ପରଲୋକରେ ନିର୍ଦ୍ଦେଶକ ପଦ୍ମଶ୍ରୀ ତରୁଣ ମଜୁମଦାର
ବିଶିଷ୍ଟ ଭାରତୀୟ ସିନେମା ନିର୍ଦ୍ଦେଶକ ତରୁଣ ମଜୁମଦାରଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 92 ବର୍ଷ ହୋଇଥିଲା । ଆଜି ସକାଳ 11ଟା 17 ମିନିଟ୍ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ସ୍ବାସ୍ଥ୍ୟବସ୍ଥା ଅନେକ ଦିନ ହେବ ଖରାପ ରହୁଥିଲା।
କୋଲକାତା: ବିଶିଷ୍ଟ ଭାରତୀୟ ସିନେମା ନିର୍ଦ୍ଦେଶକ ତରୁଣ ମଜୁମଦାରଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 92 ବର୍ଷ ହୋଇଥିଲା । ଆଜି ସକାଳ 11ଟା 17 ମିନିଟ୍ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ସ୍ବାସ୍ଥ୍ୟବସ୍ଥା ଅନେକ ଦିନ ହେବ ଖରାପ ରହୁଥିଲା।

କିଡନୀ ଜନିତ ସମସ୍ୟା ହେତୁ ତାଙ୍କୁ ଜୁନ୍ 14 ରେ କୋଲକାତାର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହଠାତ୍ ରବିବାର ତାଙ୍କ ଅବସ୍ଥା ବିଗିଡି ଯାଇଥିଲା, ପରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା । ଆଜି ସକାଳେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା । ଶେଷରେ ସେ ପ୍ରାଣ ତ୍ୟାଗ କରିଛନ୍ତି । ତରୁଣ ମଜୁମଦାରଙ୍କ ଦେହାନ୍ତରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଦିନ ଡାକ୍ତରଖାନାରେ ତରୁଣ ମଜୁମଦାରଙ୍କୁ ଭେଟିବାକୁ ଯାଇଥିଲେ । ଏଥିସହ ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି । ତାଙ୍କ ସମବେଦନା ବାର୍ତ୍ତାରେ ସେ କହିଛନ୍ତି ଯେ, ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତରୁଣ ମଜୁମଦାରଙ୍କ ଦେହାନ୍ତରେ ମୁଁ ଅତ୍ୟନ୍ତ ଦୁଃଖିତ । ସେ ଆଜି କୋଲକାତାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତରୁଣ ମଜୁମଦାର ତାଙ୍କର ନିର୍ଦ୍ଦେଶନା ପାଇଁ ଜଣାଶୁଣା । ତାଙ୍କୁ ପଦ୍ମଶ୍ରୀ, ଜାତୀୟ ପୁରସ୍କାର, BFJA ପୁରସ୍କାର ସମେତ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି । ତାଙ୍କ ବିୟୋଗ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ଅପୂରଣୀୟ କ୍ଷତି। ତରୁଣ ମଜୁମଦାରଙ୍କ ପରିବାର ପ୍ରତି ମୁଁ ମୋର ଗଭୀର ସମବେଦନା ଜଣାଉଛି।'












Click it and Unblock the Notifications