'The Kerala Story'କୁ ନେଇ ଜାରି ରହିଛି ବିବାଦ:ଥିଏଟର ମାଲିକଙ୍କୁ ଦିଆଯାଉଛି ଧମକ
The Kerala Story: ପଶ୍ଚିମବଙ୍ଗରେ 'The Kerala Story' ଉପରୁ ସୁପ୍ରିମକୋର୍ଟ ପ୍ରତିବନ୍ଧକ ହଟାଇବା ସତ୍ୱେ ପ୍ରେକ୍ଷାଳୟଗୁଡ଼ିକ ଫିଲ୍ମ ସ୍କ୍ରିନିଂ କରାଯାଉ ନାହିଁ ବୋଲି ଦାବି କରିଛନ୍ତି ବିଜେପିର ଆଇଟି ବିଭାଗ ମୁଖ୍ୟ ଅମିତ ମାଲଭିଆ । କୋଲକାତାର ସ୍ଥାନୀୟ ପ୍ରଶାସନ ଥିଏଟର ମାଲିକମାନଙ୍କୁ ଧମକ ଦେଉଛନ୍ତି । ସ୍କ୍ରିନିଂ କେଲେ ସେମାନଙ୍କ ଉପରେ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧମକ ଦିଆଯାଉଛି। ରାଜ୍ୟ ସରକାର ନିଜେ ହିଁ ନିଷ୍ପତ୍ତି ନେଉଛି ।
ଏହି ଚଳଚ୍ଚିତ୍ର ଉପରେ ପଶ୍ଚିମବଙ୍ଗ ସରକାରଙ୍କ ପ୍ରତିବନ୍ଧକକୁ ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି। ଏହା ପରେ ମଧ୍ୟ, ଥିଏଟର ମାଲିକମାନଙ୍କୁ ଏହାକୁ ସ୍କ୍ରିନିଂ କରିବାକୁ ଦିଆଯାଉ ନାହିଁ । ଶନିବାର ଦନି ଅର୍ଥାତ୍ ରାଜ୍ୟରେ ରିଲିଜ୍ ହେବାର ଦ୍ୱିତୀୟ ଦିନରେ ମଧ୍ୟ ଏଠାରେ 'The Kerala Story'କୁ ଦେଖିବାର ମୌକା ପାଇନଥିଲେ ଲୋକେ ।

ମମତା ବାନାର୍ଜୀ ଏହି ପ୍ରତିବନ୍ଧକ ଘୋଷଣା କରିଥିଲେ
ବାସ୍ତବରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ 'ଶାନ୍ତି ବଜାୟ ରଖିବା' ପାଇଁ ଫିଲ୍ମ ଉପରେ 8 ମଇରେ ପ୍ରତିବନ୍ଧକ ଲଗାଇଥିଲେ । ରାଜ୍ୟ ସରକାର ଦାବି କରିଛନ୍ତି ଯେ, ଯଦି ଏହା ପ୍ରଦର୍ଶିତ ହୁଏ ତେବେ ସାମ୍ପ୍ରଦାୟିକ ବିଭ୍ରାଟର ସମ୍ଭାବନା ରହିଛି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ 'The Kerala Story' କୁ ଏକ ବିକୃତ ଚଳଚ୍ଚିତ୍ର ଭାବରେ ବର୍ଣ୍ଣନା କରିଛନ୍ତି ଯାହାର ଉଦ୍ଦେଶ୍ୟ ଦକ୍ଷିଣ ରାଜ୍ୟକୁ ବଦନାମ କରିବା ବୋଲି ସେ କହିଥିଲେ ।
After the Supreme Court lifted ban on The Kerala Story in West Bengal, not one theater in Kolkata is screening the movie, when they were all running houseful before Mamata Banerjee clamped down. Cinema hall owners are being threatened by the local administration with punitive…
— Amit Malviya (@amitmalviya) May 20, 2023
ସୁପ୍ରିମକୋର୍ଟ ହଟାଇ ଥିଲ୍ ବ୍ୟାନ୍ ଟ୍ୟାଗ୍
ପରବର୍ତ୍ତୀ ସମୟରେ 'The Kerala Story' ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇଥିଲେ ସୁପ୍ରିମକୋର୍ଟ ଏବଂ ଏହାର ସ୍କ୍ରିନିଂକୁ ଅନୁମତି ଦେଇଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଏହାର ସ୍କ୍ରିନିଂ କରାଯାଉ ନାହିଁ ବୋଲି ଦାବି କରିଛନ୍ତି ବିଜେପି ନେତା ।
-
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଶୀଘ୍ର କରନ୍ତୁ ଏହି କାମ -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Odisha Weather: ସତର୍କ କଲା ପାଣିପାଗ ବିଭାଗ, ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା












Click it and Unblock the Notifications