Get Updates
Get notified of breaking news, exclusive insights, and must-see stories!

FIFA World Cup 2022: ନୋରାଙ୍କ ଦମଦାର ପ୍ରଦର୍ଶନରେ ଚମକିବ କାତାରର ଷ୍ଟାଡିୟମ୍

FIFA World Cup 2022: ନୋରାଙ୍କ ଦମଦାର ପ୍ରଦର୍ଶନରେ ଚମକିବ କାତାରର ଷ୍ଟାଡିୟମ୍

କାତାର: ଫିଫା ବିଶ୍ୱକପ ୨୦୨୨ କ୍ରେଜ୍ ସମଗ୍ର ବିଶ୍ୱରେ ଦେଖିବା ପାଇଁ ମିଳୁଛି । କାତାରରେ ଚାଲିଛି ଫୁଟବଲ ମହାକୁମ୍ଭ ଫିଫା ବିଶ୍ୱକପ । ବିଶ୍ୱର ସବୁଠୁ ବଡ କ୍ରୀଡା ଇଭେଣ୍ଟ ପାଇଁ ଖେଳାଳିଙ୍କ ସହ ସାରା ବିଶ୍ୱବାସୀ ବେଶ୍ ଉତ୍ସାହିତ । ୨୯ ନଭେମ୍ବର ୨୦୨୨ ଫିଫା ବିଶ୍ୱକପ ବଲିଉଡ ପାଇଁ ସ୍ୱତନ୍ତ୍ର ହେବାକୁ ଯାଉଛି । ବାସ୍ତବରେ, ବଲିଉଡର ଡ୍ୟାନ୍ସ ଡିଭା ନୋରା ଫତେହି ଫିଫା ଫ୍ୟାନ୍ ଫେଷ୍ଟରେ ଜବରଦସ୍ତ ପ୍ରଦର୍ଶନ କରିବାକୁ ଯାଉଛନ୍ତି । ଯେଉଁଥି ପାଇଁ ନୋରା ମଧ୍ୟ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

Nora Fatehi

ଫିଫା ବିଶ୍ୱକପ ୨୦ ନଭେମ୍ବରରୁ ଆରମ୍ଭ ହେଲାଣି । ୨୯ ନଭେମ୍ବର ଅର୍ଥାତ୍ ଆସନ୍ତାକାଲି ନୋରା ଫତେହି ଫ୍ୟାନ୍ ଫେଷ୍ଟରେ ଲାଇଭ୍ ପ୍ରଦର୍ଶନ କରିବେ । ନିଜ ଡ୍ୟାନ୍ସ ପାଇଁ ନୋରା ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି। ସୋସିଆଲ ମିଡିଆରେ ଲାଇଭ୍ ପ୍ରଦର୍ଶନ ପାଇଁ ତାଙ୍କର ପ୍ରସ୍ତୁତିର ଏକ ଭିଡିଓ ମଧ୍ୟ ସେ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ, ନୋରା ତାଙ୍କ ଟିମ୍ ସହିତ ପ୍ରସ୍ତୁତି କରୁଥିବାର ଦେଖିବା ପାଇଁ ମିଳୁଛି । ଏଥି ସହିତ, ପ୍ରଶଂସକମାନେ ମଧ୍ୟ ନୋରାଙ୍କର କଠିନ ପରିଶ୍ରମକୁ ପ୍ରଶଂସା କରୁଛନ୍ତି ।

ଏହା ପୂର୍ବରୁ ଫିଫା ୱେବସାଇଟରେ ଏକ ପ୍ରେସ ବିଜ୍ଞପ୍ତିରେ ନୋରା କହିଥିଲେ, "ଫିଫା ଫ୍ୟାନ୍ ଫେଷ୍ଟିଭାଲ୍ ଏକ ଚମତ୍କାର ଅନୁଭୂତି ହେବ । ସାରା ବିଶ୍ୱରୁ ପ୍ରଶଂସକମାନେ ଆରବ ସଂସ୍କୃତି ସହିତ ପରିଚିତ ହେବେ, ଯାହା ମୋ କାହାଣୀର ଏକ ଅଂଶ । ଆମେ ସମସ୍ତେ ଏକତ୍ରିତ ହୋଇ ଏକ ସାନଦାର ଫୁଟବଲ୍ ପାର୍ଟି କରିପାରିବା ।
"ସେଲିବ୍ରେଟ୍ କରିପାରିବା । ଆମ ଟିମ୍ ଐତିହାସିକ ମୂହୁର୍ତ୍ତ କ୍ରିୟଟ କରିବା ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛି' ।

ସୋଶାଲ ମିଡିଆରେ ନୋରାଙ୍କର ୪୨ ମିଲିୟନ୍ ଫଲୋର୍ସ ରହିଛନ୍ତି । ଫିଫା ୱେବସାଇଟ୍ ଅନୁସାରେ, ନୋରା ହେଉଛନ୍ତି ପ୍ରଥମ ଆରବ ଆଫ୍ରିକୀୟ ମହିଳା କଳାକାର ଯିଏକି ବଲିଉଡ ଫିଲ୍ମ "ସତ୍ୟମେବ ଜୟତେ" ର ହିଟ୍ ଗୀତ "ଦିଲବର" ସହିତ ୟୁଟ୍ୟୁବରେ ଏକକ ୟୁନିଟରେ ଏକ ବିଲିୟନ ହିଟ୍ କରିଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+