ଏ ହେଉଛନ୍ତି ଦେଶର ଧନୀ ମହିଳା ଗାୟକ
ବଲିଉଡର କିଛି ଆଗଧାଡିର ମହିଳା ସିଙ୍ଗରଙ୍କ ବିଷୟରେ ଯଦି ଆଲୋଚନା କରିବା ତେବେ ପ୍ରଥମେ ଶ୍ରେୟା ଘୋଷାଲ, ସୁନିତି ଚୌହାନ ଏବଂ ନେହା କକ୍କରଙ୍କ ନାଁକୁ ନେଇ ଚର୍ଚ୍ଚା ହୋଇଥାଏ । ଏହି ମହିଳା ଗାୟକମାନେ କଠିନ ପରିଶ୍ରମ କରି ବଲିଉଡ ଇଣ୍ଡଷ୍ଟ୍ରିରେ ନିଜର ସ୍ଥାନ ହାସଲ କରିଛନ୍ତି । ସୁନ୍ଦର ଗୀତ ଗାଇ ଦର୍ଶକଙ୍କ ମନ ଜିଣିବା ସହ କୋଟି କୋଟି ସମ୍ପତ୍ତିର ମାଲିକ ମଧ୍ୟ ଏହି ମହିଳା ସିଙ୍ଗର୍ ।
ଏହି ମହିଳା ସିଙ୍ଗରଙ୍କର ଯାଦୁକରୀ ସ୍ୱରରେ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି । ଗୋଟିଏ ଷ୍ଟେଜ୍ ସୋ ପାଇଁ ଏହି କଳାକାର ମାନେ କୋଟି କୋଟି ଟଙ୍କା ଚାର୍ଜ କରନ୍ତି । ତେବେ ଚାଲନ୍ତୁ ଜାଣିବା ଦେଶର ଧନୀ ମହିଳା ଗାୟକ ସିଙ୍ଗର୍ କିଏ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସୁନୀଧି ଚୌହାନ, ଶ୍ରେୟା ଘୋଷାଲ କିମ୍ବା ନେହା କକ୍କର ନୁହଁନ୍ତି ବରଂ ତାଙ୍କ ତୁଲସୀ କୁମାର ହେଉଛନ୍ତି ଭାରତର ଧନୀ ମହିଳା ଗାୟକ । ମାତ୍ର 34 ବର୍ଷ ବୟସରେ ସେ ଆଜି ଦେଶର ଜଣେ ପ୍ରସିଦ୍ଧ ସିଙ୍ଗର୍ । ସେ ନିଜ କ୍ୟାରିୟରରେ ଅନେକ ହିଟ୍ ଗୀତ ଦେଇଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ତୁଲସୀ କୁମାରଙ୍କ ମୋଟ ସମ୍ପତ୍ତି 200 କୋଟିରୁ ଅଧିକ। ତୁଲସୀ କୁମାର ହେଉଛନ୍ତି ବଲିଉଡର ପ୍ରସିଦ୍ଧ ନିର୍ମାତା ଭୂଷଣ କୁମାରଙ୍କ ଭଉଣୀ। ତାଙ୍କ ପିତା ସ୍ୱର୍ଗତ ଗାୟକ ତଥା ପ୍ରସିଦ୍ଧ ମ୍ୟୁଜିକ୍ କମ୍ପାନୀ ଟି-ସିରିଜ୍ ଗୁଲଶନ କୁମାରର ମାଲିକ ଥିଲେ। ତୁଲସୀ କୁମାର ମାର୍ଚ୍ଚ 1986 ରେ ଜନ୍ମଗ୍ରହଣ କରିଥିଲେ ଏବଂ ବ୍ୟବସାୟୀ ହିତେଶ ରାଲହାନଙ୍କୁ ବିବାହ କରିଥିଲେ।
ସେ ନିଜ କ୍ୟାରିୟର 2009 ମସିହାରେ ଆଲବମ୍ 'ଲଭ୍ ହୋ ଜାଏ'ଜରିଆରେ ଆରମ୍ଭ କରିଥିଲେ । ତୁଲସୀ କୁମାରଙ୍କର ଆୟର ସବୁଠାରୁ ବଡ ଉତ୍ସ ହେଉଛି ତାଙ୍କର ସଫଳ ପରିବାର ବ୍ୟବସାୟ । ତୁଲସୀ କୁମାର 2017 ମସିହାରେ ଶ୍ରେଷ୍ଠ ମହିଳା ଗାୟକ ବର୍ଗରେ IIFA ପୁରସ୍କାର ପାଇଥିଲେ ।












Click it and Unblock the Notifications