ଅଭିନେତ୍ରୀ ନୋରାଙ୍କୁ ୬ ଘଣ୍ଟା ଜେରା କଲା ଦିଲ୍ଲୀ ପୋଲିସ

ଅଭିନେତ୍ରୀ ନୋରା ଫତେହିଙ୍କୁ ୬ ଘଣ୍ଟା କାଳ ଜେରା କଲା ଦିଲ୍ଲୀ ପୋଲିସ,

ନୂଆଦିଲ୍ଲୀ: ମନିଲଣ୍ତରିଂ ମାମଲାରେ ବଲିଉଡ ଅଭିନେତ୍ରୀ ନୋରା ଫତେହିଙ୍କୁ ୬ ଘଣ୍ଟା କାଳ ଜେରା କଲା ଦିଲ୍ଲୀ ପୋଲିସ । ଗୁରୁବାର ଅର୍ଥାତ୍ ଗତକାଲି ନୋରା ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ କାର୍ଯ୍ୟାଳୟରେ ହାଜର ହୋଇଥିଲେ । ଯେଉଁଠି ତାଙ୍କୁ ମହାଠକ ସୁକେଶ ଚନ୍ଦ୍ର ଠକେଇ ମାମଲାରେ ସମ୍ପୃକ୍ତି ନେଇ ପଚରାଉଚରା କରାଯାଇଥିଲା । ଏହି ମାମଲାରେ ସେପ୍ଟେମ୍ବର ୧୪ରେ ଜ୍ୟାକଲିନ ଫର୍ଣ୍ଣାଣ୍ତିଜଙ୍କୁ ମଧ୍ୟ ଜେରା କରାଯାଇଥିଲା ।

Nora Fatehi
ତେବେ ଏହି ମାମଲାରେ ଜ୍ୟାକଲିନଙ୍କ ସହିତ ନୋରା ଫତେହିଙ୍କର କୌଣସି ପତ୍ୟକ୍ଷ ସମ୍ପର୍କ ନାହିଁ ବୋଲି ସୂଚନା ଦେଇଛନ୍ତି ଅର୍ଥନୈତିକ ଅପରାଧ ଶାଖାର ସ୍ୱତନ୍ତ୍ର କମିଶନର ରବୀନ୍ଦ୍ର ଯାଦବ । ନୋରାଙ୍କୁ ଏହି ମାମଲାରେ ପଞ୍ଚମ ଥର ପଚରଉଚରା କରାଯାଇଛି । ରିପୋର୍ଟ ଅନୁସାରେ ୬ ଘଣ୍ଟା ମଧ୍ୟରେ ନୋରାଙ୍କୁ ଦିଲ୍ଲୀ ପୋଲିସ ପକ୍ଷରୁ ୫୦ଟି ପ୍ରଶ୍ନ କରାଯାଇଥିଲା । ସେହିପରି ପୂର୍ବରୁ ଇଡି ମଧ୍ୟ ଅଭିନେତ୍ରୀଙ୍କୁ ୩ଥର ଜେରା କରିସାରିଛି ।
Nora Fatehi

ସୂଚନାଅନୁସାରେ ଅଭିନେତ୍ରୀ ନୋରା ଫତେହି ସୁକେଶ ଚନ୍ଦ୍ରଙ୍କ ଠାରୁ ଦାମି ଉପହାର ନେବା କଥା ପୂର୍ବରୁ ସ୍ୱୀକାର କରିସାରିଛନ୍ତି । ଏହା ସହ ସେ ସୁକେଶଙ୍କ ସହ ଚେନ୍ନାଇରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅପରାଧିକ ଲିଙ୍କରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ନେଇ ଅଭିଯୋଗ କରାଯାଇଛି । ତେବେ ନୋରା ଯାଞ୍ଚରେ ପୁରା ସହଯୋଗ କରୁଛନ୍ତି । ଏହି ମାମଲାରେ ଜ୍ୟାକଲିନଙ୍କ ମ୍ୟାନେଜର ପ୍ରଶାନ୍ତଙ୍କ ପାଖରୁ ୮ ଲକ୍ଷ ଟଙ୍କାର ଏକ ଦାମି ବାଇକ୍ ଜବତ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+