ଜ୍ୟାକଲିନଙ୍କ ବିରୋଧରେ କୋର୍ଟର ଦ୍ୱାରସ୍ଥ ହେଲେ ନୋରା, ଜାଣନ୍ତୁ ଅଭିନେତ୍ରୀଙ୍କର ୮ଟି ପଏଣ୍ଟ

ଜ୍ୟାକଲିନଙ୍କ ବିରୋଧରେ କୋର୍ଟର ଦ୍ୱାରସ୍ଥ ହେଲେ ନୋରା, ଜାଣନ୍ତୁ ଅଭିନେତ୍ରୀଙ୍କର ୮ଟି ପଏଣ୍ଟ

ମୁମ୍ବାଇ: ନୋରା ଫତେହି ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି । ଦିଲ୍ଲୀ କୋର୍ଟରେ ଅଭିନେତ୍ରୀ ନୋରା ଫତେହି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ ଅନେକ ମିଡିଆ କମ୍ପାନି ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି । ନୋରା ଅଭିଯୋଗ କରିଛନ୍ତି ଯେ, ଜ୍ୟାକଲିନ୍ ତାଙ୍କ କ୍ୟାରିଅରକୁ ନଷ୍ଟ କରିବା ପାଇଁ ଚେଷ୍ଟା କରୁଛନ୍ତି । ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ଦାଖଲ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଉଭୟ ନୋରା ଏବଂ ଜ୍ୟାକଲିନଙ୍କୁ ଇଡି ପଚରାଉଚରା କରିଛି । ଆସନ୍ତୁ ଜାଣିବା ନୋରା କାହିଁକି ଜ୍ୟାକଲିନଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ?

Nora Fatehi Defamation Case

1- ନୋରାଙ୍କ ଅଭିଯୋଗ ଅନୁସାରେ, 200 କୋଟି ମନି ଲଣ୍ଡରିଂ ମାମଲାରେ ତାଙ୍କ ନାମକୁ ଜବରଦସ୍ତ ଯୋଡା ଯାଉଛି ।

2-ଆର୍ଥିକ, ସାମାଜିକ ତଥା ବ୍ୟକ୍ତିଗତ ଅବନତି ନିଶ୍ଚିତ କରିବାକୁ ଜ୍ୟାକଲିନ୍ ତାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି ବୋଲି ନୋରା ଅଭିଯୋଗ କରିଛନ୍ତି ।

3-ନୋରାଙ୍କ ପିଟିସନରେ ଉଲ୍ଲେଖ କରାଯାଇଛି ଯେ, ଜ୍ୟାକଲିନ୍ ତାଙ୍କ ଛବିକୁ ନଷ୍ଠ କରିବା ପାଇଁ ଚେଷ୍ଟା କରୁଛନ୍ତି । ନୋରାଙ୍କର ଏହି ମାମଲାରେ କୌଣସି ସମ୍ପର୍କ ନାହିଁ ।

4- ସୁକେଶଙ୍କ ସହ ନୋରାଙ୍କ କୌଣସି ସିଧାସଳଖ ସମ୍ପର୍କ ନାହିଁ । ସେ ତାଙ୍କ ପତ୍ନୀ ମାରିଆ ପାଲଙ୍କ ମାଧ୍ୟମରେ ସୁକେଶଙ୍କ ସହ ଦେଖା ହୋଇଥିଲେ ।

5- ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସଙ୍କ ବୟାନକୁ ମିଥ୍ୟା ବୋଲି କହିଛନ୍ତି ନୋରା, ସେ ସୁକେଶଙ୍କଠୁ କୌଣସି ଉପହାର ନେଇ ନାହାଁନ୍ତି ।

6- ସେ ଚନ୍ଦ୍ରଶେଖରଙ୍କଠାରୁ ଦାମି ଗାଡି ନେଇ ନାହଁନ୍ତି ବୋଲି କହିଛନ୍ତି ନୋରା ।

7- ନୋରା ଆହୁରି ଅଭିଯୋଗ କରିଛନ୍ତି ଯେ ଜ୍ୟାକଲିନ ଜଣେ ଅଭିନେତ୍ରୀ ହୋଇଥିଲେ ମଧ୍ୟ ତାଙ୍କ ବିରୋଧରେ ମିଥ୍ୟା ବିବୃତ୍ତି ଦେଇଛନ୍ତି।

8- ନୋରା ଆହୁରି କହିଛନ୍ତି ଯେ, ସେ ଚନ୍ଦ୍ରଶେଖରଙ୍କ ସହ କେବେ କଥା ହୋଇନାହାଁନ୍ତି, କି କେବେ ଦେଖା ମଧ୍ୟ କରି ନାହଁନ୍ତି । ଜ୍ୟାକିଲଙ୍କ ସମସ୍ତ ଆରୋପ ମିଥ୍ୟା ।ସେହିପରି କିଛି ମିଡିଆ ମଧ୍ୟ ଭୁଲ୍ ଖବର ପ୍ରସାରଣ କରୁଛି । ନିଜ ଅଭିଯୋଗରେ ନୋରା ୧୫ଟି ଗଣମାଧ୍ୟମର ନାମ ଉଲ୍ଲେଖ କରିଛନ୍ତି ।

ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୦ ରେ ହେବ
ଡିସେମ୍ବର ୨ରେ ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଇଡି ନୋରା ଫତେହିଙ୍କୁ ପ୍ରଶ୍ନ କରିଥିଲା । ଉଭୟ ଜ୍ୟାକଲିନ୍ ଏବଂ ନୋରା ଏହି ଘଟଣାର ସାକ୍ଷୀ ଭାବରେ ନିଜର ବିବୃତ୍ତି ରେକର୍ଡ କରିଥିଲେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୦ରେ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+