Get Updates
Get notified of breaking news, exclusive insights, and must-see stories!

ବାବୁସାନ୍ ଓ ପ୍ରକୃତି ମିଶ୍ରଙ୍କୁ ଗଲା ନୋଟିସ , ଦେଖନ୍ତୁ କାହା ନାଁରେ ଲାଗିଛି କେଉଁ ଦଫା ?

Notice to Babusan And Prakruti Mishra , See Which IPC Charged To Whom ??

ଭୁବନେଶ୍ୱର: ଅପରାଜିତାଙ୍କ ଉପସ୍ଥିତରେ ଗତକାଲି ବୋହୂ ତୃପ୍ତି ଶତପଥୀଙ୍କ ଲିଖିତ ଅଭିଯୋଗ କରିଥିଲେ । ଖାରବେଳନଗର ଥାନା ପୋଲିସ୍ ଏହି ମାମଲାରେ ୭ଜଣଙ୍କ ବୟାନ ରେକର୍ଡ କରିବା ସହ ସତ୍ୟନଗର ଗେଷ୍ଟହାଉସରେ ପହଁଚି ତଦନ୍ତ ଆରମ୍ଭ କରିଛି ଖାରବେଳନଗର ଥାନା ପୋଲିସ । ଅନ୍ୟପଟେ ତୃପ୍ତିଙ୍କ ଅଭିଯୋଗ ପରେ ବାବୁସାନ୍ ଓ ପ୍ରକୃତି ମିଶ୍ରଙ୍କୁ ନୋଟିସ ମଧ୍ୟ ଜାରି କରାଯାଇଛି । ଓଡ଼ିଶା ଆସିଲେ ତୁରନ୍ତ ଥାନରେ ହାଜର ହୋଇ ନିଜ ପକ୍ଷ ରଖିବା ପାଇଁ କୁହାଯାଇଛି । ସେପଟେ ତୃପ୍ତିଙ୍କ ଘରକୁ ଯାଇ ପଚରାଉଚରା କରିବ ତଦନ୍ତକାରୀ ଟିମ୍ ।

BABUSHAN

ପ୍ରକୃତି ବାବୁସାନଙ୍କୁ ବଶ କରି ରଖିଥିବାରୁ ସେ ତାଙ୍କୁ ନିର୍ଯାତନା ଦେଉଛନ୍ତି ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି । ପ୍ରାୟ ୨ ବର୍ଷ ହେଲା ଯେବେଠୁ ପ୍ରକୃତି ତାଙ୍କ ଜୀବନରେ ଆସିଛନ୍ତି ସେବେଠୁ ତାଙ୍କ ସାଂସାରିକ ଜୀବନରେ ଅସୁବିଧା ଲାଗି ରହିଥିଲା । ବାବୁସାନ୍ ଘରକୁ ପଇସା ଦେଉ ନଥିବା ବେଳେ ପ୍ରକୃତିଙ୍କୁ ହୀରା ଗହଣା ଗିଫ୍ଟ କରୁଥିଲେ । ସେହିପରି ଘରେ ନ ରହି ପ୍ରକୃତିଙ୍କ ସହ ରହୁଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି ବାବୁସାନ୍ ଙ୍କ ସ୍ତ୍ରୀ ତୃପ୍ତି ।

ତେବେ ପ୍ରକୃତି ମିଶ୍ରଙ୍କ ମା' କ୍ରିଷ୍ଣାପ୍ରିୟା ମିଶ୍ରଙ୍କ ଅଭିଯୋଗ କ୍ରମେ ମନ୍ମଥ ମିଶ୍ର ଓ କ୍ରିଷ୍ଣପ୍ରିୟା ମିଶ୍ରଙ୍କ ବୟାନ ରେକର୍ଡ ହୋଇସାରିଛି । ବାବୁସାନଙ୍କ ବିରୋଧରେ ୪୯୮A ଲାଗିଥିବା ବେଳେ ତୃପ୍ତି ଓ ବାପା ଲଳିତ ଶତପଥୀଙ୍କ ବିରୋଧରେ ଧାରା ୩୨୩ ଶାରୀରିକ ନିର୍ଯ୍ୟାତନା , ୩୪୧ ରାସ୍ତାରେ ଅଟକାଇ ମାଡ଼ ମାରିବା ,୫୦୬ ଧମକ ଦେବା ,୨୯୪ ରାସ୍ତାରେ ଅସଭ୍ୟ ଭାଷାରେ ଗାଳି କରିବା ,ଆଦି ଦଫା ଲଗାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+