ବ୍ରେକଅପ୍ ପରେ ଡିପ୍ରେସନରେ ଥିଲେ ନୋରା ଫତେହି, ଏହି ଅଭିନେତାଙ୍କ ସହ ଥିଲା ସମ୍ପର୍କ
ବ୍ରେକଅପ୍ ପରେ ଡିପ୍ରେସନରେ ଥିଲେ ନୋରା ଫତେହି, ଏହି ଅଭିନେତାଙ୍କ ସହ ଥିଲା ସମ୍ପର୍କ
ମୁମ୍ବାଇ: ପ୍ରେମର ବିଫଳ ହେବା ପରେ ଡିପ୍ରେସନରେ ଥିଲେ ନୋରା ଫତେହି । ନେହା ଧୂପିଆଙ୍କ ସ୍ୱାମୀ ଅଙ୍ଗଦ ବେଦିଙ୍କ ସହ ଥିଲେ ରିଲେସନସିପରେ । ଦୀର୍ଘ ଦିନ ସମ୍ପର୍କରେ ରହିବା ପରେ ଅଲାଗ ହୋଇଯାଇଥିଲେ ନୋରା-ଅଙ୍ଗଦ । ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ନିକଟରେ ଏକ ଟକ୍ ଶୋ 'By Invite Only'ରେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି । ସେ ଅଭିନେତା ଅଙ୍ଗଦଙ୍କ ନାଁ ନେଇ ନାହଁନ୍ତି ହେଲେ ତାଙ୍କ ପ୍ରତି ଥିବା ଭଲ ପାଇବା ବିଷୟରେ ଆଲୋଚନା କରିଛନ୍ତି ।

ଅଭିନେତ୍ରୀ ନେହା ଧୁପିଆଙ୍କ ସ୍ୱାମୀ ଅଙ୍ଗଦ ବେଦୀ ଏବଂ ନୋରା ଫତେହି ଏକ ସମୟରେ ସିରିଏସ ସଂପର୍କରେ ଥିଲେ, କିନ୍ତୁ ଖୁବ୍ ଶୀଘ୍ର ସେମାନଙ୍କର ବ୍ରେକଅପ୍ ମଧ୍ୟ ହୋଇଥିଲା, ଯାହା ପରେ ଅଙ୍ଗଦ ନେହାଙ୍କୁ ବିବାହ କରିଥିଲେ। ହେଲେ ନୋରା ଚାଲିଯାଇଥିଲେ ଡିପ୍ରେସନରେ । ସେହି ସମୟରେ ତାଙ୍କର କୌଣସି କାର୍ଯ୍ୟରେ ମନ ଲାଗୁ ନଥିଲା । ଏପରିକି ବ୍ରେକଅପ ପରେ ତାଙ୍କ ଆତ୍ମବିଶ୍ୱାସ ଏତେ ମାତ୍ରାରେ କମିଯାଇଥିଲା ଯେ ତାଙ୍କୁ କାମ କିରବା ପାଇଁ ଇଚ୍ଛା ମଧ୍ୟ ହେଉ ନଥିଲା । ନୋରା କହିଛନ୍ତି ଯେ ଏହି ସବୁ ପ୍ରାୟ 2 ମାସ ପର୍ଯ୍ୟନ୍ତ ଚାଲିଥିଲା ଏବଂ ଏହି ଯନ୍ତ୍ରଣାଦାୟକ ଅନୁଭୂତିରୁ ତାଙ୍କୁ ବାହାରକୁ ବାହାରିବା ପାଇଁ ବହୁତ ସମୟ ଲାଗିଯାଇଥିଲା ।
ଟକ୍ ସୋରେ ନୋରା କହିଥିଲେ ଯେ, ପରେ ସେ ଭାବିଥିଲେ ଯେ ବିରକ୍ତ ହେବା ପରିବର୍ତ୍ତେ ସେ ଅନେକ କାମ ବିଷୟରେ ଚିନ୍ତା କରିବା ଉଚିତ୍ । ନୋରା କହିଛନ୍ତି ଯେ ଯେତେବେଳେ ସେ ଅଡିସନକୁ ଯାଉଥିଲେ, ସେଠାରେ ଆହୁରି 200-300 ଲୋକ ଥିଲେ ଯେଉଁମାନେ ତାଙ୍କ ପରି ଦେଖାଯାଉଥିଲେ ଏବଂ ଇଣ୍ଡଷ୍ଟ୍ରିରେ ନିଜର କାମକୁ ପ୍ରମାଣ କରିବାକୁ ଆଗ୍ରହୀ ଥିଲେ, ଏହା ଦେଖି ସେ ମଧ୍ୟ ପ୍ରେରଣା ପାଇଥିଲେ ଏବଂ ସେ ନିଜକୁ ଏହି ପରିସ୍ଥିତିରେ ବାହର କରିବା ପାଇଁ ଚେଷ୍ଟା ଆରମ୍ଭ କରିଥିଲେ ।
ନୋରାଙ୍କ ଅନୁଯାୟୀ, ପ୍ରତ୍ୟେକ ଝିଅର ଜୀବନରେ ଏକ ମୁହୂର୍ତ୍ତ ଆସେ ଯେତେବେଳେ ସେ ବ୍ରେକଅପର ଏହି ଯନ୍ତ୍ରଣା ଦେଇ ଗତି କରିଥାଏ । ଆଜି ନୋରା ଇଣ୍ଡଷ୍ଟ୍ରିର ଏକ ବଡ ନାଁ, ନିଜ ଡ୍ୟାନ୍ସରେ ସେ ଆଜି ବହୁ ଲୋକପ୍ରିୟତା ହାସଲ କରିପାରିଛନ୍ତି ।












Click it and Unblock the Notifications