ଫିଲ୍ମ 'ଅକେଲି'ରେ ଦମଦାର୍ ଭୂମିକାରେ ନଜର ଆସିବେ ନୁସରତ୍
ଫିଲ୍ମ 'ଅକେଲି'ରେ ଦମଦାର୍ ଭୂମିକାରେ ନଜର ଆସିବେ ନୁସରତ୍
ମୁମ୍ବାଇ: ଆଜିକା ତାରିଖରେ ନୁସରତ୍ ଭରୁଚା ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ । ତାଙ୍କ ପରିଚୟ ଦେବା କିଛି ଦରକାର ନାହିଁ । କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟରେ ତାଙ୍କୁ ସେତେଟା ସଫଳତା ମିଳିନଥିଲା ସତ ହେଲେ ସେ କେବେ ହାର୍ ମାନି ନଥିଲେ । ବି-ଟାଉନରେ ସେ ନିଜ ପରିଚୟ ପାଇବା ପାଇଁ କଠିନ୍ ପରିଶ୍ରମ କରିଥିଲେ ।ଆଉ ଆଜି ନୁସରତଙ୍କୁ କିଏ ବା ନ ଜାଣେ ! ଆଜିକାଲି ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଅକେଲି' ପାଇଁ ହେଡଲାଇନରେ ଅଛନ୍ତି । ନିକଟରେ ଫିଲ୍ମର ଟିଜର ରିଲିଜ ହୋଇଛି ।

ଫିଲ୍ମ 'ଅକେଲି' ଏକ ଡ୍ରାମା-ଥ୍ରିଲର୍ ଫିଲ୍ମ । ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶନା ଜଗତରେ ପାଦ ଦେବେ ପ୍ରଣୟ ମେଶରାମ । ପୂର୍ବରୁ ସେ କୁଇନ୍, କମାଣ୍ଡୋ-୩ ପରି ଫିଲ୍ମରେ ସହ-ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିସାରିଛନ୍ତି । ଇରାକ ପୃଷ୍ଠଭୂମି ଉପରେ 'ଅକେଲି' ପର୍ଯ୍ୟବସିତ । ଜଣେ ମହିଳା ମରୁଭୂମିରେ ଫସିଯିବା ପରେ କଠିନ ପରିସ୍ଥିତିରେ ଏକାକୀ ନିଜର ସାମର୍ଥ୍ୟକୁ କିପରି ଭାବେ ହୃଦୟଙ୍ଗମ କରୁଛି ତାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ।
ଫିଲ୍ମର ପ୍ରଯୋଜନା ଦାୟିତ୍ୱ ନିର୍ବାହ କରିଛନ୍ତି ଦଶମୀ ଷ୍ଟୁଡିଓଜ୍ର ପ୍ରତିଷ୍ଠାତା ନିତିନ ବୈଦ୍ୟ । ବିପରୀତ ପରିସ୍ଥିତିକୁ ବିରୋଧ କରି ଜଣେ ମହିଳା ଏକା କିପରି ଜୀବନରେ ଆଗକୁ ବଢିବା ପାଇଁ ସଂଘର୍ଷର କରୁଛି ଏହା ହିଁ ଏହି ଫିଲ୍ମର ମୁଖ୍ୟ ବିଷୟବସ୍ତୁ । ତେବେ ଏହା ପୂର୍ବରୁ ଫିଲ୍ମ 'ଜନହିତ ମେଁ ଜାରି' ରେ ନଜର ଆସିଥିଲେ ନୁସରତ୍ । ଫିଲ୍ମକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଖିବା ପାଇଁ ମିଳିଥିଲା । ନୁସରତ୍ଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରିଥିଲେ ।












Click it and Unblock the Notifications