ବର୍ତ୍ତିଲା ଅଭିନେତ୍ରୀଙ୍କ ଜୀବନ !
Nushrratt Bharucchs Reaction on Israel Attack: ଇସ୍ରାଏଲରେ ହମାସ ଆକ୍ରମଣ ପରେ ବଲିଉଡ ଅଭିନେତ୍ରୀ ନୁଶରତ ଭାରୁଚା ଚର୍ଚ୍ଚାରେ ଅଛନ୍ତି କାରଣ ହମାସ ଆତଙ୍କବାଦୀ ଆକ୍ରମଣ ସମୟରେ ଅଭିନେତ୍ରୀ ଇସ୍ରାଏଲରେ ହିଁ ଥିଲେ । ସେ 8 ଅକ୍ଟୋବରରେ ସୁରକ୍ଷିତ ନିଜ ଦେଶ ଭାରତକୁ ଫେରିଥିଲେ। ଅଭିନେତ୍ରୀଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଏହି ସମୟ ସେ ବହୁତ ବିବ୍ରତ ଏବଂ ଇମୋସନାଲ ଥିଲେ ଇସ୍ରାଏଲ ସ୍ଥିତି ଦେଖି ସେ ଭୟବିତ ହୋଇପଡିଥିଲେ । ଭାରତ ଆସିବାର ଦୁଇ ଦିନ ପରେ ସେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ଦେଇଛନ୍ତି ଏବଂ ସେ ନିଜ ସେଠିକାର ନିଜ କାହାଣୀ ବର୍ଣ୍ଣନା କରିଛନ୍ତି ।
ସୋସିଆଲ ମିଡିଆରେ ନୁସରତ ଏକ ଭିଡିଓ ସେୟାର କରିଛନ୍ତି। ସେ ଭିଡିଓରେ ସେଠିକାର ସ୍ଥିତି ବର୍ଣ୍ଣନା କରିଛନ୍ତି । ଇସ୍ରାଏଲରେ ଫସି ରହିଥିବା ବେଳେ ନୁସରତ ତାଙ୍କ ସୁରକ୍ଷାକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ ଏବଂ ତାଙ୍କୁ ମନେ ରଖିଥିବା ସମସ୍ତ ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ ।

ନୁସରତ ଏହି ଭିଡିଓରେ କହିଛନ୍ତି, ମୁଁ ଫେରି ଆସିଛି। ମୁଁ ସୁରକ୍ଷିତ ଅଛି ମୁଁ ଭଲ ଅଛି। କିନ୍ତୁ ଦୁଇ ଦିନ ପୂର୍ବେ ମୁଁ ଏକ ହୋଟେଲ ରୁମରେ ଥିଲି ଏବଂ ଯେତେବେଳେ ମୁଁ ଉଠିଲି, ଚାରିଆଡେ ବୋମା ବିସ୍ଫୋରଣର ଶବ୍ଦ ଶୁଣିବା ପାଇଁ ମିଳିଥିଲା । ଏହା ପରେ ଆମକୁ ବେସମେଣ୍ଟକୁ ନିଆଗଲା । ମୁଁ ପୂର୍ବରୁ ଏପରି ପରିସ୍ଥିତି କେବେ ଦେଖିନଥିଲି । କିନ୍ତୁ ଆଜି ମୁଁ ମୋ ଘରେ ନିଜକୁ ସୁରକ୍ଷିତ ମନେ କରୁଛି । ଏହି ଦେଶରେ ରହି ଆମେ ବହୁତ ଭାଗ୍ୟବାନ । ଏଠି ଆମେ ସୁରକ୍ଷିତ। ଏହା ବ୍ୟତୀତ ନୁସରତ ଭାରତକୁ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ସରକାର, ଭାରତୀୟ ଏବଂ ଇସ୍ରାଏଲ୍ ଦୂତାବାସକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ଶୀଘ୍ର ଶାନ୍ତି ପ୍ରତିଷ୍ଠା ହେବ ବୋଲି ମଧ୍ୟ ସେ ଆଶା କରିଛନ୍ତି ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଅଭିନେତ୍ରୀ 'ହାଇଫା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ' ପାଇଁ ଇସ୍ରାଏଲ୍ ଯାଇଥିଲେ। ଏହି ଚଳଚ୍ଚିତ୍ର ମହୋତ୍ସବ ପାଇଁ ତାଙ୍କ ଚଳଚ୍ଚିତ୍ର ଅକେଲି ଚୟନ କରାଯାଇଥିଲା । ହେଲେ ହଠାତ୍ ଇସ୍ରାଏଲରେ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା ହେଲେ ଏବେ ସେ ସେଠାରୁ ସୁରକ୍ଷିଚା ଭାରତକୁ ଫେରିଆସିଛନ୍ତି ।












Click it and Unblock the Notifications