ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ମାନହାନୀ ମକଦ୍ଦମା ରୁଜୁ କରିଛନ୍ତି ନୋରା
ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସଙ୍କ ବିରୋଧରେ ନୋରା ଫତେହିଙ୍କ ମାନହାନୀ ମାମଲା
ମୁମ୍ବାଇ: ବିବାଦ ସତେ ଯେପରି ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ପିଛା ଛାଡିବା ପାଇଁ ନାରାଜ୍ । ଅଭିନେତ୍ରୀ ଜ୍ୟାକଲିନଙ୍କ ଚିନ୍ତା ବଢାଇଲେ ନୋରା । କାରଣ ଡ୍ୟାନ୍ସିଂ କୁଇନ୍ ନୋରା ଜ୍ୟାକଲିନଙ୍କ ବିରୋଧରେ କରିଛନ୍ତି ମାନହାନୀ ମକଦ୍ଦମା । କେବଳ ଜ୍ୟାକଲିନ୍ ନୁହେଁ କିଛି ଗଣମାଧ୍ୟମ ସଂସ୍ଥା ବିରୋଧରେ ମଧ୍ୟ ମାନହାନୀ ମକଦ୍ଦମା ରୁଜୁ କରିଛନ୍ତି ନୋରା ଫତେହି ।

ନୋରା ଅଭିଯୋଗ କରିଛନ୍ତି ଯେ, ଜ୍ୟାକଲିନ୍ ତାଙ୍କୁ ବଦନାମ କରିବା ପାଇଁ ତାଙ୍କ ବିରୋଧରେ ମିଥ୍ୟା ଟିପ୍ପଣୀ ଦେଉଛନ୍ତି ସେହିପରି କିଛି ଗଣମାଧ୍ୟମ ଏହି ମିଥ୍ୟା ଖବରକୁ ପ୍ରସାରଣ କରୁଛନ୍ତି । ନୋରା ନିଜ ପିଟିସନରେ ଏହା ଉଲ୍ଲେଖ କରିଛନ୍ତି ଯେ ଜ୍ୟାକଲିନ୍ ତାଙ୍କ କ୍ୟାରିୟରକୁ ନଷ୍ଟ କରିବା ପାଇଁ ନିଜ ସ୍ୱାର୍ଥ ପାଇଁ ତାଙ୍କୁ ବଦନାମ କରିବା ପାଇଁ ଉଦ୍ୟମ କରୁଛନ୍ତି । ସୂଚନାଥାଉ ଯେ, ୨୦୦କୋଟି ଟଙ୍କା ହେରଫେର ମାମଲାରେ ଜ୍ୟାକିଲିନ୍ ଓ ନୋରାଙ୍କୁ ସୁକେଶ ଚନ୍ଦ୍ର ଶେଖରଙ୍କ ସହ ମୁହାଁମୁହିଁ ଜେରା କରାଯାଇଥିଲା । ଏହି ମାମଲାରେ ନୋରାଙ୍କୁ କ୍ଲିନ୍ ଚିଟ୍ ମଧ୍ୟ ମିଳିସାରିଛି ।












Click it and Unblock the Notifications