Get Updates
Get notified of breaking news, exclusive insights, and must-see stories!

ସାଉଥ୍ ଫିଲ୍ମରେ ସୈଫଙ୍କ କମାଲ୍, ଏହି ଅଭିନେତାଙ୍କ ସହ ଆସିବେ ନଜର

ମୁମ୍ବାଇ: ନିକଟରେ ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ ଏବଂ ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ଏକାଠି ନଜର ଆସିଛନ୍ତି । ଯାହା ପରେ ଏହା ସ୍ପଷ୍ଟ ହୋଇଛି ଯେ ଉଭୟଙ୍କୁ ଏକାଠି କୌଣସି ଫିଲ୍ମରେ ଦେଖିବାକୁ ମିଳିବ ।

ସୂଚନାଥାଉ ଯେ,ପୂର୍ବରୁ ହିଁ ଜୁନିଅର NTRଙ୍କ ଫିଲ୍ମ 'NTR 30' ଏହାର ଷ୍ଟାରକାଷ୍ଟକୁ ନେଇ ଚର୍ଚ୍ଚାରେ ଅଛି । ଯାହା ପରେ ବର୍ତ୍ତମାନ ଏହି ଚଳଚ୍ଚିତ୍ର ସହ ଜଡିତ ଏକ ବଡ ଖବର ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ ଏହି ଫିଲ୍ମରେ ବଲିଉଡ ଅଭିନେତା ସୈଫଙ୍କର ଏଣ୍ଟ୍ରି ହୋଇସାରିଛି ।

Saif Ali Khan

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, 'NTR 30' ରେ ସୈଫଙ୍କୁ ନେଗେଟିଭ୍ ଚରିତ୍ରରେ ଦେଖିବା ପାଇଁ ମିଳିବ । ତାଙ୍କ ବ୍ୟତୀତ ଜାନଭୀ କପୁରଙ୍କୁ ମଧ୍ୟ ଏହି ଚଳଚ୍ଚିତ୍ରରେ ଦେଖିବା ପାଇଁ ମିଳିବ । ସୋସିଆଲ ମିଡିଆରେ ଏକ ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସୈଫ ଅଲ୍ଲୀ ଖାନ ଏବଂ ଜୁନିଅର ଏନଟିଆର ଏକାଠି ବସିଥିବାର ନଜର ଆସିଛନ୍ତି ।

ଏହାପୂର୍ବରୁ ଜାନଭୀ କପୁରଙ୍କ ଜନ୍ମଦିନରେ ଫିଲ୍ମର ଅଭିନେତ୍ରୀଙ୍କ ପ୍ରଥମ ଲୁକ ପୋଷ୍ଟ କରାଯାଇଥିଲା । ଯାହାର କିଛି ଦିନ ପୂର୍ବରୁ ହିଁ ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲା । ଏହି ଅବସରରେ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା ।

junior ntr

ଜୁନିଅର NTRଙ୍କ ଆଗାମୀ ଚଳଚ୍ଚିତ୍ର 'NTR 30'କୁ ନେଇ ଦର୍ଶକଙ୍କ ମଧ୍ୟରେ ଖୁବ ଉତ୍ସାହ ରହିଛି । ଖବର ଏହା ମଧ୍ୟ ରହିଛି ଯେ, ସୈଫ୍ ଅଲ୍ଲୀ ଖାନ ଏହି ଫିଲ୍ମର ଶୁଟିଂ ଆରମ୍ଭ କରିସାରିଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ସୈଫ୍ ଓ ଜୁନିୟର ଏନଟିଆର୍ ଫିଲ୍ମର ନିର୍ଦ୍ଦେଶକଙ୍କ ସହ ନଜର ଆସୁଛନ୍ତି ।

ରିପୋର୍ଟ ଅନୁସାରେ, ଏହି ଚଳଚ୍ଚିତ୍ରରେ ସୈଫ ଅଲ୍ଲୀ ଖାନ ଭିଲେନ ଭୂମିକାରେ ଅଭିନୟ କରୁଛନ୍ତି । କେରତାଲ ସିଭାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ୫ ଏପ୍ରିଲ ୨୦୨୪ରେ ସାରା ବିଶ୍ୱର ପ୍ରେକ୍ଷାଳରେ ମୁକ୍ତିଲାଭ କରିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+